ETV Bharat / bharat

Operation Dost: ତୁର୍କୀ ଫେରନ୍ତା NDRF ଟିମ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ତୁର୍କୀ ଫେରନ୍ତା NDRF ଟିମ ଓ ଅନ୍ୟ ସମସ୍ତ ଟିମ ସହ କଥା ହେଲେ ପ୍ରଧାନମନ୍ତ୍ରୀ । ଗତକାଲି ଭାରତ ଫେରିଥିଲା ଅନ୍ତିମ ଟିମ । ଅଧିକ ପଢନ୍ତୁ

Operation Dost: ତୁର୍କୀ ଫେରନ୍ତା NDRF ଟିମ ସହ କଥା ହେଲେ ପ୍ରଧାନମନ୍ତ୍ରୀ
Operation Dost: ତୁର୍କୀ ଫେରନ୍ତା NDRF ଟିମ ସହ କଥା ହେଲେ ପ୍ରଧାନମନ୍ତ୍ରୀ
author img

By

Published : Feb 20, 2023, 9:48 PM IST

ନୂଆଦିଲ୍ଲୀ: ପ୍ରଳୟଙ୍କାରୀ ଭୂକମ୍ପରେ ଗଭୀର ପ୍ରଭାବିତ ତୁର୍କୀରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ଗତକାଲି ସ୍ବଦେଶ ଫେରିଥିବା ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ) ଓ ଅପରେସନରେ ସାମିଲ ହୋଇଥିବା ଅନ୍ୟ ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅପରେସନର ନାମ ରଖାଯାଇଥିଲା ‘ଅପରେସନ ଦୋସ୍ତ’ । ତୁର୍କୀରେ 6 ତାରିଖରୁ ଜାରି ରହିଥିବା ଉଦ୍ଧାର ଅପରେସନ ଗତକାଲି ଶେଷ ହେବା ପରେ ଭାରତୀୟ ଉଦ୍ଧାରକାରୀ ଟିମର ଶେଷ ୟୁନିଟ ସ୍ବଦେଶ ଫେରିଥିଲେ ।

ଆଜି ବିଦେଶ ମାଟିରେ ଉଦ୍ଧାର କାର୍ଯ୍ୟରେ ଦକ୍ଷତା ଦେଖାଇଥିବା ବିପର୍ଯ୍ୟୟ ଯୋଦ୍ଧାମାନଙ୍କ ସହ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ୍ଷ ଆଲୋଚନା କରିବା ସହ ସେମାନଙ୍କ ଅନୁଭବ ସହ ପରିଚିତ ହୋଇଛନ୍ତି । ସେଠାରେ ଉଦ୍ଧାର ରଣନୀତି କପରି ଥିଲା । ଯବାନଙ୍କର ଅନୁଭବ କିପରି ଥିଲା ପ୍ରଧାନମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରିବା ସହ ଧନ୍ୟବାଦ ଦେଇଥିଲେ । ଆଜି (ସୋମବାର) ସଂଧ୍ୟାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:- Operation Dost: ଭୂକମ୍ପ ପ୍ରଭାବିତ ତୁର୍କୀରୁ ଫେରିଲା ଅନ୍ତିମ NDRF ଟିମ

ଗତକାଲି ଭୂକମ୍ପ ପ୍ରଭାବିତ ତୁର୍କୀରେ ଉଦ୍ଧାରକାର୍ଯ୍ୟ ପାଇଁ ଯାଇଥିବା ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (NDRF)ର ଅନ୍ତିମ ଟିମ ଭାରତ ଫେରିଥିଲେ । ଭୂକମ୍ପ ପରେ ଉଦ୍ଧାର ଅପରେସନ ପାଇଁ NDRF ଟିମକୁ ତୁର୍କୀ ଗସ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନିର୍ଦ୍ଦେଶ ଦେଇଥିଲେ । ଏହି ଅପରେସନରେ ନାମ ରଖାଯାଇଥିଲା ‘ଅପରେସନ ଦୋସ୍ତ’। ଏଥିରେ ଏନଡିଆରଏଫ ଯବାନଙ୍କ ସମେତ ଡାକ୍ତରୀ ଟିମ, ଆବଶ୍ୟକ ଔଷଧ, ଜରୁରୀ ସାମଗ୍ରୀ ସହ ତାଲିମପ୍ରାପ୍ତ କୁକୁର ମଧ୍ୟ ରହିଥିଲେ । ତେବେ ତିନିଟି ଟିମରେ ମୋଟ 151ଜଣ NDRF ଯବାନ ତୁର୍କୀ ଗସ୍ତ କରିଥିଲେ । ପୂର୍ବରୁ ଏକାଧିକ ଟିମ ଭାରତ ଫେରିସାରିଥିବା ବେଳେ ଗତକାଲି ତୁର୍କୀର ଉଦ୍ଧାର ଅପରେସନ ସମାପ୍ତ ଘୋଷଣା ସହ ଅନ୍ତିମ ଟିମ ମଧ୍ୟ ସ୍ବଦେଶ ଫେରିଥିଲା ।

ତୁର୍କୀ ଭୂକମ୍ପ ଦିନ (6 ତାରିଖ) ହିଁ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତୁର୍କୀକୁ NDRF ଟିମ ପଠାଇବା ପାଇଁ ନିର୍ଦ୍ଦେଶ ମିଳିଥିଲା । ତା ପରଦିନ ଏହି ଟିମ ତୁର୍କୀରେ ପହଞ୍ଚି ଉଦ୍ଧାର ଅପରେସନ ଆରମ୍ଭ କରିଥଲା । ଅତି ଉଚ୍ଚପ୍ରଶିକ୍ଷତ ଏହି ବିପର୍ଯ୍ୟୟ ମୁକାବିଲା ଯୋଦ୍ଧାମାନେ ବିଭିନ୍ନ ୟୁନିଟରେ ଭାଗ ହୋଇ ତୁର୍କୀର ପ୍ରାୟ 35ଟି ପ୍ରଭାବିତ ଅଞ୍ଚଳରେ ସର୍ଚ୍ଚ, ଉଦ୍ଧାର ଓ ରିଲିଫ ମିଶନରେ ଅଂଶଗ୍ରହଣ କରିଥିଲେ । ସେହିପରି ଉଦ୍ଧାରକାରୀ ଟିମ ସହ ଭାରତ ପ୍ରାୟ 150 ଟନ ଜରୁରୀ ସାମଗ୍ରୀ ମଧ୍ୟ ପଠାଇଥିଲା । ଏହି ଉଦ୍ଧାର ଅପରେସନ ଇସ୍ତାନବୁଲରେ ଅବସ୍ଥିତ ଭାରତୀୟ ଦୂତାବାସ ଓ ସ୍ଥାନୀୟ ତୁର୍କୀ ପ୍ରଶାସନର ସମନ୍ବୟରେ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:- Turkey Earthquake: ରେସ୍କ୍ୟୁ ପାଇଁ ତୁର୍କୀ ଗଲା NDRF, ମେଡିକାଲ ଟିମ୍, ରିଲିଫ୍ ସାମଗ୍ରୀ

6 ତାରିଖରେ 7.8 ମ୍ୟାଗ୍ନିଚ୍ୟୁଡର ଭୂକମ୍ପରେ ଛାରଖାର ହୋଇପଡିଛି ତୁର୍କୀ ଓ ମଧ୍ୟପ୍ରାଚ୍ୟ ଦେଶ ସିରିଆ । ଅପେକ୍ଷାକୃତ ତୁର୍କୀ ସର୍ବାଧିକ ପ୍ରଭାବିତ ହୋଇଛି । ତୁର୍କୀର ମୋଟ 10ଟି ପ୍ରଦେଶ ଗମ୍ଭୀର ଭାବେ ପ୍ରଭାବିତ ହୋଇଛି । ବର୍ତ୍ତମାନ ସୁଦ୍ଧା ଉଭୟ ଦେଶରେ ପ୍ରାୟ 40 ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିବା ଆକଳନ ପ୍ରକାଶ ପାଇଛି । ପ୍ରଥମ ଭୂକମ୍ପ ପରେ ଲାଗାତାର ଏକାଧିକ ଭୂକମ୍ପର ଝଟକାରେ ଥରିଥିଲା ତୁର୍କୀ ଓ ସିରିଆ । ଦିନ ତମାମ ଓ ପରଦିନ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା । ଗୋଟିଏ ପଟେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇସାରିଥିବା ବେଳେ ବାରମ୍ବାର ଭୂକମ୍ପ ଅନୁଭୂତ ହେବା ସ୍ଥିତିକୁ ଆହୁରି ସଙ୍ଗୀନ କରିଥିଲା । ଭୂକମ୍ପ ନେଇ ସୂଚନା ମିଳିବା ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରାଯାଇଥିଲା । ବୈଠକରେ ଏନଡିଆରଏଫକୁ ତୁର୍କୀ ପଠାଇବା ପାଇଁ ନିଷ୍ପତ୍ତି ହେବା ସହ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.