ନୂଆଦିଲ୍ଲୀ: ଗୁଜୁରାଟ ହାଇକୋର୍ଟ ଏହାର ପ୍ରତିଷ୍ଠା ହେବାର 60 ବର୍ଷ ପୂରଣ କରିଛି। ଏନେଇ କୋର୍ଟ ପାଳୁଛି ତାହାର ହୀରକ ଜୟନ୍ତୀ ବା ଡାଏମଣ୍ଡ ଜୁବଲି ଉତ୍ସବ। କାର୍ଯ୍ୟକ୍ରମକୁ ଭିସି ଯୋଗେ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଡାକ ଟିକଟର ମଧ୍ୟ ଉନ୍ମୋଚନ କରିଛନ୍ତି। କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ରବି ଶାସ୍ତ୍ରୀ, ଗୁଜୁରାଟ ସିଏମ ଉପସ୍ଥିତ ଥିଲେ। ଏହାସହ କୋରୋନା ସମୟରେ ସର୍ବାଧିକ ସଂଖ୍ୟକ ମାମଲାର ଶୁଣାଣି କରିଥିବାରୁ ସୁପ୍ରିମକୋର୍ଟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।
ପ୍ରଧାନମନ୍ତ୍ରୀ କହିଛନ୍ତି, "ଏହା ଆମକୁ ଗର୍ବିତ କରିଛି ଯେ ବିଶ୍ବରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆମ ସୁପ୍ରିମକୋର୍ଟ ସର୍ବାଧିକ ସଂଖ୍ୟକ ମାମଲାର ଶୁଣାଣି କରିଛନ୍ତି। କୋରୋନା କାଳରେ ଆମର ହାଇକୋର୍ଟ ଏବଂ ଜିଲ୍ଲା କୋର୍ଟ ମଧ୍ୟ ବହୁ ମାତ୍ରାରେ ଇ-ପ୍ରକ୍ରିୟାରେ ସକ୍ରିୟ ରହିଥିଲେ।"
"ଆମର ନ୍ୟାୟପାଳିକା ସର୍ବଦା ସମ୍ବିଧାନକୁ ସକରାତ୍ମକ ଏବଂ ସୃଜନଶୀଳ ଭାବରେ ବ୍ୟାଖ୍ୟା କରି ଏହାକୁ ଅଧିକ ମଜବୁତ କରିଛି। ଦେଶର ଲୋକଙ୍କ ଅଧିକାରର ସୁରକ୍ଷା ହେଉ କିମ୍ବା ଯେତେବେଳେ କୌଣସି ପରିସ୍ଥିତି ଉପୁଜିଲା, ଯେଉଁଠାରେ ଜାତୀୟ ସ୍ବାର୍ଥକୁ ପ୍ରାଥମିକତା ଦେବା ଆବଶ୍ୟକ ନ୍ୟାୟପାଳିକା ସର୍ବଦା ଏହାର କର୍ତ୍ତବ୍ୟ ପାଳନ କରିଆସୁଛି " ବୋଲି ମୋଦି କହିଛନ୍ତି।
ସୁପ୍ରିମକୋର୍ଟର ବିଚାରପତି ଏବଂ ଗୁଜରାଟର ହାଇକୋର୍ଟର ବିଚାରପତି ତଥା ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଏଥିରେ ଉପସ୍ଥିତ ଥିଲେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ଏବଂ ହୀରକ ଜୟନ୍ତୀର ଏକ ଅଂଶ ଭାବରେ ଡାକ ଟିକର ରିଲିଜ୍ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ କୋରୋନା ହେତୁ ଉତ୍ସବକୁ ସ୍ଥଗିତ ରଖାଯାଇଛି।