ETV Bharat / bharat

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀରେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ପ୍ରଧାନମନ୍ତ୍ରୀ ଓ ଅମିତ ଶାହାଙ୍କୁ କଲେ ସାକ୍ଷାତ । ଆସନ୍ତାକାଲି ଭରିବେ ନାମାଙ୍କନ । ଅଧିକ ପଢନ୍ତୁ

author img

By

Published : Jun 23, 2022, 3:04 PM IST

Updated : Jun 23, 2022, 3:46 PM IST

NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ପ୍ରାଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କଲେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ମୁର୍ମୁ ଦିଲ୍ଲୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ଏ ନେଇ ପ୍ରଧାନମନ୍ତ୍ରୀ ଟ୍ବିଟ୍‌ ମଧ୍ୟ କରିଛନ୍ତି । ମୁର୍ମୁଙ୍କ ପ୍ରାର୍ଥ୍ବତ୍ବକୁ ସମାଜର ସମସ୍ତ ବର୍ଗ ସ୍ବାଗତ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଗତକାଲି ଅପରାହ୍ଣରେ ମୁର୍ମୁ କଡା ସୁରକ୍ଷା ମଧ୍ୟରେ ଦିଲ୍ଲୀ ଗସ୍ତ କରିଥିଲେ । ଆସନ୍ତାକାଲି (24 ତାରିଖ) ରେ ସେ ନାମାଙ୍କନ ପତ୍ର ଦାଖଲ କରିବେ । ପ୍ରଧାନମନ୍ତ୍ରୀ ନିଜେ ତାଙ୍କ ପ୍ରଥମ ପ୍ରସ୍ତାବକ ରହିବା ନେଇ ମଧ୍ୟ ସୂଚନା ରହିଛି ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଦ୍ରୌପଦୀଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛନ୍ତି । ସାକ୍ଷାତକାର ନେଇ ଶାହ ଟ୍ବିଟ କରି କହିଛନ୍ତି, ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବା ଜନଜାତି ସମାଜ ପାଇଁ ଏକ ଗୌରବର ବିଷୟ । ତାଙ୍କର ପୂର୍ବ ପ୍ରଶାସନିକ ଓ ସାର୍ବଜନିକ ଅନୁଭବର ଲାଭ ସମ୍ପୂର୍ଣ୍ଣ ଦେଶକୁ ମିଳିବା ନେଇ ସେ ଆଶାବାଦୀ ଥିବା ମଧ୍ୟ ଟ୍ବିଟରେ ଉଲ୍ଲେଖ କରିଛନ୍ତି ଶାହ ।

  • Met Smt. Droupadi Murmu Ji. Her Presidential nomination has been appreciated across India by all sections of society. Her understanding of grassroots problems and vision for India’s development is outstanding. pic.twitter.com/4WB2LO6pu9

    — Narendra Modi (@narendramodi) June 23, 2022 " class="align-text-top noRightClick twitterSection" data=" ">

ବିଜେପି ନେତୃତ୍ବାଧୀନ NDA ଦ୍ରୌପଦୀଙ୍କୁ ପ୍ରାର୍ଥୀ କରିଛି । ବିଜେଡି ମଧ୍ୟ ସମର୍ଥନ ଦେବା ନେଇ ଘୋଷଣା କରିବା ସହ ଓଡିଶାର ସମସ୍ତ ବିଧାୟକ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ଆହ୍ବାନ କରିଛି । ଅନ୍ୟ କିଛି ଆଞ୍ଚଳିକ ଦଳ ମଧ୍ୟ ମୁର୍ମୁଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ ଦେବା ନେଇ ସଙ୍କେତ ସ୍ପଷ୍ଟ ହୋଇଛି ।

  • NDA के राष्ट्रपति पद की प्रत्याशी श्रीमती द्रौपदी मुर्मू जी से भेंट कर उन्हें बधाई व शुभकामनाएं दीं।

    उनके नाम की घोषणा से ही जनजातीय समाज अत्यंत गौरव की अनुभूति कर रहा है।

    मुझे विश्वास है कि उनके प्रशासनिक व सार्वजनिक अनुभव का लाभ पूरे देश को मिलेगा। pic.twitter.com/In4ddFZMoL

    — Amit Shah (@AmitShah) June 23, 2022 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 23, 2022, 3:46 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.