ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୯ଟି ଜିଲ୍ଲାରେ ୫୯ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ମତଦାନ କରିବାକୁ ଭୋଟରଙ୍କୁ ଅପିଲ କରିଛନ୍ତି ।
-
उत्तर प्रदेश विधानसभा चुनाव में आज वोटिंग का चौथा दौर है। सभी मतदाताओं से मेरा आग्रह है कि वे अपने बहुमूल्य वोट का प्रयोग कर लोकतंत्र को मजबूत करने में अपना योगदान करें।
— Narendra Modi (@narendramodi) February 23, 2022 " class="align-text-top noRightClick twitterSection" data="
">उत्तर प्रदेश विधानसभा चुनाव में आज वोटिंग का चौथा दौर है। सभी मतदाताओं से मेरा आग्रह है कि वे अपने बहुमूल्य वोट का प्रयोग कर लोकतंत्र को मजबूत करने में अपना योगदान करें।
— Narendra Modi (@narendramodi) February 23, 2022उत्तर प्रदेश विधानसभा चुनाव में आज वोटिंग का चौथा दौर है। सभी मतदाताओं से मेरा आग्रह है कि वे अपने बहुमूल्य वोट का प्रयोग कर लोकतंत्र को मजबूत करने में अपना योगदान करें।
— Narendra Modi (@narendramodi) February 23, 2022
ପ୍ରଧାନମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି କି, ଆଜି ୟୁପି ବିଧାନସଭା ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଛି । ସମସ୍ତ ଭୋଟର ମତଦାନ କରି ଆପଣଙ୍କ ମୂଲ୍ୟବାନ ମତଦାନ କରି ଗଣତନ୍ତ୍ରଙ୍କୁ ମଜବୁତ କରିବାରେ ସହଯୋଗ କରନ୍ତୁ ।
ସୂଚନା ଥାଉକି, ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ୫୯ ଆସନରେ ମତଦାନ କରୁଛନ୍ତି ୯ଟି ଜିଲ୍ଲାର ମତଦାତା । ଉନ୍ନାଓ, ପିଲିଭିତ, ଲଖିମପୁର ଖେରୀ, ରାଏ ବରେଲି, ସୀତାପୁର, ଫତେହପୁର, ହାର୍ଡୋଇ ଏବଂ ଲକ୍ଷ୍ନୌରେ ମତଦାନ ଚାଲିଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ଯାଏଁ ଚାଲିବ । ଏନେଇ ସକାଳୁ ସକାଳୁ ବୁଥ୍ ଆଗରେ ଲମ୍ବା ଲାଇନ ଲଗାଇଛନ୍ତି ଭୋଟର ।
ଆଜି ଆଇନ ମନ୍ତ୍ରୀଙ୍କ ସମେତ ରାଏବରେଲି ବିଧାୟିକା ଅଦିତି ସିଂହ, ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ପୂର୍ବତନ ଜଏଣ୍ଟ ଡାଇରେକ୍ଟର(former joint director of Enforcement Directorate) ରାଜେଶ୍ବର ସିଂହ ଏବଂ ଉନ୍ନାଓ ଦୁଷ୍କର୍ମ ପୀଡିତା ମାଆଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ୫୯ ଆସନ ପାଇଁ ଭୋଟଗ୍ରହଣ ଥିବାବେଳେ ନିର୍ବାଚନୀ ଦୌଡରେ ଅଛନ୍ତି ବିଭିନ୍ନ ଦଳର ମୋଟ 624 ପ୍ରାର୍ଥୀ ।
ଚତୁର୍ଥ ପର୍ଯ୍ୟାୟରେ ଟାଣୁଆ ପ୍ରାର୍ଥୀଙ୍କ ମଧ୍ୟରେ ଥିବା ବ୍ରଜେଶ ପାଠକ ଲକ୍ଷ୍ନୌ କଣ୍ଟୋନମେଣ୍ଟ ସିଟ୍ରୁ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ସେ ସପା ପ୍ରାର୍ଥୀ ତଥା ଦୁଇଥର ମେୟର ଥିବା ସୁରେନ୍ଦ୍ର ସିଂହଙ୍କ ସହ ମୁକାବିଲା କରୁଛନ୍ତି । ଯୋଗୀ କ୍ୟାବିନେଟର ସହରାଞ୍ଚଳ ବିକାଶ ମନ୍ତ୍ରୀ ଆଶୁତୋଷ ଟଣ୍ଡନ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ଅନୁରାଗ ଭରଦ୍ବାଜଙ୍କ ସହ ପ୍ରତିଦ୍ବନ୍ଦିତା କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ