ETV Bharat / bharat

ମୁମ୍ବାଇରେ ପ୍ରଧାନମନ୍ତ୍ରୀ ମୋଦି, ମେଟ୍ରୋ ଡବଲ ଲାଇନ ସହ ଅନ୍ୟାନ୍ୟ ପ୍ରକଳ୍ପର କଲେ ଲୋକାର୍ପଣ

କର୍ଣ୍ଣାଟକରୁ ଫେରି ମୁମ୍ବାଇରେ ଏକାଧିକ ପ୍ରକଳ୍ପର ଶୁଭରମ୍ଭ କଲେ ପ୍ରଧାନମନ୍ତ୍ରୀ । ମେଟ୍ରୋ ଡବଲ ଲାଇନ ଲୋକାର୍ପଣ କରିବା ସହ ମେଟ୍ରୋରେ କଲେ ଯାତ୍ରା । ଅଧିକ ପଢନ୍ତୁ

ମୁମ୍ବାଇରେ ପ୍ରଧାନମନ୍ତ୍ରୀ ମୋଦି, ମେଟ୍ରୋ ଡବଲ ଲାଇନ ସହ ଅନ୍ୟାନ୍ୟ ପ୍ରକଳ୍ପର କଲେ ଲୋକାର୍ପଣ
ମୁମ୍ବାଇରେ ପ୍ରଧାନମନ୍ତ୍ରୀ ମୋଦି, ମେଟ୍ରୋ ଡବଲ ଲାଇନ ସହ ଅନ୍ୟାନ୍ୟ ପ୍ରକଳ୍ପର କଲେ ଲୋକାର୍ପଣ
author img

By

Published : Jan 19, 2023, 11:00 PM IST

ମୁମ୍ବାଇ: କର୍ଣ୍ଣାଟକ ଗସ୍ତ ସାରି ଅପରାହ୍ନରେ ମୁମ୍ବାଇରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ମୁମ୍ବାଇରେ ଦୁଇଟି ନୂଆ ମେଟ୍ରୋ ଲାଇନ 2A ଏବଂ 7ର ଲୋକାର୍ପଣ କରିଛନ୍ତି । ଏହି ନୂତନ ମେଟ୍ରୋ ଲାଇନ ଆନ୍ଧେରୀରୁ ଦହିସର ପର୍ଯ୍ୟନ୍ତ 35 କିଲୋମିଟର ଦୂରତା ବିଶିଷ୍ଟ ରହିଛି । ଏଥିପାଇଁ ପ୍ରାୟ 12,600 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହା ସହ ପ୍ରଧାନମନ୍ତ୍ରୀ ଅନ୍ୟ କିଛି ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ମଧ୍ୟ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଭଗବତ ସିଂ କୋଶିୟାରୀ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସମେତ ଅନ୍ୟ କିଛି ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

  • #WATCH | Prime Minister Narendra Modi, Maharashtra CM Eknath Shinde and Deputy CM Devendra Fadnavis took a ride on Mumbai Metro today. Earlier this evening, the PM inaugurated two lines of the Mumbai metro.

    (Video Source: DD News) pic.twitter.com/aqjOp20RiP

    — ANI (@ANI) January 19, 2023 " class="align-text-top noRightClick twitterSection" data=" ">

ସେହିପରି ପ୍ରଧାନମନ୍ତ୍ରୀ ମୁମ୍ବାଇ ମୋବାଇଲ୍ ଆପ୍ (MUMBAI 1 Mobile App) ଏବଂ ନ୍ୟାସନାଲ କମନ୍ ମୋବିଲିଟି କାର୍ଡ(ମୁମ୍ବାଇ) ମଧ୍ୟ ଲଞ୍ଚ କରିଛନ୍ତି । ଏହି ଆପ୍ ଭ୍ରମଣ ପ୍ରକ୍ରିୟାକୁ ସହଜ କରିବା ସହ ମେଟ୍ରୋ ଷ୍ଟେସନର ପ୍ରବେଶ ପଥରେ ମଧ୍ୟ ବ୍ୟବହାର କରିହେବ । UPI ମାଧ୍ୟମରେ ଟିକେଟ୍ କିଣିବା ପାଇଁ ଡିଜିଟାଲ୍ ପେମେଣ୍ଟକୁ ମଧ୍ୟ ଏହି କାର୍ଡ ମାଧ୍ୟମରେ କାର୍ଯ୍ଯକାରୀ କରାଯାଇପାରିବ । ମେଟ୍ରୋ ଲାଇନ ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ନିଜେ ଟିକେଟ କିଣି ମେଟ୍ରୋରେ ଯାତ୍ରା ମଧ୍ୟ କରିଥିଲେ । ସାଙ୍ଗରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମଧ୍ୟ ଥିଲେ ।

ସେହିପରି ଲୋକାର୍ପଣ ବ୍ୟତୀତ ପ୍ରଧାନମନ୍ତ୍ରୀ ପ୍ରାୟ 17,200 କୋଟି ଟଙ୍କା ବ୍ୟୟରେ ନିର୍ମିତ ସାତୋଟି ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଥିଲେ । ଏହି ଜଳ ନିଷ୍କାସନ ବ୍ୟବସ୍ଥା ସହରର ବାନ୍ଦ୍ରା, ଧରାବୀ ଏବଂ ୱର୍ଲି ସମେତ ଅନ୍ୟ କିଛି ସ୍ଥାନରେ କାର୍ଯ୍ୟକ୍ଷମ ହେବ । ଏହିଗୁଡିକର ମିଳିତ କ୍ଷମତା ପ୍ରାୟ 2,460 MLDର ରହିଥିବା ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।

ପ୍ରଧାନମନ୍ତ୍ରୀ କର୍ଣ୍ଣାଟକରେ କାର୍ଯ୍ୟକ୍ରମ ଶେଷ କରି ବିଳମ୍ବିତ ଅପରାହ୍ନରେ ମୁମ୍ବାଇରେ ପହଞ୍ଚିଥିଲେ । ବିମାନ ବନ୍ଦରରେ ରାଜ୍ୟପାଳ ଭଗତ ସିଂ କୋଶିୟାରୀ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ପ୍ରମୁଖ ସ୍ବାଗତ କରିଥିଲେ । ପରେ କାର୍ଯ୍ୟକ୍ରମ ସ୍ଥଳକୁ ଯାଇଥିଲେ ପ୍ରଧାନମନ୍ତ୍ରୀ । ସେଠାରେ ସେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବା ସହ ସାଧାରଣ ସଭାକୁ ସମ୍ବୋଧିତ ମଧ୍ୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.