ନୂଆଦିଲ୍ଲୀ: ଆଜି ସ୍ବାଧୀନତା ସଂଗ୍ରାମୀ ମନ୍ନଥୁ ପଦ୍ମନାଭଙ୍କ ପୁଣ୍ୟତିଥି । ତାଙ୍କ ପୁଣ୍ୟତିଥିରେ ତାଙ୍କ ଅବଦାନକୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସମାଜର କଲ୍ୟାଣ ଓ ଯୁବକ ସଶକ୍ତୀକରଣ ପାଇଁ ମନ୍ନଥୁ ପଦ୍ମନାଭଙ୍କ ବଳିଦାନ ଥିଲା ଅତୁଳନୀୟ । ତାଙ୍କ ଚିନ୍ତାଧାରା ଅନେକଙ୍କୁ ପ୍ରେରଣା ଯୋଗାଇଛି । ସମାଜ ପ୍ରତି ତାଙ୍କ କର୍ତ୍ତବ୍ୟ ତାଙ୍କୁ ସର୍ବଦା ମନେ ରଖିବ ବୋଲି ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ମନ୍ନଥୁ ପଦ୍ମନାଭ ଜଣେ ସମାଜସେବୀ ଓ ସ୍ବାଧିନତା ସଂଗ୍ରାମୀ ଭାବରେ ବେଶ ଜଣାଶୁଣା । ସେ 1878 ମସିହା ଜାନୁଆରୀ 2ତାରିଖରେ ଜନ୍ମ ଗ୍ରହଣ କରିଥିଲେ । 1970 ମସିହା ଆଜିର ଦିନରେ ତାଙ୍କର ଦେହାନ୍ତ ହୋଇଥିଲା । 1914 ମସିହା ଅକ୍ଟୋବର 31ରେ ସେ ନାର ସର୍ଭିସ ସୋସାଇଟ ପ୍ରତିଷ୍ଠା କରିଥିଲେ (ଏନଏସଏସ) । ଦେଶ ପ୍ରତି ତାଙ୍କ ଅବଦାନ ପାଇଁ 1966 ମସିହାରେ ତାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
@ANI