ଜାକର୍ତା: ଇଣ୍ଡୋନେସିଆର ବାଲିରେ ଜାରି ରହିଥିବା ଜି-20 ସମ୍ମିଳନୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟରେ ସାକ୍ଷାତ ହୋଇଛି (PM Modi meets Chinese President Xi Jinping)। ଆଜି (ମଙ୍ଗଳବାର) ସଂଧ୍ୟାରେ ଆୟୋଜକ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ଓ୍ବିଡୋ (Joko Widodo)ଙ୍କ ଦ୍ବାରା ଆୟୋଜିତ ନୈଶ୍ୟଭୋଜିରେ ଉଭୟ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଅଂଶଗ୍ରହଣ କରିଥିଲେ । ତେବେ ଏହି ଅବସରରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଛି । ଉଭୟ ହାତ ମିଳାଇବା ସହ କିଛି ସମୟ ସୌଜନମୂଳକ ଆଲୋଚନା କରିଥିବା ମଧ୍ୟ ନଜର ଆସିଥିଲେ । ତେବେ ଗଲଓ୍ୱାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଦୁଇ ଦେଶର ଶୀର୍ଷସ୍ତରୀୟ ନେତା ହାତ ମିଳାଇଛନ୍ତି ।
ସେହିପରି ଆସନ୍ତାକାଲି (16 ତାରିଖ)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆ, ସ୍ପେନ୍, ଫ୍ରାନ୍ସ, ସିଙ୍ଗାପୁର, ଜର୍ମାନୀ, ଇଟାଲୀ, ଅଷ୍ଟ୍ରେଲିଆ ଏବଂ ବ୍ରିଟେନର ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ । ଏହି ଦ୍ବିପାକ୍ଷିକ ଆଲୋଚନାରେ ପାରସ୍ପାରିକ ପ୍ରସଙ୍ଗ ସହ ବର୍ତ୍ତମାନ ବୈଶ୍ବିକ ପରିବର୍ତ୍ତନ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇବା ନେଇ ଆଶା କରାଯାଉଛି ।
-
Prime Minister Narendra Modi meets Chinese President Xi Jinping at G20 dinner hosted by Indonesian President Joko Widodo in Bali, Indonesia.
— ANI (@ANI) November 15, 2022 " class="align-text-top noRightClick twitterSection" data="
(Source: Reuters) pic.twitter.com/8AXXnq3QHI
">Prime Minister Narendra Modi meets Chinese President Xi Jinping at G20 dinner hosted by Indonesian President Joko Widodo in Bali, Indonesia.
— ANI (@ANI) November 15, 2022
(Source: Reuters) pic.twitter.com/8AXXnq3QHIPrime Minister Narendra Modi meets Chinese President Xi Jinping at G20 dinner hosted by Indonesian President Joko Widodo in Bali, Indonesia.
— ANI (@ANI) November 15, 2022
(Source: Reuters) pic.twitter.com/8AXXnq3QHI
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ