ଲକ୍ଷ୍ନୌ: ଉତ୍ତରପ୍ରଦେଶର ମହୋବା ଅଞ୍ଚଳରେ ୩୨୪୦ କୋଟିର ପ୍ରକଳ୍ପର ଉଦଘାଟନ କରିଛନ୍ତି ପିଏମ ମୋଦି । ଶୁକ୍ରବାର ବୁନ୍ଦେଲଖଣ୍ଡର ମରୁଡି ପ୍ରବଣ ଅଞ୍ଚଳର ଚାଷୀଙ୍କ ପାଇଁ ଜଳ ଅଭାବକୁ ଦୂର କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଏକାଧିକ ପ୍ରକଳ୍ପର ଉଦଘାଟନ କରିଛନ୍ତି।
ଆଜି ଅପରାହ୍ନରେ ଉତ୍ତରପ୍ରଦେଶର ମହୋବାରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ଏଠାରେ ରାଜ୍ୟର ଅର୍ଜୁନ ସହାୟାକ ପ୍ରକଳ୍ପ, ରୌତଲି ୱେୟାର ପ୍ରୋଜେକ୍ଟ, ଭୋନି ଡ୍ୟାମ ପ୍ରକଳ୍ପ ଏବଂ ମଜଗାଓଁ-ଚିଲି ସ୍ପ୍ରିଙ୍କଲ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି । ମହୋବାରେ ଅର୍ଜୁନ ସାହାୟକ ପ୍ରକଳ୍ପର ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ଏଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି କହିଛନ୍ତି । ଦିଲ୍ଲୀ ସରକାର ସହିତ ପ୍ରତି ଅଞ୍ଚଳର ଲୋକଙ୍କ ସହିତ ଜଡିତ କରିଛୁ । ଯାହା ଗତ ୭ ବର୍ଷରେ ମଧ୍ୟରେ ଦେଶର ବିଭିନ୍ନ ଅଞ୍ଚଳରେ ବିକାଶ ପହଞ୍ଚି ପାରିଛି ବୋଲି କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ନିକଟରେ ପ୍ରଧାନମନ୍ତ୍ରୀ ଉଜ୍ବଳା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଏଠାରେ ଆରମ୍ଭ ହୋଇଛି । କିଛି ବର୍ଷ ପୂର୍ବେ ମୁଁ ଦେଶର ମୁସଲମାନ ଭଉଣୀମାନଙ୍କୁ ତିନି ତଲାକରୁ ମୁକ୍ତ କରିବା ପାଇଁ ମହୋବାରୁ ପ୍ରତିଶୃତି ଦେଇଥିଲି ଏବଂ ଆଜି ତାହା ଏହି ପ୍ରତିଶୃତି ମଧ୍ୟ ପୂରଣ ହୋଇଛି।
ଏହି ପ୍ରକଳ୍ପଗୁଡ଼ିକର ସମୁଦାୟ ମୂଲ୍ୟ 3,240 କୋଟିରୁ ଅଧିକ ଅଟେ ଏବଂ ଥରେ କାର୍ଯ୍ୟକ୍ଷମ ହେଲେ ଏହା ମହୋବା, ହମିରପୁର, ବୃନ୍ଦା ଏବଂ ଲଲିତପୁର ଜିଲ୍ଲାର ପ୍ରାୟ 65,000 ହେକ୍ଟର ଜମିକୁ ଜଳସେଚନ କରିବାରେ ସାହାଯ୍ୟ କରିବ । ଏହା ଦ୍ବାରା ଲକ୍ଷ ଲକ୍ଷ ଚାଷୀ ଉପକୃତ ହେବେ । ଏହା ସହ ଏହି ପ୍ରକଳ୍ପ ଲୋକଙ୍କୁ ପାନୀୟ ଜଳ ମଧ୍ୟ ଯୋଗାଇବ ।