ETV Bharat / bharat

ଯଦି WTO ଚାହେଁ, ବିଶ୍ବକୁ ଖାଦ୍ୟ ସାମଗ୍ରୀ ଯୋଗାଇବ ଭାରତ: ପ୍ରଧାନମନ୍ତ୍ରୀ

ଯୁଦ୍ଧ ପାଇଁ ବିଶ୍ବରେ ବୃଦ୍ଧି ପାଇଲାଣି ଖାଦ୍ୟ ସଙ୍କଟ । ଖାଲି ହେବାରେ ଲାଗିଛି ଗଚ୍ଛିତ ଖାଦ୍ୟ ଭଣ୍ଡାର । ବିଶ୍ବ ବାଣିଜ୍ୟ ସଂଗଠନ ଅନୁମତି ଦେଲେ ସାରା ବିଶ୍ବକୁ ଖାଦ୍ୟ ସାମଗ୍ରୀ ଯୋଗାଇବାରେ ସକ୍ଷମ ଭାରତ । ବାଇଡେନଙ୍କ ସହ କଥାବାର୍ତ୍ତା ବେଳେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିବା କହିଲେ ମୋଦି । ଅଧିକ ପଢନ୍ତୁ

author img

By

Published : Apr 12, 2022, 7:57 PM IST

ଯଦି WTO ଚାହେଁ, ବିଶ୍ବକୁ ଖାଦ୍ୟ ସାମଗ୍ରୀ ଯୋଗାଇବ ଭାରତ:PM

ନୂଆଦିଲ୍ଲୀ: ସାମ୍ପ୍ରତିକ ବିଶ୍ବରେ ଦେଖାଯାଇଥିବା ଖାଦ୍ୟ ଭଣ୍ଡାରର ଅଭାବ ନେଇ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯଦି ବିଶ୍ବ ବାଣିଜ୍ୟ ସଂଗଠନ (WTO) ଅନୁମତି ପ୍ରଦାନ କରେ ତେବେ ଭାରତ ବିଶ୍ବକୁ ଖାଦ୍ୟ ସାମଗ୍ରୀ ଯୋଗାଇବାକୁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆହୁରି ମଧ୍ୟ ମୋଦି କହିଛନ୍ତି ସେ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ସହ କଥାବାର୍ତ୍ତା ବେଳେ ଏହି ପ୍ରସଙ୍ଗ ଉଠାଇଛନ୍ତି । ବାଇଡେନ ମଧ୍ୟ ଏଥିରେ ଚିନ୍ତାପ୍ରକଟ କରିଥିବା କହିଛନ୍ତି ମୋଦି । ଭିଡିଓ କନଫରେନ୍ସିଂ ଜରିଆରେ ଗୁଜୁରାଟର ଅଦାଲତରେ ଶ୍ରୀ ଅନ୍ନପୂର୍ଣ୍ଣା ଧାମ ଟ୍ରଷ୍ଟର ହଷ୍ଟେଲ ଏବଂ ଶିକ୍ଷା କମ୍ପ୍ଲେକ୍ସର ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏହି ବଡ଼ ବିବୃତ୍ତି ଦେଇଛନ୍ତି ।

ଯୁଦ୍ଧ ସଙ୍କଟ ପାଇଁ ଖାଲି ହେବାରେ ଲାଗିଛି ଗଚ୍ଛିତ ଖାଦ୍ୟ ଭଣ୍ଡାର:-

ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଯୁଦ୍ଧ ହେତୁ ବିଶ୍ବର ବିଭିନ୍ନ ସ୍ଥାନରେ ଖାଦ୍ୟ ସାମଗ୍ରୀ ହ୍ରାସ ପାଉଛି । ଆଜି ବିଶ୍ବ ଏକ ବିପଜ୍ଜନକ ପରିସ୍ଥିତିର ସମ୍ମୁଖୀନ ହେବା ଆରମ୍ଭ କଲାଣି । ଇନ୍ଧନର ଉପଲବ୍ଧତା ହ୍ରାସ ପାଉଛି ଯାହା ବର୍ତ୍ତମାନ ବିଶ୍ୱ ପାଇଁ ଏକ ନୂତନ ତଥା ସବୁଠୁ ବଡ ସମସ୍ୟା ଭାବେ ଉଭା ହେବାରେ ଲାଗିଲାଣି । ଯଦି ବିଶ୍ବ ବାଣିଜ୍ୟ ସଂଗଠନ ଅନୁମତି ପ୍ରଦାନ କରେ ତେବେ ଭାରତ ବିଶ୍ବକୁ ଖାଦ୍ୟ ସାମଗ୍ରୀ ଯୋଗାଇବା ପାଇଁ ପ୍ରସ୍ତୁତ । ଭାରତରେ ଆବଶ୍ୟକତା ଅନୁସାରେ ଖାଦ୍ୟ ସାମଗ୍ରୀର ଉପଲବ୍ଧତା ଯଥେଷ୍ଟ ରହିଛି । ତେଣୁ ରପ୍ତାନୀ ପାଇଁ ଭାରତ ସକ୍ଷମ ବୋଲି ମୋଦି କହିଛନ୍ତି ।

ଭାରତୀୟ କୃଷକଙ୍କୁ କଲେ ପ୍ରଶଂସା:-

ଭାରତୀୟ କୃଷକମାନଙ୍କୁ ପ୍ରଶଂସା କରି ମୋଦି କହିଛନ୍ତି ଯେ, ରୁଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ଯୋଗୁଁ ପ୍ରତ୍ୟେକ ଦେଶ ଏହାର ଖାଦ୍ୟ ଭଣ୍ଡାର ସୁରକ୍ଷିତ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଭାରତରେ ଲୋକଙ୍କ ପାଇଁ ପୂର୍ବରୁ ପର୍ଯ୍ୟାପ୍ତ ଖାଦ୍ୟ ଅଛି । ଭାରତୀୟ କୃଷକମାନେ କେବଳ ଦେଶର ଖାଦ୍ୟ ଆବଶ୍ୟକତା ପୂରଣ କରିବାରେ ନୁହେଁ ବରଂ ବିଶ୍ବର ଚାହିଦା ପୂରଣ କରିବାରେ ମଧ୍ୟ ସକ୍ଷମ ହୋଇଛନ୍ତି । କିନ୍ତୁ ଆମେ ସକ୍ଷମ ହେବା ପରେ ମଧ୍ୟ ଅନ୍ତର୍ଜାତୀୟ ନିୟମ ଅନୁସାରେ ଆମକୁ ଚାଲିବାକୁ ପଡିବ । ତେଣୁ ବିଶ୍ବ ବାଣିଜ୍ୟ ସଂଗଠନର ଅନୁମତି ମଧ୍ୟ ଆବଶ୍ୟକ । ଯଦି ଏପରି ଅନୁମତି ମିଳେ ତେବେ ଭାରତ ବୈଶ୍ବିକ ଯୋଗାଣ ଆରମ୍ଭ କରିବାରେ କୌଣସି ସମସ୍ୟା ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.