ETV Bharat / bharat

କାର୍ଗିଲରେ ପ୍ରଧାନମନ୍ତ୍ରୀ, ସେନା ସହ ପାଳିବେ ଦୀପାବଳି - ଦୀପାବଳି 2022

ସେନାଙ୍କ ସହ ଦୀପାବଳି ପାଳନ କରିବାକୁ କାର୍ଗିଲରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲଗାତାର 9 ବର୍ଷ ଧରି ସାହାସୀ ସେନାଙ୍କ ସହ ଦୀପାବଳି ପାଳନ କରି ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

pm modi lands in kargil
କାର୍ଗିଲେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
author img

By

Published : Oct 24, 2022, 11:14 AM IST

ଶ୍ରୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଗିଲରେ ପହଞ୍ଚିଛନ୍ତି । ଦେଶବାସୀଙ୍କ ସୁରକ୍ଷା ପାଇଁ ସୀମାରେ ପ୍ରହରା ଦେଉଥିବା ସେ ବୀର ସେନାଙ୍କ ସହ ଦୀପାବଳି ପାଳନ କରିବାକୁ କାର୍ଗିଲରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 9 ବର୍ଷ ହେବ ସେନାଙ୍କ ସହ ଆଲୋକର ପର୍ବକୁ ମନାଇ ଆସୁଛନ୍ତି ପ୍ରଧାନମନ୍ତ୍ରୀ । 2014ରେ ଯେବେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଗାଦି ସମ୍ଭାଳିଲେ ସେବେଠୁ ପ୍ରତିବର୍ଷ ସେନାଙ୍କ ସହ ଦୀପାବଳି ପାଳନ କରି ଆସୁଛନ୍ତି । ଏ ବର୍ଷ ମଧ୍ୟ ସେହି 9 ବର୍ଷର ପରମ୍ପରା ବଜାୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ।

ଏହାପୂର୍ବରୁ ପିଏମ ଦୀପାବଳି ଉତ୍ସବରେ ଅଲଗା ଅଲଗା ସ୍ଥାନ ଗସ୍ତ କରିଥିଲେ । 21 ଅକ୍ଟୋବରରେ ବାବା କେଦାରନାଥ ଏବଂ ବଦ୍ରିନାଥଙ୍କ ଦର୍ଶନ କରିଥିଲେ । ଏହାପରେ 23 ଅକ୍ଟୋବର ଅର୍ଥାତ ଗତକାଲି (ରବିବାର) ଅଯୋଧ୍ୟା ଗସ୍ତ କରି ଦୀପତ୍ସୋବରେ ଯୋଗ ଦେଇଥିଲେ । ଏହାସହ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ଦର୍ଶନ କରିଥିଲେ । ଏବେ ଯାଏ ପ୍ରଧାନମନ୍ତ୍ରୀ ଅଲଗା ଅଲଗା ସ୍ଥାନ ଗସ୍ତ କରି ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି । ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମଧ୍ୟ ସେ ଯବାନଙ୍କ ସହ ଦୀପାବଳି ପାଳନ କରୁଥିଲେ ।

ଏହା ବି ପଢନ୍ତୁ...ଆଜି ଦୀପାବଳି, ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

23 ଅକ୍ଟୋବର 2014...

ମଇ 2014ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହାପରେ 23 ଅକ୍ଟୋବର 2014ରେ ସେ ସିଆଚିନରେ ପ୍ରଥମ ଦୀପାବଳି ପାଳନ କରିଥିଲେ ।

11 ନଭେମ୍ବର 2015...

ଏହି ବର୍ଷ ପଞ୍ଜାବରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ । 1965 ଯୁଦ୍ଧ ମେମୋରିଆଲ ମଧ୍ୟ ଗସ୍ତ କରିଥିଲେ ।

30 ଅକ୍ଟୋବର 2016...

ପିଏମ ମୋଦି 2016ରେ ହିମାଚଳ ପ୍ରଦେଶରେ ଦୀପାବଳି ପାଳନ ପାଇଁ ପହଞ୍ଚିଥିଲେ । ଏଠାରେ ଭାରତ- ଚୀନ ସୀମା ନିକଟରେ ସେନାଙ୍କ ସହ ଆଲୋକର ପର୍ବ ପାଳନ କରିଥିଲେ ।

18 ଅକ୍ଟୋବର 2017...

ଏହି ବର୍ଷ ମଧ୍ୟ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ ପିଏମ । ଜମ୍ମୁକାଶ୍ମୀର ଗୁଜରରେ ଯବାନଙ୍କ ସହ ଦୀପାବଳି ପାଳିଥିଲେ ପ୍ରଧାନମନ୍ତ୍ରୀ ।

7 ନଭେମ୍ବର 2018...

ଏହି ବର୍ଷ ଭାରତ ତିବ୍ଦତ ସୀମା ପୋଲିସଙ୍କ ସହ ଦୀପାବଳି ପାଳନ ପାଇଁ ଉତ୍ତରାଖଣ୍ଡର ହର୍ଷିଲ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ।

27 ଅକ୍ଟୋବର 2019...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଲଓସିରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ । ରଜୌରୀ ଏଲଓସିର ନିଯୁକ୍ତ ସେନାଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ।

14 ନଭେମ୍ବର 2020...

ଜୈସଲମେରରେ ଲୋଙ୍ଗେବାଗ ପୋଷ୍ଟରେ ଯବାନଙ୍କ ସହ ଏହି ବର୍ଷ ଦୀପାବଳି ପାଳନ କରିଥିଲେ ପ୍ରଧାନମନ୍ତ୍ରୀ ।

4 ନଭେମ୍ବର 2021...

ଏହି ବର୍ଷ ପ୍ରଧାନମନ୍ତ୍ରୀ ରଜୌରୀ ନ୍ୟାସନାଲ ସେକ୍ଟରରେ ଦୀପାବଳି ପାଳନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.