ନୂଆଦିଲ୍ଲୀ: ଦିନକୁ ମାତ୍ର ଦୁଇ ଘଣ୍ଟା ଶୁଅନ୍ତି ପ୍ରଧାନମନ୍ତ୍ରୀ । ୨୪ ଘଣ୍ଟାରୁ 22 ଘଣ୍ଟା ଦେଶ ପାଇଁ କାମ କରନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ । ସେ ଦେଶ ପାଇଁ କାମ କରିବାକୁ 24 ଘଣ୍ଟା ଲାଗି ରହିଥାନ୍ତି, ଯାହା ଫଳରେ ସେ ଶୋଇ ପାରନ୍ତି ନାହିଁ ବୋଲି ସେ କହିଛନ୍ତି ।
କୋହ୍ଲାପୁର ଉତ୍ତର ବିଧାନସଭା ଉପନିର୍ବାଚନ ପୂର୍ବରୁ ବିଜେପି କର୍ମୀଙ୍କୁ ସମ୍ବୋଧିତ କରିବା ଅବସରରେ ପାଟିଲ ଏଭଳି ବୟାନ ଦେଇଛନ୍ତି । ସେ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦି କେବଳ ଦୁଇ ଘଣ୍ଟା ଶୋଇଥାନ୍ତି ଏବଂ ପ୍ରତିଦିନ 22 ଘଣ୍ଟା କାମ କରନ୍ତି।’ ମୋଦି ନିଜ ଶୋଇବା ନିୟନ୍ତ୍ରଣ କରୁଛନ୍ତି । ଯାହାଦ୍ବାରା ସେ ୨୪ ଘଣ୍ଟା ଦେଶ ପାଇଁ କାମ କରିପାରିବେ ଏବଂ ଗୋଟିଏ ମିନିଟ ପାଇଁ ମଧ୍ୟ ନଷ୍ଟ କରିବା ପାଇଁ ଚାହାଁନ୍ତି ନାହିଁ ବୋଲି ପାଟିଲ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଅତ୍ୟନ୍ତ ଦକ୍ଷତାର ସହ କାର୍ଯ୍ୟ କରନ୍ତି । ଏଥିସହ ଦେଶର ଯେକୌଣସି ଦଳରେ ଘଟୁଥିବା ଘଟଣା ବିଷୟରେ ସେ ଅବଗତ ରୁହନ୍ତି ବୋଲି ବିଜେପି ନେତା ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ।