ଲକ୍ଷ୍ନୌ: ଶାରୀରିକ ଅସୁସ୍ଥତା ହେତୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ । ତେବେ ଦୀର୍ଘଦିନ ଧରି ଅସୁସ୍ଥ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଗୁଜବ ଖବର ସୋସିଆଲ ମିଡିଆରେ ପ୍ରଘଟ ହେବା ପରେ ପ୍ରଧାନମନ୍ତ୍ରୀ ଏହାକୁ ମିଛ ଖବର କହିବା ସହ କଲ୍ୟାଣ ସିଂଙ୍କ ନାତିଙ୍କ ସହ କଥା ହୋଇ ଏଥି ପ୍ରତି ଧ୍ୟାନ ନଦେବାକୁ ନିବେଦନ କରିଛନ୍ତି ।
-
Countless people across India are praying for the speedy recovery of Kalyan Singh Ji. Yesterday @JPNadda Ji, CM @myogiadityanath Ji and others went to the hospital to meet him. I just spoke to his grandson and enquired about his health.
— Narendra Modi (@narendramodi) July 9, 2021 " class="align-text-top noRightClick twitterSection" data="
">Countless people across India are praying for the speedy recovery of Kalyan Singh Ji. Yesterday @JPNadda Ji, CM @myogiadityanath Ji and others went to the hospital to meet him. I just spoke to his grandson and enquired about his health.
— Narendra Modi (@narendramodi) July 9, 2021Countless people across India are praying for the speedy recovery of Kalyan Singh Ji. Yesterday @JPNadda Ji, CM @myogiadityanath Ji and others went to the hospital to meet him. I just spoke to his grandson and enquired about his health.
— Narendra Modi (@narendramodi) July 9, 2021
ଏନେଇ ସେ ଏକ ଟ୍ବିଟ କରିଛନ୍ତି । ମୋଦି କଲ୍ୟାଣ ସିଂଙ୍କ ଆରୋଗ୍ୟ କାମନା କରିବା ସହ ଟ୍ବିଟ କରି ଲେଖିଛନ୍ତି, ମୁଁ ତାଙ୍କ ନାତିଙ୍କ ସହ କଥା ହୋଇ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରିଲି । ଜେପି ନଡ୍ଡାଙ୍କ ସହ କଲ୍ୟାଣ ସିଂ କଥା ହେବା ବେଳେ ମୋତେ ମନେପକାଇବାରୁ ମୁଁ ଭାବପ୍ରବଣ ହୋଇଗଲି । କଲ୍ୟାଣ ସିଂଙ୍କ ସହିତ ସାକ୍ଷାତ ସମ୍ବନ୍ଧୀୟ ଅନେକ ସ୍ମୃତି ଅଛି । ମୁଁ ସେହି ମୁହୂର୍ତ୍ତଗୁଡ଼ିକୁ ପୁଣି ମନେ ପକାଇଲି ।
ଗତକାଲି ଜେପି ନଡ୍ଡା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ ନେତାମାନେ କଲ୍ୟାଣ ସିଂଙ୍କୁ ଡାକ୍ତରଖାନାରେ ଭେଟିଥିଲେ। ଜୁଲାଇ 4 ତାରିଖରେ କଲ୍ୟାଣ ସିଂଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ SGPGI ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେ ଆଇସିୟୁରେ ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ