ETV Bharat / bharat

Ganga Expressway: ଶାହାଜାହାନପୁରରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

author img

By

Published : Dec 18, 2021, 4:07 PM IST

ଉତ୍ତର ପ୍ରଦେଶରେ ପ୍ରଧାନମନ୍ତ୍ରୀ ମୋଦି । ସାହାଜାହାନପୁରରେ ଗଙ୍ଗା ଏକ୍ସପ୍ରେସ-ଓ୍ବେ (Ganga Expressway)ର କଲେ ଭିତ୍ତିପ୍ରସ୍ତର ସ୍ଥାପନ । କାର୍ଯ୍ୟକ୍ରମରେ ସାମିଲ ଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅଧିକ ପଢନ୍ତୁ

Ganga Expressway: ଶାହାଜାହାନପୁରରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ
Ganga Expressway: ଶାହାଜାହାନପୁରରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ: ନିକଟରେ ନିର୍ବାଚନ ହେବାକୁଥିବା ଉତ୍ତର ପ୍ରଦେଶକୁ ମୋଦି ସରକାରଙ୍କ ଗୋଟିଏ ପରେ ଗୋଟିଏ ବଡ ଭେଟି । ରାଜ୍ୟରେ ଯୋଗାଯୋଗ ଓ ପରିବହନକୁ ସୁଦୃଢ କରିବା ପାଇଁ ଆଉ ଏକ ଏକ୍ସପ୍ରେସ-ଓ୍ବେର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦି ଆଜି ଉତ୍ତର ପ୍ରଦେଶର ସାହାଜାହାନପୁରରେ ଗଙ୍ଗା ଏକ୍ସପ୍ରେସ-ଓ୍ବେ (Ganga Expressway)ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତର ପ୍ରେଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉପମୁଖ୍ୟମନ୍ତ୍ରୀ କେବଶ ପ୍ରସାଦ ମୌର୍ଯ୍ୟ ମଧ୍ୟ ସାମିଲ ଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି , ଏହି ପ୍ରକଳ୍ପ ରାଜ୍ୟର ଯୋଗାଯୋଗ କ୍ଷେତ୍ରରେ ଏକ ବଡ ପରବର୍ତ୍ତନ ଆଣିବ । ଯୋଗାଯୋଗ କ୍ଷେତ୍ରରେ ପରିବର୍ତ୍ତନ ଆସିଲେ ଆର୍ଥନୈତିକ ଦିଗକୁ ମଧ୍ୟ ଗତି ମିଳିବ । ଉତ୍ତର ପ୍ରଦେଶରେ ଅର୍ଥନୀତି, ଯୋଗାଯୋଗ ଓ ପର୍ଯ୍ୟଟନ କ୍ଷେତ୍ରରେ ଅନେକ ସମ୍ଭବନା ଥିବାବେଳେ ଭିତ୍ତିଭୂମିର ବିକାଶ ଦିଗରେ କେନ୍ଦ୍ର ସରକାର ଏକାଧିକ ପ୍ରକଳ୍ପ ହାତକୁ ନେଇଛନ୍ତି । ସେଥିମଧ୍ୟରୁ ଏହି ଗଙ୍ଗା ଏକ୍ସପ୍ରେସ-ଓ୍ବେ ଅନ୍ୟତମ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହି ଏକ୍ସପ୍ରେସ-ଓ୍ବେ ପ୍ରକଳ୍ପ ୫୯୪ କିମି ବିଶିଷ୍ଟ ହୋଇଥିବା ବେଳେ ଏଥିପାଇଁ ମୋଟ ୩୬,୨୦୦ କୋଟି ଟଙ୍କା ଖର୍ଚ୍ଚ ଅଟ୍ଟକଳ ରଖାଯାଇଛି । ଏହି ଏକ୍ସପ୍ରେସ-ଓ୍ବେକୁ ୬ ଲେନ ବିଶିଷ୍ଟ ଭାବେ ନିର୍ମାଣ କରାଯିବ । ମିରଟର ବିଜାଉଲି ନିକଟରୁ ଆରମ୍ଭ ହେବାକୁ ଥିବା ଏହି ୬ ଟିକିଆ ରାସ୍ତା ପ୍ରୟାଗରାଜରେ ଶେଷ ହେବ । ମିରଟରୁ ଆରମ୍ଭ ହୋଇ ହାଜପୁର, ବଲନ୍ଦହାର, ଅମ୍ରଦା, ସମ୍ଭାଲ, ବଦାୟୁ, ସାହାଜାହନପୁର,ହାର୍ଦୋଇ,ଉନ୍ନାଉ, ରାଏବରେଲି, ପ୍ରତାପଗଡକୁ ସଂଯୋଗ କରି ପ୍ରୟାଗରାଜରେ ଶେଷ ହେବ । ଏହା ଉତ୍ତର ପ୍ରଦେଶର ସବୁଠୁ ଲମ୍ବା ଏକ୍ସପ୍ରେସ-ଓ୍ବେ ହେବ ।

ଏହି ଏକ୍ସପ୍ରେସ-ଓ୍ବେରେ ସାହାଜାହନପୁର ନିକଟରେ ପ୍ରାୟ ସାଢେ ୩ କି.ମି ବିଶିଷ୍ଟ ଏକ ଅତ୍ୟାଧୁନିକ ଏୟାରଷ୍ଟ୍ରିପ ମଧ୍ୟ ନିର୍ମାଣ ହେବ । ଯାହାଦ୍ବାରା ଜରୁରୀକାଳୀନ ସ୍ଥିତିରେ ଯୁଦ୍ଧବିମାନ ଅବତରଣ ସମ୍ଭବପର ହୋଇପାରିବ । ଏହି ଏକ୍ସପ୍ରସେ-ଓ୍ବେ ଉତ୍ତର ପ୍ରଦେଶର ପୂର୍ବାଞ୍ଚଳରୁ ପଞ୍ଚିମାଞ୍ଚଳ ପର୍ଯ୍ୟନ୍ତ ଛୁଇଁଥିବାରୁ ଏହା ରାଜ୍ୟର ସାମାଜିକ, ଆର୍ଥିକ, ଯୋଗାଯାଗ, ଶିଳ୍ପ, ପର୍ଯ୍ୟଟନ ଓ ସାମରିକ ଦୃଷ୍ଟିକୋଣର ବେସ ମହତ୍ତ୍ବ ରଖିବ ବୋଲି ମଧ୍ୟ ବିଚାର କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.