ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ । ଆଜି ଗୁଜୁରାଟ କେଭାଡିଆ ସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ଠାରେ ଦୁହିଁଙ୍କ ମଧ୍ୟରେ ଭେଟଘାଟ ହୋଇଛି(PM Modi meets UN Chief Antonio Guterres) । ପ୍ରଧାନମନ୍ତ୍ରୀ ମୋଦି ଜାତିସଂଘ ମୁଖ୍ୟଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ କେଭାଡିଆର ଠାରେ ମିଶନ ଲାଇଫର(Mission LiFE Lifestyle for Environment) ବୁକଲେଟ୍, ଲୋଗୋ ଓ ଟ୍ୟାଗଲାଇନ ଲଞ୍ଚ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗୁଟେରସ ମଧ୍ୟ ସାମିଲ ହୋଇଛନ୍ତି ।
ଏହାବ୍ୟତୀତ ଜାତିସଂଘ ମୁଖ୍ୟ ଆଜି ଗୁଜୁରାଟ(Antonio Guterres) ସ୍ଥିତ ଭାରତର ପ୍ରଥମ ସୌର ଶକ୍ତି ସମ୍ପନ୍ନ ଗାଁ (solar-powered village) ମୋଧେରା ଗସ୍ତ କରିବେ । ଗୁଜୁରାଟରୁ ଫେରିବା ପୂର୍ବରୁ ସେ ମୋଧେରା ସ୍ଥିତ ସୂର୍ଯ୍ୟ ମନ୍ଦିର(Sun Temple in Modhera) ପରିଦର୍ଶନ କରିବେ ।
ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ମଙ୍ଗଳବାର ଠାରୁ ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ସେ ବୁଧବାର ୨୬/୧୧ ମୁମ୍ବାଇ ତାଜ ହୋଟେଲ ଆକ୍ରମଣରେ(26/11 Mumbai attack) ପ୍ରାଣ ହରାଇଥିବା ପୀଡିତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରକୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।