ETV Bharat / bharat

Civil Services Day: ପ୍ରଶାସନରେ ଉତ୍କର୍ଷତା ପାଇଁ ଅଧିକାରୀଙ୍କୁ ସମ୍ମାନିତ କରିବେ ପ୍ରଧାନମନ୍ତ୍ରୀ

author img

By

Published : Apr 21, 2023, 9:31 AM IST

ସିଭିଲ ସର୍ଭିସ ଦିବସ ଅବସରରେ ବିଜ୍ଞାନ ଭବନରେ ପ୍ରଶାସକ ମାନଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

PM Modi to address Civil Services Day event today

ନୂଆଦିଲ୍ଲୀ: ଆଜି ହେଉଛି 16 ତମ ସିଭିଲ ସର୍ଭିସ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଲୋକ ପ୍ରଶାସନରେ ଉତ୍କର୍ଷତା ପାଇଁ ପୁରସ୍କାର ପ୍ରଦାନ କରିବେ । ବିଜ୍ଞାନ ଭବନର ପ୍ଲେନାରି ହଲରେ ଦିନ 11 ସମୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏହାପରେ 11ଟା 40 ମିନିଟ୍‌ ସମୟରେ ପ୍ରଶାସକ ମାନଙ୍କୁ ସମ୍ବୋଧିତ କରିବା ସହ ସେମାନଙ୍କ ସହ କଥା ହେବେ ନରେନ୍ଦ୍ର ମୋଦି ।

ସରକାରୀ ବିବୃତ୍ତି ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ସକାଳ 11ଟା 10 ମିନିଟ ସମୟରେ ପ୍ରଥମେ ସମ୍ବୋଧନ କରିବେ । ଏହା ପରେ 11ଟା 25 ମିନିଟରେ ପ୍ରଧାନମନ୍ତ୍ରୀ ପ୍ରଶାସନରେ ଉତ୍କର୍ଷତା ସେବା ପାଇଁ ପୁରସ୍କାର ବିତରଣ କରାଯିବ । ଦେଶର ବିଭିନ୍ନ ଜନସେବା ବିଭାଗରେ ନିୟୋଜିତ ସମସ୍ତ ଅଧିକାରୀଙ୍କ ଉତ୍କର୍ଷତା ସେବାକୁ ସମ୍ମାନ ଜଣାଇ ପ୍ରତିବର୍ଷ ଏପ୍ରିଲ 21ରେ ସିଭିଲ ସର୍ଭିସ ଦିବସ ପାଳନ କରାଯାଏ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶ ଗଠନରେ ସରକାରୀ କର୍ମଚାରୀଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ କ୍ରମାଗତ ଭାବରେ ପ୍ରଶଂସା କରିବା ସହ ସେମାନଙ୍କୁ ଆହୁରି କଠିନ ପରିଶ୍ରମ କରିବାକୁ ଉତ୍ସାହିତ କରିଥାନ୍ତି । ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ଉତ୍ସାହିତ କରିବା ଏହି କାର୍ଯ୍ୟକ୍ରମ ଏକ ଉପଯୁକ୍ତ ମଞ୍ଚ । ସାଧାରଣ ନାଗରିକଙ୍କ କଲ୍ୟାଣ ପାଇଁ ଜିଲ୍ଲା ସ୍ତରରେ କାର୍ଯ୍ୟକାରୀ ୟୁନିଟ ଏବଂ କେନ୍ଦ୍ରୀୟ ଓ ରାଜ୍ୟ ସଂଗଠନ ଦ୍ବାରା କରାଯାଇଥିବା ଅସାଧାରଣ ତଥା ଅଭିନବ କାର୍ଯ୍ୟକୁ ସ୍ବୀକୃତି ଦେବା ଉଦ୍ଦେଶ୍ୟରେ ସାଧାରଣ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରତିଷ୍ଠା କରାଯାଇଛି । ଚିହ୍ନିତ ପ୍ରାରମ୍ଭିକ କାର୍ଯ୍ୟକ୍ରମ ଏବଂ ନବସୃଜନର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ସେମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଉଛି ।

4ଟି ବର୍ଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କାର ପ୍ରଦାନ କରାଯିବ । ହର ଘର ଜଳ ଯୋଜନା ମାଧ୍ୟମରେ ସ୍ବଚ୍ଛ ଜଳକୁ ଲୋକଙ୍କ ନିକଟରେ ପହଞ୍ଚାଇବା, ସ୍ବାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର ମାଧ୍ୟମରେ ସ୍ବଚ୍ଛ ଭାରତକୁ ପ୍ରୋତ୍ସାହିତ କରିବା, ସମଗ୍ର ଶିକ୍ଷା ମାଧ୍ୟମରେ ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହିତ କରିବା, ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ମାଧ୍ୟମରେ ସମଗ୍ର ବିକାଶ-ସାଚୁରେସନ୍ ଆଭିମୁଖ୍ୟ ଉପରେ ବିଶେଷ ଧ୍ୟାନ ଦେବା ସହ ସାମଗ୍ରିକ ବିକାଶ ।

ଗତବର୍ଷ ଆଜିର ଦିନରେ ପୋଷଣ ଅଭିଯାନରେ ଜନ ଭାଗିଦାରୀ, ଖେଲୋ ଇଣ୍ଡିଆ ସ୍କିମ ଜରିଆରେ କ୍ରୀଡାକୁ ପ୍ରୋତ୍ସାହନ, ପିଏମ ଏସଭିଏ ନିଧି ଯୋଜନାରେ ଡିଜିଟାଲ ଦେୟ ଏବଂ ଉତ୍ତମ ପ୍ରଶାସନ, ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ସ୍କିମ ମାଧ୍ୟମରେ ସାମୂହିକ ବିକାଶ ଓ ମାନବ ହସ୍ତକ୍ଷେପ ବିନା ଲୋକଙ୍କ ନିକଟରେ ସେବା ପହଞ୍ଚାଇବା କ୍ଷେତ୍ରରେ ପୁରସ୍କାର ପ୍ରଦାନ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.