ETV Bharat / bharat

Modi In Hyderabad: ପରିବାରବାଦ କବଳରୁ ତେଲେଙ୍ଗାନାକୁ ମୁକ୍ତ କରିବ ବିଜେପି: ମୋଦି - ପରିବାରବାଦ କବଳରୁ ତେଲେଙ୍ଗାନାକୁ ମୁକ୍ତ କରିବ ବିଜେପି

ହାଇଦ୍ରାବାଦରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ତେଲେଙ୍ଗାନା ସରକାର ଉପରେ ବର୍ଷିଛନ୍ତି । ମୋଦି କହିଛନ୍ତି ପରିବାରବାଦ ଗଣତନ୍ତ୍ରର ସବୁଠାରୁ ବଡ ଶତ୍ରୁ । ପ୍ରଧାନମନ୍ତ୍ରୀ କହିଛନ୍ତି ପରିବାରବାଦ ଦେଶକୁ ବରବାଦ କରିଛି । ପରିବାରବାଦ ଦେଶର ବିକାଶରେ ବାଧା ସୃଷ୍ଟି କରିଛି । ପରିବାରବାଦ ଦେଶକୁ ଲୁ଼ଟ କରିଛି । ଅଧିକ ପଢନ୍ତୁ

ମୋଦି
ମୋଦି
author img

By

Published : May 26, 2022, 10:55 PM IST

ହାଇଦ୍ରାବାଦ: ଆଜି (ଗୁରୁବାର) ହାଇଦ୍ରାବାଦ ଗସ୍ତରେ ଆସି ଏକ ସରକାରୀ ଦୁଇଟି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହାଇଦ୍ରାବାଦରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ତେଲେଙ୍ଗାନା ସରକାର ଉପରେ ବର୍ଷିଛନ୍ତି । ମୋଦି କହିଛନ୍ତି ପରିବାରବାଦ ଗଣତନ୍ତ୍ରର ସବୁଠାରୁ ବଡ ଶତ୍ରୁ । ପ୍ରଧାନମନ୍ତ୍ରୀ କହିଛନ୍ତି ପରିବାରବାଦ ଦେଶକୁ ବରବାଦ କରିଛି । ପରିବାରବାଦ ଦେଶର ବିକାଶରେ ବାଧା ସୃଷ୍ଟି କରିଛି । ପରିବାରବାଦ ଦେଶକୁ ଲୁ଼ଟ କରିଛି । ପରିବାରରବାଦ ତେଲେଙ୍ଗାନାକୁ ବର୍ବାଦ କରିଛି ।

  • వంశపారంపర్య రాజకీయాలు యువత ఆకాంక్షకు అతి పెద్ద శత్రువు. తెలంగాణలో పాలిస్తున్నటువంటి వంశపారంపర్య పార్టీలు తమ స్వశక్తి గురించి మాత్రమే ఆలోచిస్తాయి.@BJP4Telangana తెలంగాణ ప్రజల గురించి ఆలోచిస్తుంది. pic.twitter.com/xMtFgm8qdl

    — Narendra Modi (@narendramodi) May 26, 2022 " class="align-text-top noRightClick twitterSection" data=" ">

ଦଳୀୟ କର୍ମୀ ଓ ତେଲେଙ୍ଗାନା ଜନତାଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ଆମେ ଗରିବଙ୍କ ପାଇଁ ବଞ୍ଚିବାର ଲୋକ । ବର୍ତ୍ତମାନର ଯୁବପୀଢି ପରିବାରବାଦ ମୁକ୍ତ ଶାସନ ଚାହେଁ । ପରିବାରବାଦ ଦଳ ଗୁଡିକ କେବଳ ନିଜ ବିକାଶ କରନ୍ତି । ଏହି ଦଳ ଗୁଡିକ ଗରିବଙ୍କ ଦୁଃଖ ବୁଝିପାରନ୍ତି ନାହିଁ । ପରିବାରବାଦ କେବଳ ଏହା ନିଜେ କିଭଳି କ୍ଷମତାରେ ରହିବେ, ଜନତାଙ୍କୁ କିଭଳି ଲୁଟ କରିବେ ସେହି ଯୋଜନାରେ ଥାନ୍ତି ।

ତେଲେଙ୍ଗାନା ସରକାରକୁ ଆକ୍ରମଣ କରି ମୋଦି କହିଛନ୍ତି ତେଲେଙ୍ଗାନା ସରକାର ଅନ୍ଧବିଶ୍ବାସୀ । କିନ୍ତୁ ଆମେ ଟେକନିକରେ ବିଶ୍ବାସ କରୁ । ଆମେ ତେଲେଙ୍ଗାନାକୁ ‘ଟେକ ହବ’ ରେ ପରିଣତ କରିବୁ ବୋଲି ମୋଦି ପ୍ରତିଶୃତି ଦେଇଛନ୍ତି । ବର୍ତ୍ତମାନର ଭାରତ ଆତ୍ମନିର୍ଭର ଭାରତ ଓ ମେକ ଇନ ଇଣ୍ଡିଆ ସ୍ବପ୍ନକୁ ସାର୍ଥକ କରିବା ଦିଗରେ କାମ କରୁଛି । ଆମର ଷ୍ଟାର୍ଟଅପ ଦୁନିଆ ରେ ନିଜର ଛାପ ଛାଡିଛି । ଆଜି ଆମେ ଦୁନିଆର ତୃତୀୟ ସର୍ବବୃହତ ଷ୍ଟାର୍ଟଅପ ଇକୋସିଷ୍ଟମ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆଜି ଭାରତ ଦୁନିଆର ସବୁଠାରୁ ଦ୍ରୁତ ଅର୍ଥବ୍ୟବସ୍ଥା ମଧ୍ୟରୁ ଗୋଟିଏ । ଆମର ଏହି ଦ୍ରୁତ ଅଭିବୃଦ୍ଧି ର ମୂଳ କାରଣ ହେଉଛି ଟେକ୍ନୋଲୋଜୀ । ଯାହାର ନେତୃତ୍ବ ନେଉଛନ୍ତି ଆମର ଯୁବପୀଢି । ଯେତେବେଳେ ଟେକନଲୋଜୀ କଥା ଆସେ ସେତେବେଳେ ତେଲେଙ୍ଗାନା ଓ ଏଠାକାର ଯୁବପୀଢିଙ୍କ ଦକ୍ଷତା ବିନା ଏହା ଅସମ୍ଭବ ବୋଲି ମୋଦି କହିଛନ୍ତି । ଆଉ ଏହି କ୍ଷମତାର ସଠିକ ବିନିଯୋଗ ପାଇଁ ତେଲେଙ୍ଗାନାରେ ଏକ ସ୍ବଚ୍ଛ ଦକ୍ଷ ସରକାର ଜରୁରୀ ବୋଲି ମୋଦି କହିଛନ୍ତି । ଯାହା କେବଳ ବିଜେପି କରିପାରିବ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.