ETV Bharat / bharat

ଭାରତୀୟ ଟିକା ଉତ୍ପାଦନକାରୀ କମ୍ପାନୀମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଟିକା ଉତ୍ପାଦନକାରୀ ସଂସ୍ଥାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ୨୧ ତାରିଖରେ ୧୦୦ କୋଟି ଟୀକାକରଣର ରେକର୍ଡ କରିିଛି ଭାରତ । ଅଧିକ ପଢନ୍ତୁ...

ଭାରତୀୟ ଟିକା ଉତ୍ପାଦନକାରୀ କମ୍ପାନୀମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ

author img

By

Published : Oct 23, 2021, 8:39 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶନିବାର) କୋଭିଡ ଟିକା ଉତ୍ପାଦନ କରୁଥିବା ଭାରତୀୟ ଉତ୍ପାଦକଙ୍କ ସହ ଏକ ବୈଠକ କରିଛନ୍ତି । ଭାରତରେ ଟିକା ଉତ୍ପାଦନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ସଂସ୍ଥା ସହ ଅନ୍ୟ କିଛି ପ୍ରମୁଖ ଉତ୍ପାଦନକାରୀ ସଂସ୍ଥାର କର୍ମକର୍ତ୍ତା ଏହି ବୈଠକରେ ଯୋଗ ଦେଇଛନ୍ତି ।

ବର୍ତ୍ତମାନ ଦେଶରେ ଜାରି ରହିଥିବା ଟିକାକରଣ ପ୍ରକ୍ରିୟା, ଟିକା ଉତ୍ପାଦନ ଓ ପରିମାଣ ଓ ଯୋଗାଣ ସମ୍ପର୍କରେ ଏହି ବୈଠକରେ ବିଭିନ୍ନ ଦିଗ ଉପରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ସମୀକ୍ଷା ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଏବଂ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାଓ୍ବାର ମଧ୍ୟ ଉପସ୍ଥିତ ଥିଲେ ।

ଭାରତ ଏକ ପ୍ରମୁଖ ଦେଶ ଭାବେ ଗତ ୨୧ ତାରିଖରେ ୧୦୦ କୋଟି ନାଗରିକଙ୍କୁ ଟିକାକରଣ କରି କୋଭିଡ ମୁକାବିଲା ଓ ଟୀକାକରଣରେ ମାଇଲଖୁଣ୍ଟ ଅତିକ୍ରମ କରିଛି । ଏହି ସଫଳତା ପରେ ପ୍ରଧାନମନ୍ତ୍ରୀ ଦେଶର ଟିକା ଉତ୍ପାଦନକାରୀ ସଂସ୍ଥା ସହ ଆଲୋଚନା କରି ଟୀକାକରଣ ଅଭିଯାନର ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ଅବଗତ ହୋଇଛନ୍ତି ।

ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ 68,48,417 ଡୋଜ ସହ ଭାରତର କୋଭିଡ ଟିକାକରଣ 100 କୋଟି ଅତିକ୍ରମ କରିଛି । ଅର୍ଥାତ ଆଜି ତାରିଖ ସୁଦ୍ଧା ଦେଶରେ ମୋଟ 101.30 କୋଟି (1,01,30,28,411) ରେ ପହଞ୍ଚିଛି ଟିକାକରଣ । ଯାହା କୋଭିଡ ମୁକାବିଲା ଓ ଟୀକାକରଣ ଦିଗରେ ବିଶ୍ବବ୍ୟାପୀ ଭାରତର ଏକ ରେକର୍ଡ ସଫଳତା ବୋଲି କହିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

@ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.