ETV Bharat / bharat

ଆଜି ୨୮ତମ NHRC ପ୍ରତିଷ୍ଠା ଦିବସକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

author img

By

Published : Oct 12, 2021, 6:56 AM IST

ଆଜି(ମଙ୍ଗଳବାର) ଜାତୀୟ ମାନବାଧିକାର ଆୟୋଗର ୨୮ତମ ପ୍ରତିଷ୍ଠା ଦିବସ । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ହେବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ଆଜି ୨୮ତମ NHRC ପ୍ରତିଷ୍ଠା ଦିବସକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ଆଜି ୨୮ତମ NHRC ପ୍ରତିଷ୍ଠା ଦିବସକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି(ମଙ୍ଗଳବାର) ଜାତୀୟ ମାନବାଧିକାର ଆୟୋଗର ୨୮ତମ ପ୍ରତିଷ୍ଠା ଦିବସ । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ହେବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି NHRC ମାନବିକ ଅଧିକାର ତଥା ସମ୍ମାନ ରକ୍ଷା କରିବାରେ ଆମ ଦେଶରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

  • At 11 AM tomorrow, 12th October, will address the 28th NHRC Foundation Day programme. The NHRC plays an important role in our nation in protecting the human rights and dignity of the marginalised.

    — Narendra Modi (@narendramodi) October 11, 2021 " class="align-text-top noRightClick twitterSection" data=" ">

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହା ଏବଂ NHRC ଅଧକ୍ଷ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ମାନବ ଅଧିକାରର ପ୍ରୋତ୍ସାହନ ତଥା ସୁରକ୍ଷା ପାଇଁ ଅକ୍ଟୋବର 12, 1993 ରେ ମାନବ ଅଧିକାର ଆଇନ 1993 ଅନୁଯାୟୀ NHRC ପ୍ରତିଷ୍ଠା କରାଯାଇଥିଲା । କୌଣସି ପ୍ରକାରର ମାନବିକ ଅଧିକାରର ଉଲ୍ଲଂଘନ ବିଷୟରେ ଆୟୋଗ ଜାଣନ୍ତି । ଅନୁସନ୍ଧାନ କରନ୍ତି ଏବଂ ମାନବିକ ଅଧିକାରର ଉଲ୍ଲଂଘନ ମାମଲାରେ ପୀଡିତମାନଙ୍କୁ କ୍ଷତିପୂରଣ ପ୍ରଦାନ, ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଅନ୍ୟାନ୍ୟ ପ୍ରତିକାର ତଥା ଆଇନଗତ ପଦକ୍ଷେପ ପାଇଁ ସରକାରୀ କର୍ତ୍ତୃପକ୍ଷଙ୍କୁ ସୁପାରିଶ କରନ୍ତି ।

ଏହା ସହିତ ଆଜି ଜି-20 ଶିଖର ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଫଗାନିସ୍ତାନ ସଙ୍କଟ ଉପରେ ଜି-୨୦ରେ ସାମିଲ ଦେଶ କରିବେ ଆଲୋଚନା । ବୈଠକର ଏଜେଣ୍ଡାରେ ମାନବୀୟ ଆବଶ୍ୟକତା, ସର୍ବାଙ୍ଗୀନ ସେବା ଓ ଜୀବିକା ପର୍ଯ୍ୟନ୍ତ ପହଞ୍ଚିବା ବିଷୟ ସାମିଲ ରହିଛି । ସେହପରି ସୁରକ୍ଷା, ଆତଙ୍କବାଦ ବିରୋଧରେ ଲଢେଇ, ଗତିଶୀଳତା ଓ ମାନବାଧିକାର ଉପରେ ଆଲୋଚନା ହେବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.