ETV Bharat / bharat

ବିଶ୍ବର ସବୁଠୁ ବଡ଼ ଡାଇମଣ୍ଡ ବୋର୍ସର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ - ସୁରଟ ଡାଇମଣ୍ଡ ବୁର୍ସ ଉଦଘାଟନ

Surat Diamond Bourse Inauguration: ଆଜି ଗୁଜୁରାଟରେ ବିଶ୍ବର ସର୍ବବୃହତ ଡାଇମଣ୍ଡ ବୋର୍ସର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢ଼ନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Dec 17, 2023, 11:33 AM IST

Updated : Dec 17, 2023, 11:58 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜୁରାଟ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ସୁରଟ ଗସ୍ତରେ ଆସି ଆଜି(ରବିବାର) ଦୁନିଆର ସବୁଠୁ ବଡ କର୍ପୋରେଟ କାର୍ଯ୍ୟାଳୟ ଭବନ 'ସୁରଟ ଡାଇମଣ୍ଡ ବୋର୍ସ'ର ଉଦଘାଟନ କରିଛନ୍ତି । ଏହି ଡାଇମଣ୍ଡ ବୋର୍ସ ବିଶ୍ବର ବୃହତ୍ତମ ହୀରା ବ୍ୟବସାୟ ପେଣ୍ଠସ୍ଥଳ, ଯାହାକି ଆମେରିକାର ସେନା ମୁଖ୍ୟାଳୟ ପେଣ୍ଟାଗନ ଠାରୁ ମଧ୍ୟ ବହୁତ ବଡ଼ ଅଟେ । ପ୍ରାୟ ୩,୫୦୦ କୋଟି ଟଙ୍କା ବ୍ୟୟରେ 'ସୁରଟ ଡାଇମଣ୍ଡ ବୋର୍ସ' ହୀରା ବଜାର ନିର୍ମିତ ହୋଇଛି । ଦୀର୍ଘ 80 ବର୍ଷ ଧରି ବିଶ୍ୱର ସବୁଠାରୁ ବଡ଼ ଅଫିସ ମାନ୍ୟତା ପାଇଥିଲା ପେଣ୍ଟାଗନ, ଯାହାକୁ ପଛରେ ପକାଇ ଦେଇଛି ସୁରଟ ଡାଇମଣ୍ଡ ବୋର୍ସ ।

  • #WATCH | Gujarat: Prime Minister Narendra Modi inaugurates the Surat Diamond Bourse

    It will be the world’s largest and modern centre for international diamond and jewellery business. It will be a global centre for trading both rough and polished diamonds as well as jewellery.… pic.twitter.com/ri6GOiMby0

    — ANI (@ANI) December 17, 2023 " class="align-text-top noRightClick twitterSection" data=" ">

ଡାଇମଣ୍ଡ ବୋର୍ସର ବିଶେଷତ୍ବ: ୬୭ ଲକ୍ଷ ବର୍ଗଫୁଟ ଜାଗାରେ ନିର୍ମିତ ହୋଇଛି ସୁରଟ ଡାଇମଣ୍ଡ ବୋର୍ସ । ଏଥିରେ ୪ ହଜାର ୫୦୦ରୁ ଅଧିକ ହୀରା ବ୍ୟବସାୟ ଅଫିସ ରହିଛି । ୧୫ ମହଲା ବିଶିଷ୍ଟ ଏହି କୋଠାର ଡିଜାଇନ ଭାରତୀୟ ଆର୍କିଟେକ୍ଟ କମ୍ପାନୀ ମାର୍ଫୋଜେନେସିସ୍ କରିଛି । ଏହି କୋଠାରେ ୧୩୧ଟି ଲିଫ୍ଟ ସହ କ୍ଲବ୍‌, କନଫରେନ୍ସ ହଲ୍‌, ହେଲ୍‌ଥ୍‌ କ୍ଲବ୍‌, ରେସ୍ତୋରାଁ, ବଙ୍କେଟ୍‌ ହଲ ରହିଛି । ଏଠାରେ ୬୭ ହଜାର ଲୋକ ଏକାଠି କାମ କରିପାରିବେ । ଏହି ବିଲ୍ଡିଂ ତିଆରି କରିବାକୁ ପ୍ରାୟ ୪ ବର୍ଷ ସମୟ ଲାଗିଥିଲା ।

ଏନେଇ ଶନିବାର ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଡାଇମଣ୍ଡ ବୋର୍ସର କିଛି ଫଟୋ ସେୟାର କରି ଲେଖିଥିଲେ, 'ଆସନ୍ତାକାଲି ସୁରଟ ଡାଇମଣ୍ଡ ବୋର୍ସର ଉଦଘାଟନ ହେବ । ଏହା ଦେଶର ହୀରା ଉଦ୍ୟୋଗ କ୍ଷେତ୍ର ପାଇଁ ବଡ ପ୍ରୋତ୍ସାହନ ହେବ । ଏଥିରେ କଷ୍ଟମସ୍ କ୍ଲିୟରାନ୍ସ ହାଉସ, ଗହଣା ମଲ୍, ଅନ୍ତର୍ଜାତୀୟ ବ୍ୟାଙ୍କଙ୍ଗ ସୁବିଧା ମିଳିବ । ରଫ୍ ଏବଂ ପଲିସ ହୀରା ସହିତ ଗହଣା ବ୍ୟବସାୟ କ୍ଷେତ୍ରରେ ଏକ ବୈଶ୍ବିକ କେନ୍ଦ୍ର ହେବ ଉଭା ହେବ ଡାଇମଣ୍ଡ ବୋର୍ସ ।'

ଏହା ମଧ୍ୟ ପଢନ୍ତୁ: ଆଜି ବନ୍ଦେ ଭାରତ ଏକ୍ସପ୍ରେସ ସହ ଏକାଧିକ ପ୍ରକଳ୍ପକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ନୂତନ ଟର୍ମିନାଲ ବିଲ୍ଡିଂ ଉଦଘାଟନ: ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୁରଟ ବିମାନ ବନ୍ଦରରେ ନୂତନ ଇଣ୍ଟିଗ୍ରେଟେଡ୍‌ ଟର୍ମିନାଲ ବିଲ୍ଡିଂର ମଧ୍ୟ ଉଦଘାଟନ କରିଛନ୍ତି । ପ୍ରାୟ ୩୫୩ କୋଟି ବ୍ୟୟରେ ନିର୍ମିତ ଏହି ଟର୍ମିନାଲ ବିଲ୍ଡିଂରେ ୧୨୦୦ ଘରୋଇ ଯାତ୍ରୀ ଏବଂ ୬୦୦ ଅନ୍ତର୍ଜାତୀୟ ଯାତ୍ରୀ ଯାତାୟତ କରିପାରିବେ । ପରବର୍ତ୍ତୀ ସମୟରେ ଏହାର କ୍ଷମତା ୩୦୦୦କୁ ବୃଦ୍ଧି କରାଯିବ । ପୁରୁଣା ଟର୍ମିନାଲ ବିଲ୍ଡିଂର ସମ୍ପ୍ରସାରଣ କରି ଏହାର ନିର୍ମାଣ କରାଯାଇଛି । ଯାତ୍ରୀଙ୍କୁ ଗୁଜୁରାଟ ସଂସ୍କୃତି ଓ ପରମ୍ପରା ବିଷୟରେ ଜଣାଇବା ଲାଗି ପ୍ରବେଶ ପଥକୁ ସ୍ଥାନୀୟ କଳା ସଂସ୍କୃତି ଆଧାରରେ ଡିଜାଇନ କରାଯାଇଛି । ତେବେ ସୁରଟରେ କାର୍ଯ୍ୟକ୍ରମ ସାରିବା ପରେ ପ୍ରଧାନମନ୍ତ୍ରୀ ନିଜର ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତ କରିବେ । ସେଠାରେ ସେ ବିକଶିତ ସଂକଳ୍ପ ଯାତ୍ରାରେ ସାମିଲ ହେବା ସହିତ ନମୋ ଘାଟରେ କାଶୀ ତାମିଲ ସଙ୍ଗମମ୍‌ର ଉଦଘାଟନ କରିବେ ।

Last Updated : Dec 17, 2023, 11:58 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.