ନୂଆଦିଲ୍ଲୀ: ଆଜି(ରବିବାର) ପ୍ରଧାନମନ୍ତ୍ରୀଙ୍କ ମାସିକ 'ମନ କି ବାତ' କାର୍ଯ୍ୟକ୍ରମ । ରେଡିଓ ମାଧ୍ୟମରେ ଆଜି ପୂର୍ବାହ୍ନ 11ଟାରେ ସମୟରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ମୋଦିଙ୍କ ଏହି ମନ କି ବାତ କାର୍ଯ୍ୟକ୍ରମର ଆଜି ହେଉଛି ୮୧ତମ ସଂସ୍କରଣ । ପ୍ରଧାନମନ୍ତ୍ରୀଙ୍କ ୩ ଦିନିଆ ଆମେରିକା ଗସ୍ତରେ ଯାଇଥିବା ବେଳେ ଗତକାଲି ଯାତ୍ରା ଶେଷ କରି ଫେରିଛନ୍ତି । ଆମେରିକା ଗସ୍ତ ସରିବା ପରେ ଆଜି ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ ରହିଛି । ଆଜିର କାର୍ଯ୍ୟକ୍ରମରେ ମୋଦି ପାରାଅଲମ୍ପିକ୍ସରେ ଦେଶର ଖେଳାଳିଙ୍କ ପ୍ରଦର୍ଶନ, ଆମେରିକା ଗସ୍ତରେ ବାଇଡେନଙ୍କ ସହ ଆଲୋଚନା ବିଷୟରେ ଆଜି ଆଲୋଚନା କରିପାରନ୍ତି । ସେହିପରି କୋରୋନାର ତୃତୀୟ ଲହର, ଦେଶରେ ଟୀକାକରଣକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ମନର କଥା କହିବେ ।
ତେବେ ଏହା ପୂର୍ବରୁ ଅଗଷ୍ଟ ୨୯ରେ ମୋଦି ୮୦ତମ ମନ କି ବାତ କାର୍ଯ୍ୟକ୍ରମରେ ଆବର୍ଜନାରୁ ବିଦ୍ୟୁତ ଉତ୍ପାଦନ ନେଇ ତାମିଲନାଡୁ ଶିଭାଗଙ୍ଗାଇ ଜିଲ୍ଲାର 'କାଞ୍ଜିରଙ୍ଗାଲ' ପଞ୍ଚାୟତବାସୀଙ୍କ ପ୍ରଶଂସା କରିଥିଲେ ମୋଦି । ଏଥିସହ ସଂସ୍କୃତ ଭାଷା, ଜନ୍ମାଷ୍ଟମୀ, ବିଶ୍ବକର୍ମା ପୂଜା ସହ କ୍ରିଡା କ୍ଷେତ୍ରରେ ଭାରତର ଅବଦାନ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ ।
ମନ କି ବାତ ପ୍ରଧାନମନ୍ତ୍ରୀଙ୍କ ଏକ ମାସିକ ରେଡିଓ କାର୍ଯ୍ୟକ୍ରମ ଯେଉଁଥିରେ ଦେଶବାସୀଙ୍କୁ ସମ୍ବୋଧିତ କରିଥାନ୍ତି । ଏହା ପ୍ରତିମାସ ଶେଷ ରବିବାର ପ୍ରସାରିତ ହୋଇଥାଏ । ଏହି କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ରେଡିଓ, ଦୂରଦର୍ଶନ ଏବଂ ଏୟାର ନ୍ୟୁଜ ୱେବସାଇଟରେ ଉପଲବ୍ଧ ହୋଇଥାଏ । 'ମନ କି ବାତ' କାର୍ଯ୍ୟକ୍ରମ ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ ପକ୍ଷରୁ ପ୍ରତି ଆଞ୍ଚଳିକ ଭାଷାରେ ଏହାକୁ ପ୍ରସାରିତ କରାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ