ETV Bharat / bharat

ଜାନୁଆରୀ ୨୨ରେ ଅଯୋଧ୍ୟା ଆସନ୍ତୁନି, ଘରେ ପାଳନ୍ତୁ ଦୀପାବଳି: ମୋଦି

PM Modi Ayodhya Visit: ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା । ଏହି ଦିନ ଅଯୋଧ୍ୟା ନ ଆସିବାକୁ ଦେଶବାସୀଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

PM Modi
PM Modi
author img

By ETV Bharat Odisha Team

Published : Dec 30, 2023, 5:02 PM IST

ଅଯୋଧ୍ୟା: ଆସନ୍ତା ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା । ଏ ନେଇ ସମସ୍ତ ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବା ଲାଗି ଅନେକଙ୍କ ମଧ୍ୟରେ ଆଗ୍ରହ । ତେବେ ଏହି ଦିନ ଅଯୋଧ୍ୟା ନ ଆସିବାକୁ ଦେଶବାସୀଙ୍କୁ ମୋଦି ଅପିଲ କରିଛନ୍ତି । ମନ୍ଦିର ପ୍ରାଣ ପ୍ରତିଷ୍ଠା ବିଧିବଦ୍ଧ ଭାବେ ସମ୍ପନ୍ନ ହେବା ପରେ ନିଜ ସୁବିଧାରେ ଦେଶବାସୀ ଅଯୋଧ୍ୟା ଆସନ୍ତୁ ବୋଲି ଆଜି ରାମନଗରୀ ଗସ୍ତରେ ଥିବା ସମୟରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାସହିତ ଘରେ ଶ୍ରୀରାମ ଜ୍ୟୋତି ଜାଳି ଦୀପାବଳି ପାଳିବାକୁ ମୋଦି ଦେଶବାସୀଙ୍କୁ ଅପିଲ କରିଛନ୍ତି ।

  • #WATCH | Ayodhya, Uttar Pradesh: PM Narendra Modi says, "I have a request to all. Everyone has a wish to come to Ayodhya to be a part of the event on 22 January. But you know it is not possible for everyone to come. Therefore, I request all Ram devotees that once the formal… pic.twitter.com/pbL81WrsbZ

    — ANI (@ANI) December 30, 2023 " class="align-text-top noRightClick twitterSection" data=" ">

ଏନେଇ ମୋଦି କହିଛନ୍ତି, " ଜାନୁଆରୀ ୨୨ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ଲାଗି ସମସ୍ତଙ୍କ ଆଗ୍ରହ ରହିଛି । ହେଲେ ମୋର ଦେଶବାସୀଙ୍କୁ ଅନୁରୋଧ ଏହି ଦିନ ଅଯୋଧ୍ୟ ନ ଆସନ୍ତୁ । ଯେଉଁମାନଙ୍କୁ ନିମନ୍ତ୍ରଣ କରାଯାଇଛି, ସେମାନେ ହିଁ ଏହି ଦିନ ଅଯୋଧ୍ୟା ଆସନ୍ତୁ । ଭିଡ଼ ହେବା ଦ୍ବାରା ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସମ୍ଭବତଃ ଅସୁବିଧା ଉପୁଜିପାରେ । ଦେଶବାସୀ ଦୀର୍ଘ ୫୦୦ରୁ ଅଧିକ ବର୍ଷ ଧରି ଏହି ଭବ୍ୟ ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି । ତେବେ ଆଉ କିଛି ଦିନ ଅପେକ୍ଷା କରି ଜାନୁଆରୀ ୨୩ ତାରିଖ ପରେ ନିଜ ସୁବିଧାରେ ଅଯୋଧ୍ୟା ଆସନ୍ତୁ ।"

ଏହା ବି ପଢନ୍ତୁ- ଭବ୍ୟ ରାମ ମନ୍ଦିରରେ ଲାଗିବ ହାଇଦ୍ରାବାଦରେ ନିର୍ମିତ କବାଟ

ମୋଦି ଆହୁରି କହିଛନ୍ତି ଯେ ଏହି ଭବ୍ୟ ଆୟୋଜନର ପ୍ରସ୍ତୁତି ଗତ କିଛି ବର୍ଷ ଧରି ଚାଲି ଆସୁଛି । ଏଣୁ ଏହି କାର୍ଯ୍ୟକ୍ରମ ଯେପରି ସୁରୁଖୁରୁରେ ଶେଷ ହେଉ ଏହା ସମସ୍ତଙ୍କ ଇଚ୍ଛା । ଏହି କାର୍ଯ୍ୟକ୍ରମରେ ଆଉ ବିଳମ୍ବ ନ ହେବା ଆବଶ୍ୟକ । ଏଣୁ ଦେଶବାସୀ ବିଧିବଦ୍ଧ ପୂଜା ଶେଷ ପରେ ରାମନଗରୀ ଭ୍ରମଣ କରନ୍ତୁ ବୋଲି କହିଛନ୍ତି ମୋଦି । ଅଯୋଧ୍ୟା ଆସିବା ଅପେକ୍ଷା ନିଜ ଘରେ ଶ୍ରୀରାମ ଜ୍ୟୋତି ଜାଳି ଦୀପାବଳି ପାଳିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି ।

ଏହା ବି ପଢନ୍ତୁ- Ram Mandir Inauguration: 22 ଜାନୁୟାରୀରେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା

ସୂଚନା ଥାଉ କି ଜାନୁଆରୀ ୨୨ ତାରିଖରେ ଗର୍ଭଗୃହରେ ବିରାଜିବେ ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଲଲା । ଭଗବାନ ରାମଚନ୍ଦ୍ରଙ୍କ ସମେତ ମାତା ସୀତା, ଅନୁଜ ଲକ୍ଷ୍ମଣ ଓ ପରମଭକ୍ତ ହନୁମାନଙ୍କ ହେବ ପ୍ରାଣ ପ୍ରତିଷ୍ଠା । ସେହି ଦିନ କୋଟି କୋଟି ହିନ୍ଦୁ ଧର୍ମାବଲମ୍ବୀଙ୍କ ସ୍ବପ୍ନ ପୂରଣ ହେବ । ଉଦଘାଟନ ଉତ୍ସବ ଜାନୁୟାରୀ ୧୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ସାରା ଦେଶର ମଠ ମନ୍ଦିରରେ ହେବ ବିଶେଷ କାର୍ଯ୍ୟକ୍ରମ । ଭାରତବର୍ଷ ହେବ ରାମମୟ । ସ୍ଥାୟୀ ମନ୍ଦିରରେ ନିଜ ଆରଧ୍ୟ ଦେବତାଙ୍କୁ ଦର୍ଶନ କରିବେ ଭକ୍ତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.