ETV Bharat / bharat

ତୃତୀୟ ଲହର ମୁକାବିଲା ପ୍ରସ୍ତୁତି; ସମ୍ମୁଖ ଯୋଦ୍ଧାଙ୍କ ପାଇଁ ଆରମ୍ଭ ହେଲା କ୍ରାସ କୋର୍ସ - ପିଏମ

ସମ୍ମୁଖ ଯୋଦ୍ଧାଙ୍କ ପାଇଁ ଆରମ୍ଭ ହେଲା କ୍ରାସ କୋର୍ସ କାର୍ଯ୍ୟକ୍ରମ । ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ଆରମ୍ଭ ହେଲା କ୍ରାସ କୋର୍ସ କାର୍ଯ୍ୟକ୍ରମ
ଆରମ୍ଭ ହେଲା କ୍ରାସ କୋର୍ସ କାର୍ଯ୍ୟକ୍ରମ
author img

By

Published : Jun 18, 2021, 1:10 PM IST

ନୂଆଦିଲ୍ଲୀ: ସମ୍ମୁଖ ଯୋଦ୍ଧାଙ୍କ ପାଇଁ ଆରମ୍ଭ ହେଲା କ୍ରାସ କୋର୍ସ କାର୍ଯ୍ୟକ୍ରମ । ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆରମ୍ଭ ହେଲା କ୍ରାସ କୋର୍ସ କାର୍ଯ୍ୟକ୍ରମ

ଦକ୍ଷତା ଭାରତ ଯୋଜନା ଅଧୀନରେ କୋରୋନା ମହାମାରୀରେ ସମ୍ମୁଖ ଯୋଦ୍ଧାଙ୍କ ପାଇଁ ଛଅ କଷ୍ଟମାଇଜଡ କ୍ରାସ କୋର୍ସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନାଅନୁସାରେ ଦେଶରେ 26ଟି ରାଜ୍ୟରେ 111ଟି ପ୍ରଶିକ୍ଷଣ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ କରାଯିବ । ଏହି କୋର୍ସର ଉଦ୍ଦେଶ୍ୟ ପ୍ରାୟ ଏକ ଲକ୍ଷ୍ୟ କୋଭିଡ ଯୋଦ୍ଧାଙ୍କ ଦକ୍ଷତା ବୃଦ୍ଧି କରିବା । ଏଥିରେ ସମ୍ପୃକ୍ତ ଯୋଦ୍ଧାଙ୍କୁ ଗୃହ ଚିକିତ୍ସା ସହାୟତା, ମୌଳିକ ଚିକିତ୍ସା ସହାୟତା, ଅତ୍ୟାଧୁନିକ ଚିକିତ୍ସା ସହାୟତା, ସାମ୍ପୁଲ ସଂଗ୍ରହ ସହାୟତା, ମେଡିକାଲ ଉପକରଣ ସହାୟତା ଆଦିରେ ପ୍ରଶିକ୍ଷଣ ଦିଆଯିବ ।

  • କୋରୋନା ସମ୍ମୁଖ ଯୋଦ୍ଧାଙ୍କ ପାଇଁ ଆରମ୍ଭ ହେଲା କ୍ରାସ କୋର୍ସ
    ଆଜି ପ୍ରଧାନମନ୍ତ୍ରୀ ମୋଦି ଆଭାସି ଯୋଗେ 26 ରାଜ୍ୟରେ 111 ତାଲିମ କେନ୍ଦ୍ର କଲେ ଶୁଭାରମ୍ଭ। ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ। ଯଥା ସମ୍ଭବ ସତର୍କତା ରହି ଆମକୁ ଆଗାମୀ ଆହ୍ବାନକୁ ମୁକାବିଲା କରିବାକୁ ପଡିବ । @narendramodi @PMOIndia #Crashcourse #COVID19 pic.twitter.com/ha5WkGCWlz

    — ETVBharat Odisha (@ETVBharatOD) June 18, 2021 " class="align-text-top noRightClick twitterSection" data=" ">

କାର୍ଯ୍ୟକ୍ରମର ଶୁଭାରମ୍ଭ ସମୟରେ ମୋହି କହିଛନ୍ତି ଆମ ଭିତରେ ଏବେ ବି ଭାଇରସ ରହିଛି । ଏହା ସହିତ ନୂତନ ମ୍ୟୁଟାଣ୍ଟର ସମ୍ଭାବନା ରହିଛି । ଏହାର ମୁକାବିଲା ପାଇଁ ସାବଧାନତାର ସହିତ ଦେଶ ପ୍ରସ୍ତୁତ ରହିଛି । ଏହାକୁ ଲକ୍ଷ୍ୟ କରି ଦେଶରେ ଏକ ଲକ୍ଷ କୋରୋନା ସମ୍ମୁଖ ଯୋଦ୍ଧାଙ୍କୁ ପ୍ରସ୍ତୁତ କରିବାକୁ ଏକ ମହାଅଭିଯାନ ଆରମ୍ଭ ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । କ୍ରାସ କୋର୍ସକୁ ନେଇ ପିଏମ ଆହୁରୀ କହିଛନ୍ତି ଏହି ଅଭିଯାନ ମାଧ୍ୟମରେ କୋଭିଡ ସହିତ ଲଢେଇ କରୁଥିବା ସ୍ବାସ୍ଥ୍ୟକ୍ଷେତ୍ରର ସମସ୍ତ ସମ୍ମୁଖ ଯୋଦ୍ଧାଙ୍କୁ ଏକ ନୂଆ ଶକ୍ତି ମିଳିବ ଏହା ସହିତ ଯୁବକମାନଙ୍କ ପାଇଁ ରୋଜଗାରର ମାଧ୍ୟମ ହେବ ।

ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା 3.0ର ଏକ ମୁଖ୍ୟ ଉପାଦାନ ଭାବେ ପ୍ରସ୍ତୁତ କରାଯାଇଛି । ଏଥିରେ ମୋଟ 276 କୋଟି ବ୍ୟୟ କରାଯାଇଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ସୂଚନା ମିଳିଛି । ସ୍ବାସ୍ଥ୍ୟ କ୍ଷେତ୍ରରେ ବର୍ତ୍ତମାନ ଓ ଭବିଷ୍ୟତର ମାନବ ସମ୍ବଳ ଆବଶ୍ୟକତା ପୂରଣ ଦିଗରେ ଦକ୍ଷ ଅଣ ସ୍ବାସ୍ଥ୍ୟକର୍ମୀ ସୃଷ୍ଟି କରିବାରେ ଏହି କାର୍ଯ୍ୟକ୍ରମ ସହାୟକ ହେବ । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ସମୟରେ ଦକ୍ଷତା ବିକାଶ ମନ୍ତ୍ରୀ ମହେନ୍ଦ୍ର ପାଣ୍ଡେ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.