ETV Bharat / bharat

ସ୍ବାମୀତ୍ବ ଯୋଜନା ଶୁଭାରମ୍ଭ; ଗ୍ରାମିଣ ଭାରତ ହେବ ଆତ୍ମନିର୍ଭର - ଜାତୀୟ ପଞ୍ଚାଯତରାଜ ଦିବସ

ଜାତୀୟ ପଞ୍ଚାଯତରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ବଡ ଆହ୍ବାନ ଦେଇଛନ୍ତି । ଗ୍ରାମାଞ୍ଚଳର ପ୍ରତ୍ୟେକ ନାଗରିକ ଯେଭଳି କୋଭିଡ ଟିକା ନେବେ ତାହା ସୁ-ନିଶ୍ଚିତ କରାଯାଉ ।

SVAMITVA Scheme
SVAMITVA Scheme
author img

By

Published : Apr 24, 2021, 10:07 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆଜି (ଶନିବାର) ସ୍ବାମୀତ୍ବ କାର୍ଡର ଶୁଭାରମ୍ଭ କରି, 4 ଲକ୍ଷ ପରିବାରକୁ ସେମାନଙ୍କ ସମ୍ପତ୍ତିର ଇ-କାର୍ଡ ପ୍ରଧାନ କରିଛନ୍ତି । ଜାତୀୟ ପଞ୍ଚାୟତରାଜ ଦିବସ ଅବସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଭର୍ଚ୍ୟୁଆଲରେ ଯୋଗେ ମୋଦି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

ଗ୍ରାମୀଣ ଭାରତ ଆତ୍ମନିର୍ଭର ହେଉ

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଗତି, ସଂସ୍କୃତିର ଉନ୍ନତି ସବୁବେଳେ ଦେଶର ଗାଁ କରିଛନ୍ତି । ଏଥିପାଇଁ ଆଜି ଦେଶ ଯେତେବେଳେ ଆଗକୁ ବଢୁଛି ପ୍ରତ୍ୟେକ କ୍ଷେତ୍ରରେ ଗ୍ରାମୀଣ ଭାରତକୁ ଆଗରେ ରଖି କାମ କରୁଛି । ସବୁବେଳେ ଆମର ଉଦ୍ୟମ ରହିଛି ଦେଶର ଗାଁ ଗୁଡିକ ଆଧୁନିକ ହେଉ । ନିଜ ସଂସ୍କୃତି ଐତିହ୍ୟକୁ ନେଇ ଆଧୁନିକ ଭିତ୍ତିଭୂମି ନେଇ ଆଗକୁ ବଢୁ । ଆତ୍ମ ନିର୍ଭର ହେଉ । ସେହିପରି ମୋଦି କହିଛନ୍ତି ଦେଶରେ ବର୍ତ୍ତମାନ ଆସିଥିବା ମହାମାରୀର ଦ୍ବିତୀୟ ଲହରରୁ ଗ୍ରାମୀଣ ଭାରତକୁ ସୁରକ୍ଷିତ ରଖିବାକୁ ହେଲେ ସମସ୍ତଙ୍କ ସହଯୋଗ ଆବଶ୍ୟକ ।

ଗାଁକୁ କରୋନା ପ୍ରବେଶ ନକରୁ

ଜାତୀୟ ପଞ୍ଚାଯତରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ବଡ ଆହ୍ବାନ ଦେଇଛନ୍ତି । ମୋଦି କହିଛନ୍ତି କୋଭିଡ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯାହା ନିୟମ କରୁଛନ୍ତି ସମସ୍ତ ନିୟମ ଗାଁରେ କଡାକଡି ପାଳନ ହେଉ । ଦ୍ବିତୀୟ ଲହର ବେଳେ ଆମ ପାଖରେ ଟିକା ବି ଅଛି ଅନୁଭବ ମଧ୍ୟ ଅଛି, ଉଭୟର ସୁ-ବିନିଯୋଗ ହେଉ । ଗ୍ରାମାଞ୍ଚଳର ପ୍ରତ୍ୟେକ ନାଗରିକ ଯେଭଳି କୋଭିଡ ଟିକା ନେବେ ତାହା ସୁ-ନିଶ୍ଚିତ କରାଯାଉ । ସେହିପରି ଏଭଳି ସଂକଟ ସମୟରେ କେହି ଜଣେ ମଧ୍ୟ ଗୋଟିଏ ବେଳା ଭୋକିଲା ନରହୁ, ଏହା ଦେଶର ଦାୟିତ୍ବ । ଆଉ ଏହାକୁ ଦୃଷ୍ଟିରେ ରଖି ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’ କୁ ଆସନ୍ତା ଜୁନ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା କହିଛନ୍ତି ମୋଦି । ସେହିଭଳି ଜାତୀୟ ପଞ୍ଚାୟତରାଜ ଦିବସରେ ପଞ୍ଚାୟତରାଜ ସହ ଜଡିତ ଲୋକପ୍ରତିନିଧି ଓ କର୍ମଚାରୀଙ୍କୁ ନିଜ ନିଜ ଦାୟିତ୍ବ ସଠିକ ଭାବେ ତୁଳାଇବାକୁ ନିବେଦନ କରିଛନ୍ତି ମୋଦି । ଏହି ଅବସରରେ ମୋଦି ପଞ୍ଚାୟତ ପ୍ରତିନିଧିଙ୍କୁ କୋଭିଡ ମୁକାବିଲାରେ ସେମାନଙ୍କ ଭୂମିକା ପ୍ରଶଂସା କରିଥିଲେ ।

ଗତବର୍ଷ ଆରମ୍ଭ ହୋଇଥିଲା ସ୍ବାମୀତ୍ବ ଯୋଜନା

ଆଜି (ଶନିବାର) ପ୍ରଧାନମନ୍ତ୍ରୀ ମୋଦି ସ୍ବାମୀତ୍ବ ଯୋଜନାକୁ ଶୁଭାରମ୍ଭ କରିଥିଲେ । ଗତ ବର୍ଷ ଆଜିର ଦିନରେ ଏହି ଯୋଜନା ଘୋଷଣା ହୋଇଥିଲା । ଏହି ଯୋଜନା ଦ୍ବାରା ଲୋକଙ୍କ ସମ୍ପତ୍ତିର ସମ୍ପୂର୍ଣ୍ଣ ତାଳିକା ଗୋଟିଏ କାର୍ଡରେ ଉପଲବ୍ଧ ହେବ । ଏହି ଯୋଜନରେ ଦେଶର ସମସ୍ତ ଭୂ-ସମ୍ପଦକୁ ଡ୍ରୋନ ଦ୍ବାରା ସର୍ଭେ କରାଯାଇ ସମସ୍ତ ଜମି ମାଲିକଙ୍କୁ ଇ-କାର୍ଡ ପ୍ରଦାନ କରାଯିବ । ଏହି କାର୍ଡରେ ଲୋକଙ୍କ ଜମି, ଘର ତଥା ଭୂ-ସମ୍ପଦର ସମସ୍ତ ବିବରଣୀ ଗୋଟିଏ ସ୍ଥାନରୁ ମିଳିବ । ଏହାସହ ବିଭିନ୍ନ ଜମିକୁ ନେଇ ଥିବା ବିବାଦର ସମାଧାନ ହେବ । ଲୋକେ ନିଜ ନିଜ ଜମି ଅନୁସାରେ ବ୍ୟାଙ୍କରୁ ସହଜରେ 5 ଲକ୍ଷ ରୁ 50 ଲକ୍ଷ ପର୍ଯ୍ୟନ୍ତ ଋଣ ନେଇପାରିବେ । ଆଜି ଏହି ଯୋଜନାରେ 4 ଲକ୍ଷ 10 ହଜାର ଲୋକଙ୍କୁ ସ୍ବାମୀତ୍ବ ଇ-କାର୍ଡ ପ୍ରଦାନ କରାଯାଇଥିଲା ।

5 ବର୍ଷରେ 6 ଲକ୍ଷ ଗାଁ ହେବ ସାମିଲ

ସ୍ବାମିତ୍ବ ଯୋଜନାରେ ଆଗାମୀ 5 ବର୍ଷରେ ଦେଶର 6.62 ଲକ୍ଷ ଗାଁକୁ ସାମିଲ କରାଯିବ । ଗତ ବର୍ଷ ଠାରୁ ଏହା ପାଇଲଟ ପ୍ରଜେକ୍ଟ ଭାବେ ମହାରାଷ୍ଟ୍ର,ୟୁପି, ଉତ୍ତରାଖଣ୍ଡ, ମଧ୍ୟ ପ୍ରଦେଶ, ପଞ୍ଜାବ, କର୍ଣ୍ଣାଟକ ଓ ହରିୟାଣାରେ କାର୍ଯ୍ୟକାରୀ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.