ନୂଆଦିଲ୍ଲୀ: ଆଜି 'ଆତ୍ମନିର୍ଭର ନାରୀଶକ୍ତି ସେ ସମ୍ବାଦ' କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ଦେଶର କୋଣ ଅନୁକୋଣର ସ୍ବୟଂ ସହାୟକ ଗୋଷ୍ଠୀରେ ଥିବା ସମସ୍ତ ମହିଳାଙ୍କ ସହିତ କଥା ହୋଇଛନ୍ତି ମୋଦି ।
ମଧ୍ୟପ୍ରଦେଶର ଜଣେ SHG ମହିଳା ଚମ୍ପାଙ୍କ ସହିତ କଥା ହୋଇ ମୋଦି କହିଛନ୍ତି ନାରୀ ଶକ୍ତି ଓ ସେମାନଙ୍କ ପ୍ରୟାସକୁ ସମର୍ଥନ କରାଗଲେ ସମାଜରେ ଅନେକ ପରିବର୍ତ୍ତନ ଆସିବ । ଯେତେବେଳେ ଜଣେ ମହିଳା ସଶକ୍ତ ହୁଏ ତାସହ କେବଳ ଗୋଟିଏ ପରିବାର ନୁହେଁ ସମାଜ ତଥା ଦେଶର ଉନ୍ନତି ହୁଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜୈବିକ ଚାଷ ପାଇଁ ଅନଲାଇନରେ ଅଭିଯାନ ଆରମ୍ଭ କରିବାକୁ ଚମ୍ପାଙ୍କୁ ପରାମର୍ଶ ଦେଇଛନ୍ତି ମୋଦି ।
ଏହା ସହିତ ଦେଶର କୋଣ ଅନୁକୋଣରୁ ସ୍ବୟଂ ସହାୟକ ଗୋଷ୍ଠୀରେ ସଫଳତା ହାସଲ କରିଥିବା ଏକ ସଂକଳନ ଓ ଜୀବିକାର ସର୍ବଭାରତୀୟକରଣ ଉପରେ ଏକ ପୁସ୍ତିକା ଉନ୍ମୋଚିତ ହୋଇଛି । ଏହା ସହିତ ୪ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୧,୬୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ମୋଦି । ଏହାକୁ ମିଶାଇ PMFME (PM Formalization of Micro Food Processing Enterprises) ଅଧିନରେ ୭,୫୦୦ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୨୫କୋଟି ଟଙ୍କା ପ୍ରଦାନ କରାଯାଇଛି ।
କୋରୋନା ମହାମାରୀ ସମୟରେ ମହିଳାଙ୍କ କାର୍ଯ୍ଯକୁ ପ୍ରଶଂସା କରିଛନ୍ତି ମୋଦି । ଲୋକଙ୍କୁ ସଚେତନ କରିବା ସହିତ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ମାସ୍କ ଓ ସାନିଟାଇଜ ବାଣ୍ଟିବା କାର୍ଯ୍ୟ ବେଶ ପ୍ରଶଂସନୀୟ ବୋଲି କହିଛନ୍ତି ମୋଦି । ପ୍ରଧାନମନ୍ତ୍ରୀଙ୍କ ସୂଚନାନୁସାରେ, DAY-NRLMର ମୁଖ୍ୟ ଲକ୍ଷ୍ୟ ହେଲା ପର୍ଯ୍ୟାୟ କ୍ରମେ ଗ୍ରାମାଞ୍ଚଳର ଗରିବ ପରିବାର ଜୀବିକାକୁ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ସହାୟତା ପ୍ରଦାନ କରିବା । ଦେଶରେ ଅଧିକାଂଶ ମିଶନଗୁଡିକ SHG ମହିଳାମାନଙ୍କ ହସ୍ତକ୍ଷେପରେ କାର୍ଯ୍ୟକାରୀ ହେଉଛି ।
@ANI