ନୂଆଦିଲ୍ଲୀ: ଆଜି(ଗୁରୁବାର) ଭାରତୀୟ ରାଜନେତା ତଥା ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଜୟନ୍ତୀ । ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ନିଜ ପୃଷ୍ଠାରେ ଟ୍ବିଟ୍ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ମୋଦି ନିଜ ଟ୍ବିଟରରେ ବାଲାସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଛନ୍ତି, ଯେତେବେଳେ ତାଙ୍କର ଆଦର୍ଶକୁ ସମର୍ଥନ କରିବାକୁ ଆସିଲା ସେତେବେଳେ ସେ ନିରନ୍ତର ରହିଥିଲେ । ସେ ଲୋକଙ୍କ କଲ୍ୟାଣ ପାଇଁ ନିରନ୍ତର ପରିଶ୍ରମ କରିଥିଲେ । ବାଲ କେଶବ ଠାକରେ ବାଲାସାହେବ ଠାକରେ ଭାବେ ଅଧିକ ଜଣାଶୁଣା । ସେ ମହାରାଷ୍ଟ୍ରର ରାଜନୈତିକ ଦଳ 'ଶିବସେନା'ର ପ୍ରତିଷ୍ଠା କରିଥିଲେ । ଏହାସହିତ ସେ ଦକ୍ଷିଣପନ୍ଥୀର ସମର୍ଥକ ଥିବା ବେଳେ ମୁଖ୍ୟତଃ ମହାରାଷ୍ଟ୍ରରେ ହିନ୍ଦୁ ଜାତୀୟତାବାଦୀ ପାର୍ଟିରେ ସକ୍ରିୟ ରହିଥିଲେ ।
-
Tributes to Shri Balasaheb Thackeray Ji on his Jayanti. He was unwavering when it came to upholding his ideals. He worked tirelessly for the welfare of people.
— Narendra Modi (@narendramodi) January 23, 2021 " class="align-text-top noRightClick twitterSection" data="
">Tributes to Shri Balasaheb Thackeray Ji on his Jayanti. He was unwavering when it came to upholding his ideals. He worked tirelessly for the welfare of people.
— Narendra Modi (@narendramodi) January 23, 2021Tributes to Shri Balasaheb Thackeray Ji on his Jayanti. He was unwavering when it came to upholding his ideals. He worked tirelessly for the welfare of people.
— Narendra Modi (@narendramodi) January 23, 2021
ସେ ମୁଦ୍ରିତ ଗଣମାଧ୍ୟମ ସଂସ୍ଥାରେ ଜଣେ କାର୍ଟୁନିଷ୍ଟ ଭାବେ କାର୍ଯ୍ୟ କରୁଥିଲେ । ଇଂରାଜୀ ଭାଷାରେ ପ୍ରକାଶିତ ହେଉଥିବା 'ଦି ଫ୍ରି ପ୍ରେସ ଜର୍ଣ୍ଣାଲ ଇନ ବମ୍ବେ' ସମ୍ବାଦପତ୍ରରେ କାର୍ଯ୍ୟ କରୁଥିଲେ । କିନ୍ତୁ ସେ ନିଜର ଏକ ରାଜନୈତିକ ଦଳ ଗଢିବା ପାଇଁ 1960 ମସିହାରେ ଏହି ଏହି ସଂସ୍ଥାକୁ ତ୍ୟାଗ କରିଥିଲେ ।