ETV Bharat / bharat

PM Modi Speaks To Rishi Sunak: ଶୁଭେଚ୍ଛା ଜଣାଇଲେ ମୋଦି, ଧନ୍ୟବାଦ ଦେଲେ ସୁନକ - ଋଷି ସୁନକଙ୍କୁ ମୋଦିଙ୍କ ଶୁଭେଚ୍ଛା

ସୁନକଙ୍କ ସହ ଫୋନରେ କଥା ହୋଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ଦୁଇ ଦେଶର ବ୍ୟାପକ ରଣନୈତିକ ଭାଗିଦାରୀକୁ ଆହୁରି ସୁଦୃଢ କରିବା ଦିଗରେ ଗୁରୁତ୍ବରୋପ କଲେ ଉଭୟ ନେତା (PM Modi speaks to Rishi Sunak)। ଅଧିକ ପଢନ୍ତୁ

PM Modi speaks to Rishi Sunak: ଶୁଭେଚ୍ଛା ଜଣାଇଲେ ମୋଦି, ଧନ୍ୟବାଦ ଦେଲେ ସୁନକ

author img

By

Published : Oct 27, 2022, 9:07 PM IST

ନୂଆଦିଲ୍ଲୀ: ନବନିର୍ବାଚିତ ବ୍ରିଟେନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ସହ ଫୋନରେ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି (ଗୁରୁବାର) ସଂଧ୍ୟାରେ ଉଭୟଙ୍କ ମଧ୍ୟରେ ହୋଇଥିବା ଶୁଭେଚ୍ଛା ବାର୍ତ୍ତାଳାପ ନେଇ ଉଭୟ ନେତା ଟ୍ବିଟ କରି ସୂଚନା ଦେଇଛନ୍ତି (PM Modi speaks to Rishi Sunak) ।

  • Glad to speak to @RishiSunak today. Congratulated him on assuming charge as UK PM. We will work together to further strengthen our Comprehensive Strategic Partnership. We also agreed on the importance of early conclusion of a comprehensive and balanced FTA.

    — Narendra Modi (@narendramodi) October 27, 2022 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ମୋଦି ନିଜ ଟ୍ବିଟରେ ଲେଖିଛନ୍ତି, ‘‘ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ସୁନକଙ୍କୁ ଅଭିନନ୍ଦନ । ଦୁଇ ଦେଶର ବ୍ୟାପକ ରଣନୈତିକ ଭାଗିଦାରୀକୁ ଆହୁରି ସୁଦୃଢ କରିବା ଦିଗରେ ଆମେ ମିଳିତ ଭାବରେ କାର୍ଯ୍ୟ କରିବୁ । ଏକ ବିସ୍ତୃତ ଏବଂ ସନ୍ତୁଳିତ ଏଫଟିଏ (FTA) ପାଇଁ ଆଲୋଚନା କଲୁ ।’’

  • Thank you Prime Minister @NarendraModi for your kind words as I get started in my new role.

    The UK and India share so much. I'm excited about what our two great democracies can achieve as we deepen our security, defence and economic partnership in the months & years ahead. pic.twitter.com/Ly60ezbDPg

    — Rishi Sunak (@RishiSunak) October 27, 2022 " class="align-text-top noRightClick twitterSection" data=" ">

ସେହିପରି ଋଷି ସୁନକ ମଧ୍ୟ ଶୁଭେଚ୍ଛା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୁନକ କହିଛନ୍ତି, "ବ୍ରିଟେନ ଏବଂ ଭାରତ ମଧ୍ୟରେ ଏକାଧିକ ପ୍ରସଙ୍ଗରେ ଦ୍ବିପାକ୍ଷିକ ଅଂଶୀଦାରୀ ରହିଆସିଛି । ଭାରତ ଓ ବ୍ରିଟେନ ଦୁଇ ମହାନ ଗଣତାନ୍ତ୍ରିକ ରାଷ୍ଟ୍ର ପରସ୍ପର ସହଯୋଗରେ ସଫଳ ଭାବେ କାର୍ଯ୍ୟ କରିବା ଦିଗରେ ମୁଁ ବେଶ ଉତ୍ସାହିତ ଅଛି ।’’ ଆଗମୀ ସମୟରେ ଦୁଇ ଦେଶର ସୁରକ୍ଷା, ଅର୍ଥନୀତି ଓ ପ୍ରତିରକ୍ଷା କ୍ଷେତ୍ରରେ ପାରସ୍ପାରିକ ସହଯୋଗ ଆହୁରି ସୁଦୃଢ ହେବା ନେଇ ସେ ଆଶାବାଦୀ ରହିଥିବା ମଧ୍ୟ କହିଛନ୍ତି ସୁନକ ।

ତେବେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ହେଉଛନ୍ତି ଗ୍ରେଟ ବ୍ରିଟେନର ପ୍ରଥମ କୃଷ୍ଣକାୟ ତଥା ଦୀର୍ଘ ୨ ଶତାବ୍ଦୀରେ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ । ଲିଜ ଟ୍ରସଙ୍କ ଇସ୍ତଫା ପରେ ସେ ଶାସକ କଞ୍ଜରଭେଟିବ ପାର୍ଟିର ନେତା ନିର୍ବାଚିତ ହେବା ପରେ ରାଜା ଚାର୍ଲ୍ସଙ୍କ ଦ୍ବାରା ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ ଏହି ୪୨ ବର୍ଷୀୟ ଯୁବ ବ୍ରିଟିଶ ସାଂସଦ । ପ୍ରଧାନମନ୍ତ୍ରୀ ମନୋନୀତ ହେବା ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ତାଙ୍କୁ ଶୁଭେଚ୍ଛା ଜଣାଇବା ପରେ ଆଜି ଫୋନରେ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.