ନୂଆଦିଲ୍ଲୀ: ସଂସଦର ସେଣ୍ଟ୍ରାଲ ହଲରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ପଣ୍ଡିତ ମଦନ ମୋହନ ମାଲଭିଆ ଜନ୍ମଜୟନ୍ତୀ ଅବସରରେ ଦିଆଗଲା ଶ୍ରଦ୍ଧାଞ୍ଜଳି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସଂସଦର ଅନ୍ୟ ସଦସ୍ୟମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଏହି ଅବସରରେ ପିଏମ ମୋଦି ଅଟଳ ଜୀଙ୍କ ଜୀବନ ଉପରେ ରଚିତ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି । ବହିର ଟାଇଟଲ ‘ସଂସଦରେ ଅଟଳ ବିହାରୀ ବାଜପେୟୀଙ୍କ ମୂଲ୍ୟବୋଧ’ ରଖାଯାଇଛି ।ସେପଟେ ଆଜି ତାଙ୍କ ଜନ୍ମଜୟନ୍ତୀକୁ କେନ୍ଦ୍ର ସରକାର ସୁ-ଶାସନ ଦିବସ ରୂପେ ପାଳନ କରାଯାଉଛି ।
ଏହି ବହି ତାଙ୍କର ସଂଘର୍ଷର କାହାଣୀ ରହିଛି । ସଂସଦରେ ଦେଇଥିବା କାଳଜୟୀ ଭାଷଣଗୁଡିକ ମଧ୍ୟ ଏହି ବହିରେ ଉଲ୍ଲେଖ କରାଯାଇଛି । ତେବେ କିଛି ବିରଳ ଓ ଲୋକଲୋଚନକୁ ଆସି ପାରିନଥିବା ଫଟୋ ଏଥିରେ ରହିଥିବା ଜଣାପଡିଛି ।
ସ୍ବର୍ଗୀୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ 2015ରେ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । 1994 ମସିହାରେ ଉତ୍ତମ ସାଂସଦ ଭାବେ ତାଙ୍କୁ ଗୋବିନ୍ଦ ବଲ୍ଲଭ ପନ୍ଥ ଆୱାର୍ଡ ଦିଆଯାଇଥିଲା ।
ବର୍ଷ 1861 ଡିସେମ୍ବର 25 ତାରିଖରେ ପଣ୍ଡିତ ମଦନ ମୋହନ ମାଲଭିଆ ଉତ୍ତରପ୍ରଦେଶର ପ୍ରୟୋଗରାଜରେ ଜନ୍ମଗ୍ରହଣ କରିଥିଲେ । ବ୍ରିଟିଶ ସରକାରଙ୍କ ବିରୋଧରେ ଭାରତୀୟ ସ୍ବାଧୀନତା ସଂଗ୍ରାମୀରେ ମୁଖ୍ୟ ଭୂମିକା ନିଭାଇଥିଲେ । 1916 ତାଙ୍କ ନେତୃତ୍ବରେ ବନାରସରେ ହିନ୍ଦୁ ବିଶ୍ବବିଦ୍ୟାଳୟ ସ୍ଥାପନା କରାଯାଇଥିଲା । 204ରେ ମଦନ ମୋହନଙ୍କୁ ଭାରତରତ୍ନ ସମ୍ମାନ ଦିଆଯାଇଥିଲା ।
@ANI