ETV Bharat / bharat

ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ

ଜାତୀୟ ରାଜଧାନୀ ଦିଲ୍ଲୀର ଆଜି (ଗୁରୁବାର) ତିନି ମୂର୍ତ୍ତୀ ମାର୍ଗରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ସଂଗ୍ରାହଳୟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

author img

By

Published : Apr 14, 2022, 12:55 PM IST

Updated : Apr 15, 2022, 6:56 AM IST

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଆଜି (ଗୁରୁବାର) ତିନି ମୂର୍ତ୍ତୀ ମାର୍ଗରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ବାଧୀନ ଭାରତର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ମ୍ୟୁଜିୟମକୁ ଉତ୍ସର୍ଗ କରିଛନ୍ତି ମୋଦି । ଏହା ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଭିତରକୁ ଯିବାକୁ ପ୍ରଥମ ଟିକେଟ କିଣିଛନ୍ତି । 45 ଏକର ଜମିରେ 271 କୋଟି ଖର୍ଚ୍ଚରେ ଏହି ସଂଗ୍ରହାଳୟରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି 14ଜଣ ପ୍ରଧାନମନ୍ତ୍ରୀଙ୍କ ଜୀବନଦର୍ଶନକୁ ବିସ୍ତାର ରୂପେ ସଂଗୃହୀତ କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ, ଦୂରଦୁଷ୍ଟିରେ ଦେଶର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ନିର୍ମାଣ ହୋଇଛି । ଯେଉଁଠାରେ ସେମାନଙ୍କ ବାବଦରେ ବିସ୍ତୃତ ସୂଚନା ସ୍ଥାନିତ ହୋଇଛି । ଏଠାରେ ଫଟୋ, ଭାଷଣ, ଭିଡିଓ କ୍ଲିପ, ଖବରକାଗଜ,ସାକ୍ଷାତକାର ଆଜି ପ୍ରଦର୍ଶିତ ହୋଇଛି । ସାଧାରଣ ଜନତା ସେମାନଙ୍କ ବାବଦରେ ତଥ୍ୟ ପାଇପାରିବେ । ଉଦଘାଟନ ପରେ ମୋଦି କହିଛନ୍ତି ଭାରତ ଇତହାସର ମହାନତା ସହ ଭାରତର ସମୃଦ୍ଧିକାଳ ସହ ଆମେ ସମସ୍ତେ ପରିଚିତ । ଏହାକୁ ନେଇ ଆମେ ବହୁର ଗର୍ବ କରୁ । ଦେଶର ଏହି ଐତିହ୍ୟ ଓ ବର୍ତ୍ତମାନ ସମ୍ପର୍କବରେ ବିଶ୍ବ ମଧ୍ୟ ଠିକ ଭାବେ ପରିଚିତ ହେବା ଦରକାର । ଗଣତନ୍ତ୍ରକୁ ଗଣତାନ୍ତ୍ରିକ ଭାବେ ମଜବୁତ କରିବାର ଗୌରବଶାଳୀ ପରମ୍ପରା ରହିଛି । ଦେଶର ଆଗାମି ପିଢି ଯେତେବେଳେ ଇତିହାସ ସମ୍ପର୍କରେ ଜାଣିବେ ସେତେବେଳେ ସେମାନଙ୍କୁ ଭବିଷ୍ୟତକୁ ସୁଧାରିବାର ଅବସର ମିଳିବ ବୋଲି କହିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀଙ୍କ ଉପଲବ୍ଧିଗୁଡିକ ବାବଦରେ ଯୁବପିଢିଙ୍କୁ ଅବଗତ କରାଇବା ପାଇଁ ସଂଗ୍ରହାଳୟ ନିର୍ମାଣର ମୁଖ୍ୟ ଉଦ୍ଦେଶ୍ୟ । ଏଥିରେ ତତକାଳୀନ ନେହରୁ ସଂଗ୍ରହାଳୟ ଭବନକୁ ସାମିଲ କରାଯାଇଛି । ସମୁଦାୟ ଦୁଇଟି ବ୍ଲକ 15,600 ବର୍ଗ ମିଟର ଜାଗାରେ ନିର୍ମିତ ହୋଇଛି । ଏହି ସଂଗ୍ରହାଳୟ ଭାରତର ଉଦୀୟମାନ କାହାଣୀ ଦ୍ବାରା ଅନୁପ୍ରାଣିତ ହୋଇଛି । ଏହାର ଲୋଗ ଚକ୍ର ରହିଛି । ଦେଶର ସ୍ୱାଧୀନତା ସଂଗ୍ରାମ ଏବଂ ସମ୍ବିଧାନ ଗଠନ ଠାରୁ ଆରମ୍ଭରେ ଭାରତର ପ୍ରଧାନମନ୍ତ୍ରୀମାନଙ୍କ ଅବଦାନ ସଂଗ୍ରହାଳୟରେ ସ୍ଥାନିତ ହୋଇଛି । 2018ରେ କେନ୍ଦ୍ର ସରକାର ଏହାକୁ ମଞ୍ଜୁର କରିଥିଲେ । 4 ବର୍ଷ ପରେ ଏହା ନିର୍ମାଣ ଶେଷ ହୋଇଛି । ସବୁଠାରୁ ବଡ କଥା ହେଲା ଏହାର ନିର୍ମାଣରେ ଗୋଟିଏ ବି ଗଛ କଟା ଯାଇନାହିଁ । ସଂଗ୍ରହାଳୟକୁ ଯିବା ପାଇଁ ଭାରତୀୟଙ୍କ ପାଇଁ ଅନଲାଇନରେ 100ଟଙ୍କା ଟିକେଟ ରହିଛି । ଅଫଲାଇନରେ କିଣିଲେ 110 ଟଙ୍କା ପଡିବ । ବିଦେଶୀ ନାଗରିକଙ୍କ ପାଇଁ 750 ଟଙ୍କା ରହିଛି ।

@ANI

Last Updated : Apr 15, 2022, 6:56 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.