ETV Bharat / bharat

ମୋଦିଙ୍କୁ ସମାଲୋଚନା, ମୁହାଁମୁହିଁ ହେଲେ 2 ରାଜ୍ୟର ମୁଖ୍ଯମନ୍ତ୍ରୀ - ପ୍ରଧାନମନ୍ତ୍ରୀ ସମାଲୋଚନା

ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବାରୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା, ସାମ୍ନାସାମ୍ନି ହେଲେ 2 ରାଜ୍ୟର ମୁଖ୍ଯମନ୍ତ୍ରୀ

author img

By

Published : May 7, 2021, 10:40 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋନ କଲ୍କୁ ନେଇ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଟ୍ବିଟ ଉପରେ ଆରମ୍ଭ ହୋଇଛି ବିବାଦ । ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବାରୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ।

ଏକ ଟ୍ବିଟରେ ରେଡ୍ଡୀ କହିଛନ୍ତି, ପ୍ରିୟ ହେମନ୍ତ ସୋରେନ, ମୁଁ ଆପଣଙ୍କର ବହୁତ ସମ୍ମାନ କରେ କିନ୍ତୁ ଜଣେ ଭାଇ ଭାବରେ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଆମ ଭିତରେ ଯେତେ ବି ମତଭେଦ ରହିଥାଉ ନା କାହିଁକି, ଏଭଳି ସ୍ତରର ରାଜନୀତି ଯୋଗୁଁ ଦେଶ ଦୁର୍ବଳ ହୋଇଯିବ ।

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, କୋରୋନା ଭାଇରସ ବିରୋଧରେ ଏହି ଯୁଦ୍ଧରେ, ଆଙ୍ଗୁଳି ଉଠାଇବାର ସମୟ ନୁହେଁ, ବରଂ ଆମ ପ୍ରଧାନମନ୍ତ୍ରୀଙ୍କ ହାତକୁ ମଜବୁତ କରିବା ପାଇଁ ଏକାଠି ହେବା । ଯାହାଦ୍ୱାରା ଏହି ମହାମାରୀ ବିରୋଧରେ ପ୍ରଭାବଶାଳୀ ଭାବେ ଲଢାଯାଇପାରିବ ।

ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ, ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସହ କୋରୋନା ସଂକ୍ରମଣ ବୃଦ୍ଧି ଉପରେ ସମୀକ୍ଷା ବୈଠକ କରିଥିଲେ । ଏହା ପରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଟ୍ୱିଟ୍ କରି କହିଛନ୍ତି, ପ୍ରଧାନମମନ୍ତ୍ରୀ କେବଳ ନିଜ ମନ କଥା କହିଲେ । ଯଦି ସେ କାମ ବିଷୟରେ କଥାବାର୍ତ୍ତା କରିଥାନ୍ତେ ଭଲ ହୋଇଥାନ୍ତା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.