ETV Bharat / bharat

World Dairy Summit: ଆଜି ବିଶ୍ବ ଦୁଗ୍ଧ ସମ୍ମିଳନୀର ଉଦଘାଟନ କରିବେ ମୋଦି - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଜି ଦିଲ୍ଲୀର ନୋଏଡାରେ ବିଶ୍ବ ଦୁଗ୍ଧ ସମ୍ମିଳନୀର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଆଜି ଠାରୁ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ 4 ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

ଆଜି ବିଶ୍ୱ ଦୁଗ୍ଧ ସମ୍ମିଳନୀର ଉଦଘାଟନ କରିବେ ମୋଦି

author img

By

Published : Sep 12, 2022, 9:23 AM IST

Updated : Sep 12, 2022, 9:31 AM IST

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବିଶ୍ବ ଦୁଗ୍ଧ ସମ୍ମିଳନୀ 2022(World Dairy Summit 2022)ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ତିନୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ, 40ଟି ଦେଶର ପ୍ରତିନିଧୀ, 800 କୃଷକଙ୍କ ସମେତ ପ୍ରାୟ 1500 ପ୍ରତିନିଧୀ ଏଥିରେ ଅଂଶଗ୍ରହଣ କରିବେ । ଏହି ମଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗ୍ରେଟର ନୋଏଡାରେ ପହଞ୍ଚିଛନ୍ତି। ସକାଳ 10ଟା 30 ମିନିଟ ସମୟରେ ଏହି ଦିଲ୍ଲୀର ନୋଏଡାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ଏନେଇ ପ୍ରଧାନମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି । ଆଜି ଠାରୁ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ 4 ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ଆନ୍ତର୍ଜାତିକ ଡାଏରୀ ମହାସଂଘ(International Dairy Federation) ତରଫରୁ ଇଣ୍ଡିଆ ଏକ୍ସପୋ ସେଣ୍ଟର ଓ ମାର୍ଟ, ଗ୍ରେଟର ନଏଡା ଠାରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-କୋର୍ବାରେ ମେଟ୍ରୋ ବସ-ଟ୍ରଲର ମୁହାଁମୁହିଁ ଧକ୍କା, ୭ ମୃତ

କେବେ ପ୍ରଥମେ ଆରମ୍ଭ ହୋଇଥିଲା ଏହି ସମ୍ମିଳନୀ ?

ଗତ 1903 ମସିହାରେ ବିଶ୍ୱ ଡାଏରୀ ସମ୍ମିଳନୀ ଆରମ୍ଭ ହୋଇଥିଲା । ଏହାର 71 ବର୍ଷ ପରେ, 1974ରେ ଭାରତ ଏହି ସମ୍ମିଳନୀ ଆୟୋଜନ କରିବାର ସୁଯୋଗ ପାଇଲା । ପୂର୍ବରୁ ଥରେ ଏହି ସମ୍ମିଳନୀ ଭାରତରେ ହୋଇଥିବା ବେଳେ ଏବେ ଦ୍ୱିତୀୟ ଥର ପାଇଁ ଏହା ଅନୁଷ୍ଠିତ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ଏହି ଶିଖର ସମ୍ମିଳନୀରୁ ଅନେକ ଅର୍ଥ ବାହାର କରାଯାଉଛି । ଭାରତ ପ୍ରତିବର୍ଷ 21 କୋଟି ଟନ୍ ଦୁଗ୍ଧ ଉତ୍ପାଦନ କରିଥାଏ । ଦୁଗ୍ଧ କ୍ଷେତ୍ରରେ ବିଶ୍ୱର ଅଭିବୃଦ୍ଧି ହାର 3 ପ୍ରତିଶତ ରହିଥିବା ବେଳେ ଭାରତରେ ଏହି ଅଭିବୃଦ୍ଧି ହାର 6 ପ୍ରତିଶତ ରହିଛି । ଫଳରେ ଭାରତ ଦୁଗ୍ଧ କ୍ଷେତ୍ରରେ ଆଗକୁ ଯାଉଛି ।

ଯେଉଁଠାରେ ବିଶ୍ୱରେ ପ୍ରତିଦିନ ପ୍ରତିବ୍ୟକ୍ତି ପାଇଁ 310 ଗ୍ରାମ କ୍ଷୀର ଉପଲବ୍ଧ ଥିବା ବେଳେ ଭାରତରେ ଏହି ସଂଖ୍ୟା 427 ଗ୍ରାମ ରହିଛି । କ୍ଷୀର ହେଉଛି ଦେଶର ଏକମାତ୍ର ବୃହତ୍ତମ କୃଷିଜାତ ଦ୍ରବ୍ୟ, ଯାହାର ମୂଲ୍ୟ 9.32 ଲକ୍ଷ କୋଟି ଟଙ୍କା । ଏହି କାରଣରୁ ବିଶ୍ୱ ସ୍ତରରେ ଭାରତର ଦୁଗ୍ଧ ଉତ୍ପାଦନର ଅଂଶ 23 ପ୍ରତିଶତ ଅଟେ।

Last Updated : Sep 12, 2022, 9:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.