ETV Bharat / bharat

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲା ଆମେରିକା କଂଗ୍ରେସର ପ୍ରତିନିଧି ଟିମ - US Congress delegation in indai

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଭାରତ ଗସ୍ତରେ ଆସିଥିବା ଆମେରିକା କଂଗ୍ରେସ ପ୍ରତିନିଧି ଟିମ । ବିଶ୍ବସ୍ତରୀୟ ପ୍ରସଙ୍ଗରେ ଦୁଇ ଦେଶର ସୃଦୃଢ ଭାଗୀଦାରି ଉପରେ ଆଲୋଚନାରେ ଗୁରୁତ୍ବ । ଅଧିକ ପଢନ୍ତୁ..

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲା ଆମେରିକା କଂଗ୍ରସର ପ୍ରତିନିଧି ଟିମ

author img

By

Published : Nov 13, 2021, 5:02 PM IST

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଆମେରିକା କଂଗ୍ରେସର ପ୍ରତିନିଧି ଟିମ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆଲୋଚନା କରିଛନ୍ତି । ଦକ୍ଷିଣ ଏସିଆ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଆଞ୍ଚଳିକ ପ୍ରସଙ୍ଗରେ ଆମେରିକା ନେତୃମଣ୍ଡଳୀ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

PMO ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ଆମେରିକୀୟ ସିନେଟର ଜନ୍ କର୍ନିଙ୍କ ନେତୃତ୍ବରେ ଆମେରିକାର କଂଗ୍ରେସ ପ୍ରତିନିଧି ଭାରତ ଗସ୍ତରେ ଆସିଛନ୍ତି । ଏହି ପ୍ରତିନିଧି ଟିମରେ ସିନେଟର ମାଇକେଲ କ୍ରାପୋ, ସିନେଟର ଥୋମାସ ଟ୍ୟୁବର୍ଭିଲ, ସିନେଟର ମାଇକେଲ ଲି, ଆମେରିକା କଂଗ୍ରେସ ସଦସ୍ୟ ଟନି ଗୋଞ୍ଜାଲେସ ଏବଂ କଂଗ୍ରେସ କର୍ମୀ ଜନ୍ କେଭିନ୍ ଏଲିଜେ ପ୍ରମୁଖ ସାମିଲ ରହିଛନ୍ତି । ସିନେଟର ଜନ୍ କର୍ନିନ୍ ହେଉଛନ୍ତି ଭାରତ ଏବଂ ଭାରତୀୟ-ଆମେରିକୀୟମାନଙ୍କ ପାଇଁ ଆମେରିକାରେ ଗଠିତ ‘ସିନେଟ୍ କାଉକ୍ସ’ର ସହପ୍ରତିଷ୍ଠାତା ଓ ସହଅଧ୍ୟକ୍ଷ ।

ବୃହତ ଜନସଂଖ୍ୟାର ଆହ୍ବାନ ସତ୍ତ୍ବେ ଭାରତର କୋଭିଡ-19 ସଙ୍କଟର ଉତ୍କୃଷ୍ଟ ପରିଚାଳନାକୁ କଂଗ୍ରେସ ପ୍ରତିନିଧି ଟିମ ପ୍ରଶଂସା କରିଛି । ସେହିପରି ଦେଶବାସୀଙ୍କ ସହଯୋଗ କାରଣରୁ ଭୟଙ୍କର ମହାମାରୀ ପରିଚାଳନା ସମ୍ଭବପର ହୋଇପାରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦି ଭାରତ-ଆମେରିକାର ବ୍ୟାପକ ବିଶ୍ବସ୍ତରୀୟ ରଣନୈତିକ ଭାଗିଦାରୀକୁ ସୁଦୃଢ କରିବାରେ ଆମେରିକାର କଂଗ୍ରେସର ନିରନ୍ତର ସମର୍ଥନ ଏବଂ ଗଠନମୂଳକ ଭୂମିକାକୁ ମଧ୍ୟ ପ୍ରଶଂସାକୁ କରିଛନ୍ତି ।

PMO ପକ୍ଷରୁ ଜାରି ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଦକ୍ଷିଣ-ଏସିଆ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଆଞ୍ଚଳିକ ପ୍ରସଙ୍ଗରେ ଏହି ଆଲୋଚନାରେ ମତ ବିନିମୟ ହୋଇଥିଲା। ଉଭୟ ରାଷ୍ଟ୍ର ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ତଥା ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ପାଇଁ ନିର୍ଭରଯୋଗ୍ୟ ଯୋଗାଣ ଶୃଙ୍ଖଳା ଭଳି ସମସାମୟିକ ବିଶ୍ବସ୍ତରୀୟ ପ୍ରସଙ୍ଗକୁ ଆଲୋଚନା ଗୁରୁତ୍ବ ଦିଆଯାଇଥିବା କହିଛି PMO ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.