ETV Bharat / bharat

ଆଜିଠୁ ଦୁଇ ଦିନିଆ କେରଳ ଓ କର୍ଣ୍ଣାଟକ ଗସ୍ତ କରିବେ ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଜିଠୁ ଦୁଇ ଦିନିଆ କେରଳ ଓ କର୍ଣ୍ଣାଟକ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସେ କେରଳ ସ୍ଥିତ ଆଦି ଶଙ୍କରାଚାର୍ଯ୍ୟଙ୍କ ଜନ୍ମଭୂମି ପରିଦର୍ଶନ କରିବେ । ଅଧିକ ପଢନ୍ତୁ

ଆଜିଠୁ ଦୁଇ ଦିନିଆ କେରଳ ଓ କର୍ଣ୍ଣାଟକ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

author img

By

Published : Sep 1, 2022, 10:07 AM IST

ନୂଆଦିଲ୍ଲୀ: ଆଜିଠୁ ଦୁଇ ଦିନିଆ କେରଳ ଓ କର୍ଣ୍ଣାଟକ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Modi to embark on two day visit to Kerala and Karnataka ) । ପ୍ରଧାନମନ୍ତ୍ରୀ ଆଜି ପ୍ରଥମେ କେରଳ ଯିବେ ଓ ଆସନ୍ତାକାଲି କର୍ଣ୍ଣାଟକ ଗସ୍ତ କରିବେ । ଆଜି ସନ୍ଧ୍ୟା ସମୟରେ ମୋଦି କେରଳ କୋଚିନ ବିମାନ ବନ୍ଦର(Cochin Airport) ନିକଟରେ ଥିବା ଆଦି ଶଙ୍କରାଚାର୍ଯ୍ୟଙ୍କ ଜନ୍ମଭୂମି କଲାଡି ଗ୍ରାମ(Kalady village) ପରିଦର୍ଶନ କରିବେ । ଏହାପରେ ସନ୍ଧ୍ୟା ୬ଟା ସମୟରେ କୋଚି ମେଟ୍ରୋ ଏବଂ ଭାରତୀୟ ରେଲୱେର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହାସହିତ କେରଳର ତିନୋଟି ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ଷ୍ଟେସନଗୁଡିକ ହେଲେ ଏର୍ନାକୁଲମ ଜଙ୍କସନ(Ernakulam Junction), ଏର୍ନାକୁଲମ ଟାଉନ ଏବଂ କୋଲ୍ଲାମ ।

ସେପ୍ଟେମ୍ବର ୨ ତାରିଖ ବା ଆସନ୍ତାକାଲି(ଶୁକ୍ରବାର) ପ୍ରଧାନମନ୍ତ୍ରୀ କର୍ଣ୍ଣାଟକ ଯିବେ । ସେଠାରେ ଦିନ ସାଢେ ୯ଟା ସମୟରେ ଭାରତର ପ୍ରଥମ ସ୍ବଦେଶୀ ଏୟାରକ୍ରାଫ୍ଟ କ୍ୟାରିଅର ଜାହାଜ ଆଇଏନଏସ ବିକ୍ରାନ୍ତ( INS Vikrant)ଙ୍କୁ ଭାରତୀୟ ସେନାରେ ସାମିଲ କରିବେ । ଭାରତୀୟ ନୌସେନାର ନିଜସ୍ବ ଯୁଦ୍ଧପୋତ ବ୍ୟୁରୋ(Warship Design Bureau) ବା WDB ଦ୍ବାରା ଆଇଏନଏସ ବିକ୍ରାନ୍ତ ଡିଜାଇନ ହୋଇଥିବା ବେଳେ କୋଚିନ ସିପୟାର୍ଡ ଲିମିଟେଡ(Cochin Shipyard Limited) ଦ୍ବାରା ଏହା ନିର୍ମିତ ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ଇସ୍ତଫା ଦେଲେ ବିହାର ମନ୍ତ୍ରୀ କାର୍ତ୍ତିକେୟ ସିଂହ

ଏହିଦିନ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକ ମାଙ୍ଗାଲୁରୁ ଠାରେ ୩୮୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ପ୍ରକଳ୍ପର ଶିଳାନ୍ୟାସ କରିବେ । ସେ ୨୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବର୍ଥ ନଂ ୧୪ର ଯାନ୍ତ୍ରିକରଣ ବ୍ୟବସ୍ଥାର ଉଦଘାଟନ କରିବେ । ମୋଦି ମାଙ୍ଗାଲୁରୁ ବନ୍ଦର(Mangalore Port)ର ପ୍ରାୟ ଏକ ହଜାର କୋଟି ଟଙ୍କାର ପାଞ୍ଚଟି ପ୍ରକଳ୍ପର ଶିଳାନ୍ୟାସ କରିବେ । ସେ ମେଙ୍ଗାଲୁରୁରେ ତୈଳ ବିଶୋଧନାଗାର ଏବଂ ପେଟ୍ରୋକେମିକାଲ ଲିମିଟେଡର)Mangalore Refinery and Petrochemicals Limited) ଦୁଇ ପ୍ରକଳ୍ପର ଉଦଘାଟନ କରିବେ । ଏହାସହିତ ପ୍ରଧାନମନ୍ତ୍ରୀ କୁଲାଇ(Kulai) ଠାରେ ମାଛଧରା ବନ୍ଦରର ଶିଳାନ୍ୟାସ କରିବେ ।

ଏହାମଧ୍ୟ ପଢନ୍ତୁ: Jharkhand Political Crisis: ରାଞ୍ଚି ଫେରିଲେ ୪ ମନ୍ତ୍ରୀ, କ୍ୟାବିନେଟ ବୈଠକରେ ଦେବେ ଯୋଗ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.