ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜମ୍ମୁକାଶ୍ମୀରରୁ ଆସିଥିବା ୨୫୦ ଛାତ୍ରଛାତ୍ରୀଙ୍କୁ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଭେଟିଛନ୍ତି । ଦେଶର କଳା ସଂସ୍କୃତି, ଐତିହ୍ୟ ସମ୍ପର୍କରେ କୁନି ପିଲାଙ୍କୁ ଅବଗତ କରାଇବା ଲାଗି ଆରମ୍ଭ ହୋଇଥିବା 'ୱତନ କୋ ଜାନୋ' କାର୍ଯ୍ୟକ୍ରମ ଅଧୀନରେ ଜମ୍ମୁକାଶ୍ମୀରର ସମସ୍ତ ଜିଲ୍ଲାରୁ କୁନି ପିଲା ଦିଲ୍ଲୀ ଆସିଛନ୍ତି । ତେବେ କୁନି ପ୍ରତିଭା ତଥା ଦେଶର ଭବିଷ୍ୟତଙ୍କ ସହିତ ଆଲୋଚନା କରିବା ସମୟରେ ସ୍ବଦେଶ ସମ୍ପର୍କରେ ଜାଣିବାକୁ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି ମୋଦି ।
-
#WATCH | PM Narendra Modi interacts with 250 students from J&K as a part of their ‘Watan Ko Jano’ program.
— ANI (@ANI) December 24, 2023 " class="align-text-top noRightClick twitterSection" data="
250 students from underprivileged backgrounds from almost all the districts of Jammu and Kashmir are visiting the country. They have visited Jaipur, Ajmer & Delhi. pic.twitter.com/rMh2Vziznf
">#WATCH | PM Narendra Modi interacts with 250 students from J&K as a part of their ‘Watan Ko Jano’ program.
— ANI (@ANI) December 24, 2023
250 students from underprivileged backgrounds from almost all the districts of Jammu and Kashmir are visiting the country. They have visited Jaipur, Ajmer & Delhi. pic.twitter.com/rMh2Vziznf#WATCH | PM Narendra Modi interacts with 250 students from J&K as a part of their ‘Watan Ko Jano’ program.
— ANI (@ANI) December 24, 2023
250 students from underprivileged backgrounds from almost all the districts of Jammu and Kashmir are visiting the country. They have visited Jaipur, Ajmer & Delhi. pic.twitter.com/rMh2Vziznf
ଏହି ଅବସରରେ ରବିବାର ପିଲାମାନଙ୍କୁ ଭେଟି ସେମାନଙ୍କୁ ଉତ୍ସାହ ବୃଦ୍ଧି କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ସମୟରେ ଭାରତକୁ ନେଇ ନିଜ ନିଜର ବିଚାରଧାରା ସେୟାର କରିଥିଲେ ଛାତ୍ରଛାତ୍ରୀ । ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ସମ୍ବୋଧିତ କରି ଭାରତବର୍ଷର ଇତିହାସ, କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ସମ୍ପର୍କରେ ଜାଣିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ ।
ଜମ୍ମୁକାଶ୍ମୀରର ବିଭିନ୍ନ ଜିଲ୍ଲାର ବଞ୍ଚିତ ପୃଷ୍ଠଭୂମିରୁ ୨୫୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ସେମାନେ ଦିଲ୍ଲୀ ଆସିବା ପୂର୍ବରୁ ଜୟପୁର, ଅଜମେର ମଧ୍ୟ ପରିଭ୍ରମଣ କରିଛନ୍ତି । ଏହି ଭ୍ରମଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ଯୁବପିଢ଼ିଙ୍କୁ ସ୍ୱଦେଶର ସଂସ୍କୃତି ଓ ସାମାଜିକ ବିବିଧତା ସମ୍ପର୍କରେ ଅବଗତ କରାଇବା । ଏଥିଲାଗି ସମାଜ କଲ୍ୟାଣ ବିଭାଗର କମିଶନର ସେକ୍ରେଟାରୀ ଶୀତଲ ନନ୍ଦ ଜମ୍ମୁକାଶ୍ମୀରର ସମସ୍ତ ଜିଲ୍ଲାରୁ ୨୫୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରିଛନ୍ତି । ଏମାନଙ୍କ ସହିତ ୧୦ ଜଣ ସହଯୋଗୀ ଓ କେୟାରଟେକରଙ୍କୁ ମଧ୍ୟ ଚୟନ କରାଯାଇଛି । ଏହି ଛାତ୍ରଛାତ୍ରୀମାନେ ୧୨ ଦିନିଆ ଭ୍ରମଣରେ ଆସିଛନ୍ତି ।
ଏହା ବି ପଢନ୍ତୁ- Watch Video: ପ୍ରଧାନମନ୍ତ୍ରୀଙ୍କୁ ଶିବ ତାଣ୍ଡବ ସ୍ତୋତ୍ର ଶୁଣାଇଲେ ଛାତ୍ରଛାତ୍ରୀ
ସୂଚନା ଥାଉ କି ଅନେକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ ପ୍ରାନ୍ତର ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥାଆନ୍ତି । ଡିଜିଟାଲ ଯୁଗରେ ସମସ୍ତ କ୍ଷେତ୍ରରେ ଜ୍ଞାନ ଆହରଣ ସହ ଆଗକୁ ବଢ଼ିବାକୁ ପ୍ରେରଣା ଦିଅନ୍ତି । କେତେବେଳେ ମେଟ୍ରୋ ମଧ୍ୟରେ ହେଉ କି ବିଭିନ୍ନ ଶିକ୍ଷାନୁଷ୍ଠାନରେ ମୋଦିଙ୍କୁ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରୁଥିବା ଦେଖିବାକୁ ମିଳେ । କିଛି ଦିନ ତଳେ ମୋଦିଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀ ୨ କୁନି ଛୁଆଙ୍କୁ କଏନ ଟ୍ରିକ୍ ଶିଖାଉଥିବାର ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ