ETV Bharat / bharat

ବୈଠକରେ ପ୍ରଧାନମନ୍ତ୍ରୀ ଖାଲି ନିଜ ମନ କଥା କହିଲେ: ହେମନ୍ତ ସୋରେନ - ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

କୋଭିଡ ସ୍ଥିତି ନେଇ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଫଳପ୍ରଦ ହୋଇନଥିବା କହିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଅଧିକ ପଢନ୍ତୁ...

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ
ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ
author img

By

Published : May 7, 2021, 9:47 AM IST

ରାଞ୍ଚି: ଦେଶରେ ଦିନକୁ ଦିନ ବିଗିଡିବାରେ ଲାଗିଛି କୋରୋନା ସ୍ଥିତି । ଏ ନେଇ ଗୁରୁବାର ପ୍ରଧାନମନ୍ତ୍ରୀ ଚାରି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନା ପରେ ପ୍ରଧାନମନ୍ତ୍ରୀଙ୍କୁ ତାତ୍ସଲ୍ୟ କରି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଆଲୋଚନାରେ କେବଳ ତାଙ୍କ ମନର କଥା କହିଲେ ।

କୋଭିଡ ସ୍ଥିତି ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବୈଠକ ଡାକିଥିଲେ । ଉକ୍ତ ବୈଠକରେ କୋଭିଡ ସ୍ଥିତି ବଦଳରେ ପ୍ରଧାନମନ୍ତ୍ରୀ କେବଳ ତାଙ୍କ ମନର କଥା କହିଲେ । ବୈଠକ ଫଳପ୍ରଦ ହୋଇଥାନ୍ତା ଯଦି ପ୍ରଧାନମନ୍ତ୍ରୀ ଆମ କଥା ଶୁଣିବା ସହିତ କିଛି ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିଥାନ୍ତେ ବୋଲି କହିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ।

କୋରୋନା ସଂକ୍ରମଣକୁ ରୋକିବା ପାଇଁ ଝାଡଖଣ୍ଡ ସରକାର ବୁଧବାର ରାଜ୍ୟକୁ ଫେରୁଥିବା ସମସ୍ତ ପ୍ରବାସୀଙ୍କୁ କୋରୋନା ପରୀକ୍ଷା କରିବା ସହିତ ସପ୍ତାହକ କ୍ବାରେଣ୍ଟାଇନ ବାଧ୍ୟତାମୂଳକ କରିଛନ୍ତି । ଏବେ ସୁଦ୍ଧା ଝାଡଖଣ୍ଡରେ 59ହଜାର 532ଟି ସକ୍ରିୟ ମାମଲା ରହିଛି ।

ପ୍ରକାଶ ଥାଉ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଚାରି ରାଜ୍ୟ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡିଶା ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହିତ ପୁଡୁଚେରୀ ଓ ଜାମ୍ମୁ-କାଶ୍ମୀରର ରାଜ୍ୟପାଳଙ୍କ ସହିତ କୋଭିଡ ସ୍ଥିତି ନେଇ ଫୋନରେ ଆଲୋଚନା କରିଥିଲେ ।

@ Ani

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.