ନୂଆଦିଲ୍ଲୀ: ମଧ୍ୟ-ଏସିଆର ପାଞ୍ଚ ଦେଶ, କାଜାଖସ୍ତାନ, କିର୍ଗିଜ୍ ରିପବ୍ଲିକ୍, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନର ବୈଦେଶିକ ମନ୍ତ୍ରୀମାନେ ତୃତୀୟ ଭାରତ-କେନ୍ଦ୍ରୀୟ ଏସିଆ ସମ୍ମିଳନୀରେ (3rd India-Central Asia Dialogue) ଅଶଂ ଗ୍ରହଣ କରିବା ପାଇଁ ଦିଲ୍ଲୀରେ ଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ।
ଏହି ସୌଜନ୍ୟମୂଳକ ସାକ୍ଷାତକାରରେ କେନ୍ଦ୍ରୀୟ ଏସିଆର ଦେଶମାନଙ୍କ ସହିତ ଭାରତର ଅର୍ଥନୈତିକ ସମ୍ପର୍କକୁ ସୁଦୃଢୀକରଣ କରିବା ଦିଗରେ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି ।
ଭାରତ ଏବଂ ମଧ୍ୟ ଏସିୟ ଦେଶମାନଙ୍କ ମଧ୍ୟରେ ବର୍ଦ୍ଧିତ ଅର୍ଥନୈତିକ ସହଯୋଗର ସମ୍ଭାବନା ଏବଂ ସେହି କ୍ଷେତ୍ରରେ ସଂଯୋଗର ଭୂମିକା ଉପରେ ଆଲୋକପାତ କରିଛନ୍ତି ପ୍ରଧାନମନ୍ତ୍ରୀ । 2015 ରେ ସମସ୍ତ କେନ୍ଦ୍ର-ଏସୀୟ ଦେଶ ତଥା ପରବର୍ତ୍ତୀ ସମୟରେ କାଜାଖସ୍ତାନ, ଉଜବେକିସ୍ତାନ ଏବଂ କିର୍ଗିଜସ୍ଥାନକୁ କରିଥିବା ଗସ୍ତକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ।
ମଧ୍ୟ-ଏସିୟ ଦେଶର ବୈଦେଶିକ ମନ୍ତ୍ରୀମାନେ ନୂଆଦିଲ୍ଲୀରେ ଅଛନ୍ତି ଏବଂ ଭାରତ-ମଧ୍ୟ ଏସିଆ ସମ୍ମିଳନୀର ତୃତୀୟ ସଂସ୍କରଣରେ ଅଂଶଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମସ୍ତ ବୈଦେଶିକ ମନ୍ତ୍ରୀମାନେ ଶୁଭେଚ୍ଛା ଜଣାଇବା ସହ ଭାରତ ସହ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ବାରୋପ କରିଥିଲେ । ଆଜିର ଏହି ସୌଜନ୍ୟମୂଳକ ସାକ୍ଷାତକାରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ।
@ANI