ETV Bharat / bharat

17 ଦିନ ପରେ ଅନ୍ଧାର ସୁ଼ଡଙ୍ଗରୁ ବାହାରିଲେ 41 ଶ୍ରମିକ, ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Nov 29, 2023, 7:08 AM IST

Updated : Nov 29, 2023, 10:49 AM IST

ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲ ଦୁର୍ଘଟଣାର ଉଦ୍ଧାରକାର୍ଯ୍ୟ ସଫଳତାର ସହ ଶେଷ ହୋଇଛି । 17 ଦିନ ପରେ ନୂଆ ଜୀବନ ପାଇଛନ୍ତି 41 ଶ୍ରମିକ । ସେମାନଙ୍କ ସହ ଟେଲିଫୋନ ଜରିଆରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

PM Modi talks to workers rescued from tunnel
ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
PM Modi speaks to workers rescued from tunnel

ନୂଆଦିଲ୍ଲୀ: 17 ଦିନ ସଂଘର୍ଷ ପରେ ସୁଡଙ୍ଗରୁ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି 41 ଶ୍ରମିକ । ହାରିଛି ମୃତ୍ୟୁ ଜିତିଛି ଜୀବନ । ଉତ୍ତରାଖଣ୍ଡ ଉତ୍ତରକାଶୀରେ ଭୁଶୁଡି ପଡିଥିବା ନିର୍ମାଣଧୀନ ଟନେଲ ଭିତରୁ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି । ସମସ୍ତ ଶ୍ରମିକ ସୁସ୍ଥ ଅଛନ୍ତି । ସମସ୍ତ 41 ଶ୍ରମିକଙ୍କ ଟେଲିଫୋନ ଜରିଆରେ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ବି ପଢନ୍ତୁ...ଟନେଲରୁ ସମସ୍ତ 41 ଶ୍ରମିକ ସୁରକ୍ଷିତ ଉଦ୍ଧାର, ପଠାଯାଉଛି ହସ୍ପିଟାଲ

ସମସ୍ତ ସୁରକ୍ଷିତ ଶ୍ରମିକଙ୍କ ଉଦ୍ଧାର ପରେ ତାଙ୍କର ମେଡିକାଲ ପରୀକ୍ଷା କରାଯାଇଥିଲା । ସମସ୍ତ ସୁସ୍ଥ ଥିବା ଜଣାପଡ଼ିଛି । ଏହା ପରେ ସମସ୍ତ 41 ଶ୍ରମିକଙ୍କ ସହ ଫୋନ ଜରିଆରେ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ସେମାନଙ୍କୁ ଉତ୍ସାହିତ କରିଥିଲେ । ଏହାପୂର୍ବରୁ ସୁଡଙ୍ଗରୁ ଶ୍ରମିକ ସୁରକ୍ଷିତ ଉଦ୍ଧାର ହୋଇଥିବା ନେଇ ଖୁସି ବ୍ୟକ୍ତ କରିଥିଲେ ପ୍ରଧାନମନ୍ତ୍ରୀ । ମାନବିକତା ଓ ଟିମ ୱାର୍କକୁ ପ୍ରଶଂସା କରିଥିଲେ । ଶ୍ରମିକଙ୍କ ଉଦ୍ଧାରକାର୍ଯ୍ୟର ସଫଳତା ମୋତେ ଭାବୁକ କରି ଦେଇଛି । ଟନେଲ୍‌ରେ ଫସିଥିବା ସମସ୍ତଙ୍କୁ ମୁଁ ଏହା କହିବାକୁ ଚାହୁଁଛି ତୁମର ସାହାସ ଓ ଧୈର୍ଯ୍ୟ ପ୍ରେରଣାଦାୟୀ । ସମସ୍ତଙ୍କର ଉତ୍ତର ସ୍ବାସ୍ଥ୍ୟର କାମନା କରୁଛି ବୋଲି ଏକ୍ସରେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ବି ପଢନ୍ତୁ...ଜିତିଲା ଜୀବନ: ଉଦ୍ଧାରକାରୀ ଟିମର ପରିଶ୍ରମ ଓ ଶ୍ରମିକଙ୍କ ଧୈର୍ଯ୍ୟଙ୍କୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନଭେମ୍ବର 12 ତାରିଖ । ଯେବେ ସାରା ଦେଶ ଆଲୋକର ପର୍ବ ପାଳନ କରୁଥିଲା ସେବେ ଘଟିଯାଇଥିଲା ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣା । ଅନ୍ଧାରୀ ସୁଡଙ୍ଗରେ ଫସି ରହିଥିଲା 41 ଜୀବନ । ନଭେମ୍ବର 12ରୁ 28 ତାରିଖ 17 ଦିନ ହେବ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଚାରିଥିଲା । ଘଟଣାସ୍ଥଳୀରେ ନେତା ମନ୍ତ୍ରୀଙ୍କ ସୁଅ ଛୁଟିଥିଲା । ଦିନ ଗଡୁଥିଲା ଟେନସନ ବଢୁଥିବା । ଫସି ରହିଥିବା ଶ୍ରମିକଙ୍କ ପରିବାର ଲୋକ ବ୍ୟସ୍ତ ବିଚଳିତ ଧୈର୍ଯ୍ୟହରା ହୋଇ ଯାଉଥିଲା ।

ଅତ୍ୟାଧୁନିକ ଅଗର ମେସିନରେ ଉଦ୍ଧାରକାର୍ଯ୍ୟ ଚାଲିଥିଲା । ହେଲେ ମେସିନ ଫେଲ ମାରିଥିଲା । ରାସ୍ତାରେ ପଥର ପଡ଼ିବାକୁ ମେସିନ ଭାଙ୍ଗି ଥିଲା । ଶେଷରେ ରାଟ୍‌ ହୋଲ ମାଇନିଂ ପନ୍ଥା ଆପଣା ଯାଇଥିଲା । 17 ଦିନ ହେବ ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକ ଶେଷରେ ମାନୁଆଲ ଡ୍ରିଲିଂ କରାଯାଇଥିଲା । ଯାହା ସଫଳ ହୋଇଥିଲା । ଦେବଧୂର ସାଜିଥିଲେ ରାଟ୍‌ ହୋଲ ମାଇନର । ଏହା ପରେ ପାଖାପାଖି ରାତି ପ୍ରାୟ 9ଟା ସମୟରେ ସମସ୍ତ ଶ୍ରମବୀରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ଏହାକୁ ନେଇ ସାରା ଦେଶରେ ଖୁସିର ଲହରୀ । ସବୁଠି ଉତ୍ସାହ ପରିବାର ଆଖିରେ 17 ଦିନ ହେବ ଶୁଖୁ ନଥିବା ଲୁହ ଆଜି ଖୁସିର ଲୁହରେ ବଦଳିଛି ।

Last Updated : Nov 29, 2023, 10:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.