ETV Bharat / bharat

Deoghar rescue operation: ଉଦ୍ଧାର ଅଭିଯାନ ଯୋଦ୍ଧାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, କଲେ ପ୍ରଶଂସା - ଝାଡଖଣ୍ଡ ରୋପଓ୍ବେ ଦୁର୍ଗଟଣା

ରୋପଓ୍ବେ ଉଦ୍ଧାର ଅଭିଯାନରେ ସାମିଲ ଯବାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ । କହିଲେ ଆପଣଙ୍କ ପାଇଁ ଦେଶ ଗର୍ବିତ । ଅଧିକ ପଢନ୍ତୁ

ରୋପଓ୍ବେ ଉଦ୍ଧାର ଅଭିଯାନ ଯୋଦ୍ଧାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, କଲେ ପ୍ରଶଂସା

author img

By

Published : Apr 13, 2022, 10:56 PM IST

ରାଞ୍ଚି: ଦେଓଘର ତ୍ରିକୂଟରେ ହୋଇଥିବା ରୋପଓ୍ବେ ଦୁର୍ଘଟଣା ଓ ଉଦ୍ଧାରକାରୀ ଟିମର ଅକ୍ଳାନ୍ତ ପରିଶ୍ରମ ପରେ ଉଦ୍ଧାର ଅଭିଯାନର ସଫଳ ହୋଇଥିଲା । ଏହାକୁ ନେଇ ସାରା ଦେଶ ଉଦ୍ଧାରକାରୀ ଟିମକୁ ପ୍ରଶଂସା କରୁଥିବା ବେଳେ ଆଜି ଉଦ୍ଧାର ଅଭିଯାନରେ ସାମିଲ ହୋଇଥିବା ସମସ୍ତ ଯବାନଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ।

ସଂନ୍ଧ୍ୟା ପ୍ରାୟ 8ଟା ବେଳେ ଭିଡିଓ କନଫରେନ୍ସିିଂ ଜରିଆରେ ମୋଦି ଯବାନଙ୍କ ସହ ଆଲୋଚନା କରିବା ଅପରେସନ ସମୟର ସ୍ଥିତି ପଚାରି ବୁଝିଥିଲେ । ଏହି ଆହ୍ବାନପୂର୍ଣ୍ଣ ଉଦ୍ଧାର ଅପରେସନରେ ବାୟୁସେନା, ଆଇଟିବିପି ଏବଂ ଏନଡିଆରଏଫ୍ ଟିମ ସାମିଲ ହୋଇ ସଫଳତାର ସହ ଏହାକୁ ଶେଷ କରିଥିଲେ ।

ଦେଓଘର ଉଦ୍ଧାର କାର୍ଯ୍ୟର ନେତୃତ୍ୱ ନେଇଥିବା ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ଉଦ୍ଧାର କର୍ମଚାରୀଙ୍କ ବୀରତ୍ୱର ଉଦ୍ୟମକୁ ସମଗ୍ର ଦେଶ ପ୍ରଶଂସା କରୁଛି ବୋଲି କହିଛନ୍ତି ମୋଦି । ଅନେକ ପର୍ଯ୍ୟଟକଙ୍କ ଜୀବନ ରକ୍ଷା ଉଦ୍ଧାରକାରୀ କର୍ମଚାରୀମାନଙ୍କ ସାହାସ ଯୋଗୁ ସମ୍ଭବ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମର ସେନା, ବାୟୁସେନା, ଏନଡିଆରଏଫ, ଆଇଟିବିପି କର୍ମଚାରୀ ଏବଂ ପୋଲିସ ଫୋର୍ସ ଭଳି ଏକ କୁଶଳୀ ଶକ୍ତି ଅଛି । ଏହାକୁ ନେଇ ଦେଶ ଗର୍ବିତ । ଯାହା ଦେଶବାସୀଙ୍କୁ ପ୍ରତ୍ୟେକ ସଙ୍କଟରୁ ସୁରକ୍ଷିତ ଭାବେ ବାହାର କରିବାର କ୍ଷମତା ରଖିଛି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.