ETV Bharat / bharat

ଆଜି AIUର 95ତମ ବାର୍ଷିକ ବୈଠକକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ - ଏଆଇୟୁ

ଆଜି ଆସୋସିଏସନ ଅଫ ଇଣ୍ଡିଆନ ୟୁନିଭର୍ସିଟିର 95ତମ ବାର୍ଷିକୀ ବୈଠକ ଓ କୁଳପତିଙ୍କ ଜାତୀୟ କର୍ମଶାଳାକୁ ସମ୍ବୋଧନ କରିବେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି
author img

By

Published : Apr 14, 2021, 8:22 AM IST

ନୂଆଦିଲ୍ଲୀ: ଆଜି ଆସୋସିଏସନ ଅଫ ଇଣ୍ଡିଆନ ୟୁନିଭର୍ସିଟିର 95ତମ ବାର୍ଷିକୀ ବୈଠକ ଓ କୁଳପତିଙ୍କ ଜାତୀୟ କର୍ମଶାଳାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମୟ 11ଟାରେ ଭିଡିଓ କନଫରେନ୍ସ ଜରିଆରେ ହେବ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଏହା ସହିତ ପ୍ରଧାନମନ୍ତ୍ରୀ ବି. ଆର ଆମ୍ବେଦକରଙ୍କ ଜୀବନ ଉପରେ କିଶୋର ମକୱାନଙ୍କ ଦ୍ବାରା ଲିଖିତ ଡ. ଆମ୍ବେଦକର ଜୀବନ ଦର୍ଶନ,ଡ. ଆମ୍ବେଦକର ବ୍ୟକ୍ତି ଦର୍ଶନ, ଡ. ଆମ୍ବେଦକର ରାଷ୍ଟ୍ର ଦର୍ଶନ ଏବଂ ଡ. ଆମ୍ବେଦକର ଆୟାମ ଦର୍ଶନ ଭଲି ଚାରୋଟି ପୁସ୍ତକ ଉନ୍ମୋଚନ କରିବେ । ଏହି କାର୍ଯ୍ୟକ୍ରମ ଅହମ୍ମଦାବାଦର ବାବାସାହେବ ଆମ୍ବେଦକର ଓପନ ବିଶ୍ବବିଦ୍ୟାଳୟରେ ହେବ ।

ଏହି କାର୍ଯ୍ୟକ୍ରମରେ ଗୁଜୁରାଟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଯୋଗ ଦେବେ । କୁଳପତିଙ୍କ ଜାତୀୟ କର୍ମଶାଳାର ବିଷୟବସ୍ତୁ ରହିଛି ଜାତୀୟ ଶିକ୍ଷା ନିତୀ 2020କୁ ଉଚ୍ଚ ଶିକ୍ଷାରେ ପରିବର୍ତ୍ତନ କରିବା । ଏହାର ଲକ୍ଷ୍ୟ ହେଉଛି ବର୍ତ୍ତମାନ ପ୍ରଚଳିତ ହୋଇଥିବା ଜାତୀୟ ଶିକ୍ଷା ନିତୀ ଉପରେ ରଣନୀତି ପ୍ରସ୍ତୁତ କରିବା । ଏହି ବାର୍ଷିକ ବୈଠକ ଏଆଇୟୁର 96ତମ ପ୍ରତିଷ୍ଠା ଦିବସକୁ ମନେପକାଇବା ପାଇଁ ପାଳନ କରାଯାଉଛି ।

ଆସୋସିଏସନ ଅଫ ଇଣ୍ଡିଆନ ୟୁନିଭର୍ସିଟି (ଏଆଇୟୁ) ଦେଶରେ ଉଚ୍ଚ ଶିକ୍ଷାର ଏକ ସର୍ବୋଚ୍ଚ ଅଙ୍ଗ । ଆଜିଠୁ ଦୁଇଦିନ ଧରି ଏହାର ଏହାର 95ତମ ବାର୍ଷିକ ସଭା ଅନୁଷ୍ଠିତ ହେବ । ଏହି ସଭାରେ ଏଆଇୟୁର ସଫଳତା ବର୍ତ୍ତମାନ ଅର୍ଥନୈତିକ ସ୍ଥିତିକୁ ନେଇ ଆଗାମୀ ବର୍ଷ ପାଇଁ ତଥ୍ୟ ପ୍ରଦାନ କରାଯିବ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.