ETV Bharat / bharat

Webinar on Post Budget Seminar: ଶିକ୍ଷାକ୍ଷେତ୍ରରେ ବଜେଟର ସକରାତ୍ମକ ପ୍ରଭାବ ରହିଛି କହିଲେ ପିଏମ

author img

By

Published : Feb 21, 2022, 12:44 PM IST

ବଜେଟରେ ହୋଇଥିବା ଘୋଷଣା ଗୁଡିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଭାରତ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ଏ ନେଇ ଆଜି (ସୋମବାର) ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଆୟୋଜିତ ୱେବିନାରେ ଯୋଗ ଦେଇ ଏହି ମତାମତ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଶିକ୍ଷା କ୍ଷେତ୍ରରେ ବଜେଟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ଯୁବଗୋଷ୍ଠୀ ତଥା ଭବିଷ୍ୟତ ନେତାଙ୍କ ପାଇଁ ୫ଟି ପଏଣ୍ଟରେ ଆଲୋଚନା କରିବା ସହ ଚଳିତ ବର୍ଷ କେନ୍ଦ୍ର ବଜେଟ୍ ଶିକ୍ଷା କ୍ଷେତ୍ରରେ କିପରି ସକରାତ୍ମକ ପ୍ରଭାବ ପକାଇବ ବୋଲି କହିଛନ୍ତି । ବଜେଟରେ ହୋଇଥିବା ଘୋଷଣା ଗୁଡିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଭାରତ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ଏ ନେଇ ଆଜି (ସୋମବାର) ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଆୟୋଜିତ ୱେବିନାରରେ ଯୋଗ ଦେଇ ଏହି ମତାମତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ବଜେଟ ପରବର୍ତ୍ତୀ ସେମିନାରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ଯୁବ ଗୋଷ୍ଠୀ ଭବିଷ୍ୟତର ଜଣେ ଜଣେ ନେତା । ଆଜିର ଯୁବପିଢୀଙ୍କୁ ସଶକ୍ତ କରିବା ମାନେ ଦେଶର ଭବିଷ୍ୟତକୁ ସଶକ୍ତ କରିବା । ଶିକ୍ଷା କ୍ଷେତ୍ରରେ ବଜେଟ ୨୦୨୨ରେ ୫ଟି ଜିନିଷ ଉପରେ ଗୁଗୁତ୍ବ ଦିଆଯାଇଛି । ପ୍ରଥମ ବିଶ୍ବସ୍ତରୀୟ ସମାନତା ଶିକ୍ଷାର ବିସ୍ତାର ହେବା ଦରକାର । ଶିକ୍ଷା ବ୍ୟବସ୍ଥାକୁ ସମ୍ପ୍ରସାରଣ କରିବା, ଶିକ୍ଷାର ଗୁଣାତ୍ମକ ବିକାଶ ଦିଗରେ ଏହି ବଜେଟ ପ୍ରସ୍ତୁତ ହୋଇଛି ।

ଦ୍ବିତୀୟରେ ଦକ୍ଷତା ବିକାଶରେ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ ଏକ ଡିଜିଟାଲ ଦକ୍ଷତା ବିକାଶର ଇକୋ ସିଷ୍ଟମ ତିଆରି ହେବ । ଶିଳ୍ପର ଚାହିଦା ଅନୁସାରେ ଦକ୍ଷତାର ବିକାଶ, ଶିଳ୍ପ ଲିଙ୍କେଜ କିପରି ସୃଦୁଢ ହେବ ସେ ଦିଗରେ ଗୁରୁତ୍ବ ଦିଆଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ତୃତୀୟରେ ସହରାଞ୍ଚଳ ଯୋଜନା ଓ ଜିଡାଇନ ଦ୍ବାରା ଦେଶର ପୁରୁଣା ଅନୁଭବ ଓ ଜ୍ଞାନ ଅଛି ତାହାକୁ ଆଜିର ଶିକ୍ଷାରେ ସମୋହିତ କରାଯିବ ଆବଶ୍ୟକ ରହିଛି । ଚତୁର୍ଥ ଆନ୍ତର୍ଜାତୀୟକରଣକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ବିଶ୍ବସ୍ତରୀୟ ବିଦେଶୀ ବିଶ୍ବବିଦ୍ୟାଳୟ ଆସିଛି ଯାହା ଆମର ଆଧୁନିକ କ୍ଷେତ୍ର ଯେପରି GIFT ସିଟି । ଏଠାରେ FinTech ସହ ଜଡିତ ସଂସ୍ଥାନ ଆସିଛି ଏହାକୁ ପ୍ରୋତ୍ସାହନ ମିଳିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପଞ୍ଚମରେ ଏଭିଜିସି ଅର୍ଥାତ (Animation Visual Effects Gaming Comic)ରେ ରୋଜଗାରର ସମ୍ଭାବନା ଅଛି । ଏହା ଏକ ବଡ ଗ୍ଲୋବାଲ ମାର୍କେଟ ବୋଲି କହିଛନ୍ତି ସିଏମ । ଡିଜିଟାଲ କନେକ୍ଟିଭିଟି ଦ୍ବାରା ମହାମାରୀ ସମୟରେ ବିଶ୍ବ ସ୍ବାସ୍ଥ୍ୟକୁ ବଞ୍ଚେଇ ରଖିଥିଲା ।

ପ୍ରକାଶ ଥାଉକି, ଚଳିତ ଆର୍ଥିକ ବଜେଟ ୨୦୨୨-୨୩ରେ କେନ୍ଦ୍ର ସରକାର ଇ-ବିଦ୍ୟା ଉପରେ ମଧ୍ୟ ଗୁରୁତ୍ବ ଦେଇଛନ୍ତି । କୋଭିଡ଼ କାରଣରୁ ଆନୁଷ୍ଠାନିକ ଶିକ୍ଷା ବାଧାପ୍ରାପ୍ତ ହୋଇଥିବା କାରଣରୁ ଏହାର କ୍ଷତିପୂରଣ ପାଇଁ ଗୋଟିଏ-ଶ୍ରେଣୀ ଗୋଟିଏ-ଟିଭି ଚ୍ୟାନେଲ (One Class-One Tv Channel) ଆରମ୍ଭ ହେବ । ଯାହା ମାଧ୍ୟମରେ ଲୋକଙ୍କୁ ସପ୍ଲିମେଣ୍ଟାରୀ ଶିକ୍ଷାଦାନ ଦିଆଯିବ । ସ୍କୁଲ ପିଲାଙ୍କ ପାଇଁ ପିଏମ୍-ଇ-ବିଦ୍ୟା କାର୍ଯ୍ୟକ୍ରମ,ସ୍କୁଲର ସବୁ ଶ୍ରେଣୀଗୃହରେ ଲାଗିବ ଟିଭି,ପିଏମ ଇ-ବିଦ୍ୟା ପାଇଁ ୨୦୦ ନୂଆ ଚ୍ୟାନେଲ ଆଦି ହେବ ବୋଲି ବଜେଟରେ ଘୋଷଣା ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.