ETV Bharat / bharat

୩ ରାଜ୍ୟରେ ବିଜେପି ସରକାର ଗଠନ, ଶୀର୍ଷ ନେତାଙ୍କ ସହ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ - ସରକାର ଗଠନ ପ୍ରକ୍ରିୟା

ଉତ୍ତର ପ୍ରଦେଶ, ଗୋଆ ଏବଂ ଉତ୍ତରାଖଣ୍ଡରେ ସରକାର ଗଠନ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ଉଚ୍ଚସ୍ତରୀୟ ବୈଠକ । ଅଧିକ ପଢନ୍ତୁ

୩ ରାଜ୍ୟରେ ବିଜେପି ସରକାର ଗଠନ, ଶୀର୍ଷ ନେତାଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

author img

By

Published : Mar 20, 2022, 10:48 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ, ଗୋଆ ଏବଂ ଉତ୍ତରାଖଣ୍ଡରେ ସରକାର ଗଠନ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ଉଚ୍ଚସ୍ତରୀୟ ବୈଠକ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଥିବା ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦଳମୁଖ୍ୟ ଜେପି ନଡ୍ଡା ଏବଂ ସାଧାରଣ ସମ୍ପାଦକ ବି.ଏଲ ସନ୍ତୋଷଙ୍କ ପରି ଦଳର ଶୀର୍ଷ ନେତୃତ୍ବ ସାମିଲ ହୋଇଥିବା ସୂତ୍ରରୁ ସୂଚନା ମିଳିଛି ।

ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ​​ଉତ୍ତର ପ୍ରଦେଶ, ଗୋଆ, ଉତ୍ତରାଖଣ୍ଡ ଏବଂ ମଣିପୁରରେ ବିଜେପି ବିିଜୟୀ ହେବା ସହ ସରକାର ଗଠନ କରିବାକୁ ଯାଉଛି । ୪ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନ ଓ ସରକାର ଗଠନ ପ୍ରକ୍ରିୟା ଜାରି ରହିଛି । ଏନ.ବିରେନ ସିଂ ମଣିପୁରର ମୁଖ୍ୟମନ୍ତ୍ରୀ ହେବା ନେଇ ଦଳ ଆଜି ସ୍ପଷ୍ଟ କରିଥିବା ବେଳେ ଉତ୍ତରପ୍ରଦେଶ ଏବଂ ଗୋଆ ପାଇଁ ଯୋଗୀ ଆଦିତ୍ୟନାଥ ଏବଂ ପ୍ରମୋଦ ସାୱନ୍ତଙ୍କୁ ଦଳ ଦାୟିତ୍ବ ଦେବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।

ସେହିପରି ଉତ୍ତରାଖଣ୍ଡରେ କାମଚଳା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଯେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ ନେଇ ନିଷ୍ପତ୍ତି ନେବେ । ଦଳର ନିଷ୍ପତ୍ତି ସମସ୍ତେ ଗ୍ରହଣ କରିବେ । ତେବେ ଏହି ସବୁ ପ୍ରକ୍ରିୟା ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନିଜେ ଆଲୋଚନାରେ ଅଧ୍ୟକ୍ଷତା ଜାରି ରଖିଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.