ETV Bharat / bharat

ଟୋକିଓ ଅଲିମ୍ପିୟାନଙ୍କ ସହ ସାକ୍ଷାତକାରକୁ ସ୍ମରଣୀୟ କହିଲେ ମୋଦି - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଟୋକିଓ ଅଲିମ୍ପିୟାନଙ୍କ ସହିତ କଥା ହେବାର ସେହି ସ୍ମରଣୀୟ ମୂହୁର୍ତ୍ତକୁ ମନେ ପକାଇ ଟ୍ବିଟରରେ ଭିଡିଓ ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ନୀରଜଙ୍କ ସହିତ ସହ ମୋଦି
ନୀରଜଙ୍କ ସହିତ ସହ ମୋଦି
author img

By

Published : Aug 18, 2021, 2:11 PM IST

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିୟାନଙ୍କ ସହିତ କଥା ହେବାର ସେହି ସ୍ମରଣୀୟ ମୂହୁର୍ତ୍ତକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକ କଲ୍ୟାଣ ମାର୍ଗରେ ଥିବା ସରକାରୀ ବାସଭବନରେ ଭାରତୀୟ ଅଲିମ୍ପିଆନଙ୍କ ସହ ହୋଇଥିବା କଥାବାର୍ତ୍ତା ସର୍ବଦା ମନେ ରହିବ ବୋଲି ଟ୍ବିଟ କରି କହିଛନ୍ତି ମୋଦି ।

ଟ୍ବିଟରେ ଜାରି ହୋଇଥିବା ଭିଡିଓରେ ପ୍ରଧାନମନ୍ତ୍ରୀ ଭଲ ସ୍ବାସ୍ଥ୍ୟ ଏବଂ ଫିଟନେସ୍ ବିଷୟରେ ଆଲୋଚନା କରିବା ସହିତ ଆଇସକ୍ରିମ୍ ଏବଂ ଅନ୍ୟାନ୍ୟ ସୁସ୍ବାଦ ଖାଦ୍ୟକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ଅଲିମ୍ପିକ୍ କଣ୍ଟିଜେଣ୍ଟ୍ ସହିତ ଜଳଖିଆ ସମୟରେ ପ୍ରଧାନମନ୍ତ୍ରୀ ଟୋକିଓ ଅଲିମ୍ପିକ୍ସର ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା, ତୀରନ୍ଦାଜ ଦୀପିକା କୁମାରୀ, ରୌପ୍ୟ ପଦକ ବିଜେତା ରବି ଦହିୟା, ଟେନିସ ଷ୍ଟାର ପିଭି ସିନ୍ଧୁ ଏବଂ ଅନ୍ୟମାନଙ୍କ ସହ କଥାବାର୍ତ୍ତା କରୁଥିବା ନଜରକୁ ଆସିଛି ।

  • From having ice-creams and Churma to discussing good health and fitness, from inspiring anecdotes to lighter moments…watch what happened when I had the opportunity to host India’s #Tokyo2020 contingent at 7, LKM. The programme begins at 9 AM. pic.twitter.com/u5trUef4kS

    — Narendra Modi (@narendramodi) August 18, 2021 " class="align-text-top noRightClick twitterSection" data=" ">

ଆଇସକ୍ରିମ୍ ଏବଂ ଚୁରମାଠାରୁ ଆରମ୍ଭ କରି ଉତ୍ତମ ସ୍ବାସ୍ଥ୍ୟ ଏବଂ ଫିଟନେସ୍ ବିଷୟରେ ଆଲୋଚନା କରିଛନ୍ତି ମୋଦି । ପ୍ରେରଣାଦାୟକ ଯାତ୍ରା ବିଷୟରେ ମଧ୍ୟ ସମସ୍ତ ଆଥଲେଟଙ୍କ ସହିତ କଥା ହୋଇଛନ୍ତି ମୋଦି । ଏହି ଅବସରରେ ଟୋକିଓ ଗେମ୍ସରେ 87.58 ମିଟର ଜାଭଲିନ ଫିଙ୍ଗି ଫାଇନାଲରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଛନ୍ତି । ତାଙ୍କୁ ଆହୁରି ସଫଳତା ମିଳୁ ବୋଲି କହିଥିଲେ ମୋଦି ।

ଏହା ସହିତ ଟୋକିଓରେ ଅଂଶ ଗ୍ରହଣ କରିଥିବା ସମସ୍ତ ଆଥଲେଟଙ୍କୁ ପ୍ରଶଂସା କରିଥିଲେ ମୋଦି । ପରାଜିତ ହେଲେ ବି କେବେ ନିରାଶ ନହୋଇ ଆଗକୁ ଆହୁରି ଜୋରଦାର ପ୍ରଦର୍ଶନ କରିବାକୁ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.