ETV Bharat / bharat

ରାମ ମନ୍ଦିର ଉପରେ ସ୍ମାରକ ଡାକ ଟିକେଟ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

PM Modi Launches Postage Stamps: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସ୍ମାରକ ଡାକ ଟିକେଟ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

PM Modi Launches Postage Stamps
ସ୍ମାରକ ଡାକ ଟିକେକ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
author img

By ETV Bharat Odisha Team

Published : Jan 18, 2024, 1:42 PM IST

ନୂଆଦିଲ୍ଲୀ: ରାମ ମନ୍ଦିର ଉପରେ ସ୍ମାରକ ଡାକ ଟିକେଟ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହିତ ପ୍ରଭୁ ରାମଚନ୍ଦ୍ରଙ୍କ ଉପରେ ପ୍ରକାଶିତ ଟିକେଟର ଏକ ପୁସ୍ତକ ମଧ୍ୟ ଉନ୍ମୋଚନ କରିଛନ୍ତି ମୋଦି । ଏହି ଡିଜାଇନରେ ରାମ ମନ୍ଦିର, ମଙ୍ଗଲ ଭବନ ଅମଙ୍ଗଲ ହାରି, ସୂର୍ଯ୍ୟ, ସରଜୁ ନଦୀ ଏବଂ ମନ୍ଦିର ଚାରିପାଖରେ ରହିଥିବା ମୂର୍ତ୍ତି ସ୍ଥାନ ପାଇଛି ।

  • Prime Minister Narendra Modi releases Commemorative Postage Stamps on Shri Ram Janmbhoomi Mandir and a book of stamps issued on Lord Ram around the world. Components of the design include the Ram Mandir, Choupai 'Mangal Bhavan Amangal Hari', Sun, Sarayu River and Sculptures in… pic.twitter.com/ISBKLFORG4

    — ANI (@ANI) January 18, 2024 " class="align-text-top noRightClick twitterSection" data=" ">

ଉନ୍ମୋଚିତ ହୋଇଥିବା ଏହି ପୁସ୍ତକରେ 48ଟି ପୃଷ୍ଠା ରହିଥିବା ବେଳେ 20ଟି ଦେଶର ଟିକେଟ ରହିଛି । ମୋଦି ସମୁଦାୟ 6ଟି ଡାକ ଟିକଟ ଉନ୍ମୋଚନ କରିଥିବା ବେଳେ ଏଥିରେ ଭଗବାନ ଗଣେଶ, ହନୁମାନ, ଜଟାୟୁ, କେବଟରାଜ ଏବଂ ଶବରୀକୁ ସାମିଲ କରାଯାଇଛି ।

  • #WATCH प्रधानमंत्री नरेंद्र मोदी ने श्री राम जन्मभूमि मंदिर पर स्मारक डाक टिकट और दुनिया भर में भगवान राम पर जारी टिकटों की एक पुस्तक जारी की।

    डिजाइन के घटकों में राम मंदिर, चौपाई 'मंगल भवन अमंगल हारी', सूर्य, सरयू नदी और मंदिर के आसपास की मूर्तियां शामिल हैं। pic.twitter.com/h2FhCUefst

    — ANI_HindiNews (@AHindinews) January 18, 2024 " class="align-text-top noRightClick twitterSection" data=" ">

ଡାକ ଟିକେଟ ଏବଂ ପୁସ୍ତକ ଉନ୍ମୋଚନ କରିବା ସମୟର ମୋଦି ଏକ ବାର୍ତ୍ତା ମଧ୍ୟ ଜାରି କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, " ନମସ୍କାର, ରାମରାମ । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଅଭିଯାନ ସହିତ ଜଡ଼ିତ ଏକ କାର୍ଯ୍ୟକ୍ରମରେ ଯୋଡ଼ି ହେବାର ସୌଭାଗ୍ୟ ମିଳିଲା । ରାମ ମନ୍ଦିରକୁ ସମର୍ପିତ 6 ବିଶେଷ ସ୍ମାରକ ଡାକ ଟିକେଟ ଉନ୍ମୋଚନ କରାଯାଇଛି । ବିଶ୍ବର ବିଭିନ୍ନ ଦେଶରେ ରାମଙ୍କ ସହିତ ଜଜ଼ିତ ଡାକ ଟିକେଟ ଜାରି କରାଯାଇଛି । ଏହାର ଆଲବମ ମଧ୍ୟ ରିଲିଜ କରାଯାଇଛି । ଏନେଇ ମୁଁ ସମସ୍ତ ରାମଭକ୍ତଙ୍କୁ ଅଭିନନ୍ଦନ ଜଣାଉଛି । ଏହାକୁ ଏନଭଲପରେ ଲଗାଇବା ପୋଷ୍ଟାଲ ଷ୍ଟାମ୍ପର ଏକ କାର୍ଯ୍ୟ । ଏହା ସାହାଯ୍ୟରେ ବାର୍ତ୍ତା, ପତ୍ର କିମ୍ବା ଜରୁରୀ କାଗଜପତ୍ର ପଠାଯିବ । କିନ୍ତୁ ଏହି ଡାକ ଷ୍ଟାମ୍ପଗୁଡ଼ିକ ଏକ ନିଆରା ଭୂମିକା ଗ୍ରହଣ କରିଥାଏ ।"

ଏହା ମଧ୍ୟ ପଢନ୍ତୁ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ; ଗର୍ଭଗୃହରେ ପ୍ରବେଶ କଲେ ରାମଲାଲା, ଆଜି ସ୍ଥାପନା

ମୋଦି ଆହୁରି ମଧ୍ୟ କହିଛନ୍ତି, "ଏହି ପୋଷ୍ଟାଲ ଷ୍ଟାମ୍ପ ଇତିହାସ ଏବଂ ଐତିହାସିକ ଅବସରରେ ପରବର୍ତ୍ତୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚିବାର ଏକ ମାଧ୍ୟମ ସାଜିବ । ଯେତେବେଳେ କୌଣସି ଡାକ ଟିକେଟ ଜାରି ହୋଇଥାଏ କିମ୍ବା କୌଣସି ବ୍ୟକ୍ତି ପଠାଇଥାଏ ତାହେଲେ ସେ କେବଳ ପତ୍ର ପଠାଏ ନାହିଁ ବରଂ ଚିଠି ମାଧ୍ୟମରେ ଇତିହାସର ଏକ ଅଂଶକୁ ଅନ୍ୟମାନଙ୍କ ପାଖକୁ ପ୍ରେରିତ କରିଥାଏ । ଏହା କେବଳ କାଗଜ ଖଣ୍ଡ ନୁହେଁ । ଏହା ଇତିହାସର ରୂପ ଏବଂ ଐତିହାସିକ ମୁହୂର୍ତ୍ତର ଏକ ଏକ ଛୋଟ ରୂପ ଅଟେ । ଏହା ଦ୍ବାରା ଯୁବପିଢି ଅନେକ କିଛି ଶିଖିବେ ଏବଂ ଜାଣିପାରିବେ । ଏହି ଟିକେଟଗୁଡିକରେ ରାମ ମନ୍ଦିରର ଭବ୍ୟ ଚିତ୍ର ରହିଛି । ଏହି କାର୍ଯ୍ୟ ପାଇଁ ଡାକବିଭାଗକୁ ରାମ ଟ୍ରଷ୍ଟ ସହିକତ ସାଧୁସନ୍ଥମାନଙ୍କର ସମର୍ଥନ ମିଳିଛି । ମୁଁ ସାଧୁମାନଙ୍କୁ ପ୍ରଣାମ ଜଣାଉଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.