ETV Bharat / bharat

ଚଳିତ ବର୍ଷ ଶେଷ ସୁଦ୍ଧା US ଯିବେ ପ୍ରଧାନମନ୍ତ୍ରୀ ମୋଦି - ଆମେରିକା

ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତ କରିବେ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି । ଅଧିକ ପଢନ୍ତୁ...

ଚଳିତ ବର୍ଷ ଶେଷ ସୁଦ୍ଧା US ଯିବେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : Jun 15, 2021, 4:00 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ଶେଷସୁଦ୍ଧା ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ କୋରୋନା ମହାମାରୀ ସମ୍ପର୍କରେ ଏହି ଗସ୍ତରେ ଆଲୋଚନା କରିବା ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି । ତେବେ ଏ ସମ୍ପର୍କରେ ସରକାରୀ ସୂତ୍ରରୁ କୌଣସି ଘୋଷଣା କରାଯାଇନାହିଁ ।

ମହାମାରୀ ଯୋଗୁଁ ବର୍ତ୍ତମାନ ଦେଶର ସ୍ଥିତି ଠିକ ନଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନରେ ଆୟୋଜିତ ହେବାକୁ ଥିବା G7 ସମିଟରେ ଯୋଗଦାନ କରିବେ ନାହିଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗତ ମାସ ଘୋଷଣା କରିଥିଲା । ଏହି ସମିଟରେ ୟୁକେ, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲି, ଜାପାନ ଓ ଆମେରିକା ରାଷ୍ଟ୍ର ଯୋଗଦାନ କରିଥାଏ । କିନ୍ତୁ G7ର ଚେୟାରମ୍ୟାନ ବ୍ରିଟେନ ଚଳିତ ବର୍ଷ ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ ଓ ଦକ୍ଷିଣ ଆଫ୍ରିକାକୁ ଆମନ୍ତ୍ରିତ କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 47ତମ G7 ସମିଟରେ ଯୋଗ ଦେବା ପାଇଁ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜୋନ୍ସ ନିମନ୍ତ୍ରିତ କରିଥିଲେ । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍, ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମ୍ପାହୋସା ଏବଂ ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ ଜେ-ଇନ୍ଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଛି ।

ସମିଟରେ ଚଳିତବର୍ଷର ବିଷୟବସ୍ତୁ ରଖାଯାଇଛି 'ବିଲ୍ଡ ବ୍ୟାକ ବେଟର' । ତେବେ ଗତ 18 ମାସ ଧରି ସାରା ବିଶ୍ବରେ ତାଣ୍ଡବ ରଚିଥିବା କୋରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ବିଷୟବସ୍ତୁ ରଖାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.