ବେଙ୍ଗାଲୁରୁ: ଆଜି ବେଙ୍ଗାଲୁରୁ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କର୍ଣ୍ଣାଟକର ବେଙ୍ଗାଲୁରୁରେ ଆମେରିକୀୟ ବିମାନ ନିର୍ମାଣକାରୀ କମ୍ପାନୀ ବୋଇଂର ନୂତନ ବୈଷୟିକ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି କେନ୍ଦ୍ରର(BIETC) ଉଦଘାଟନ କଲେ ମୋଦି । ଉଦଘାଟନ ସମୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ୍ ଏବଂ ବୋଇଙ୍ଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ । ବୋଇଂର ଏହି କ୍ୟାମ୍ପସ 43 ଏକର ଜମିରେ ରହିଥିବା ବେଳେ ଏହାକୁ ନିର୍ମାଣ କରିବା ପାଇଁ 1600 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଆମେରିକାରେ ବେଙ୍ଗାଲୁରୁରେ ଏହି କମ୍ପାନୀ ଅଧିକ ନିବେଶ କରିଛି ।
-
#WATCH | Prime Minister Narendra Modi inaugurates the new Boeing India Engineering & Technology Center (BIETC) campus in Bengaluru, Karnataka.
— ANI (@ANI) January 19, 2024 " class="align-text-top noRightClick twitterSection" data="
Built with an investment of Rs. 1,600 crores, the 43-acre campus is Boeing’s largest such investment outside the USA. pic.twitter.com/yJkCkle6V4
">#WATCH | Prime Minister Narendra Modi inaugurates the new Boeing India Engineering & Technology Center (BIETC) campus in Bengaluru, Karnataka.
— ANI (@ANI) January 19, 2024
Built with an investment of Rs. 1,600 crores, the 43-acre campus is Boeing’s largest such investment outside the USA. pic.twitter.com/yJkCkle6V4#WATCH | Prime Minister Narendra Modi inaugurates the new Boeing India Engineering & Technology Center (BIETC) campus in Bengaluru, Karnataka.
— ANI (@ANI) January 19, 2024
Built with an investment of Rs. 1,600 crores, the 43-acre campus is Boeing’s largest such investment outside the USA. pic.twitter.com/yJkCkle6V4
ବୋଇଂ ସୁକନ୍ୟା କାର୍ଯ୍ୟକ୍ରମର ଶୁଭାରମ୍ଭ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି । ଦିନକୁ ଦିନ ବିମାନ ଚଳାଚଳ କ୍ଷେତ୍ର ବୃଦ୍ଧି ପାଉଥିବା ବେଳେ ଏଥିପାଇଁ ଦେଶର ଯୁବତୀମାନଙ୍କୁ ପ୍ରୋତ୍ସାହିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ଏହି କାର୍ଯ୍ୟକ୍ରମ ଯୁବତୀ ଏବଂ ମହିଳାମାନଙ୍କୁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ(STEM) କ୍ଷେତ୍ରରେ ମହତ୍ତ୍ବପୂର୍ଣ୍ଣ କୌଶଳ ଶିଖିବା ଏବଂ ବିମାନ କ୍ଷେତ୍ରରେ ଚାକିରି ପାଇଁ ତାଲିମ ପ୍ରଦାନ କରିବା ପାଇଁ ସୁଯୋଗ ପ୍ରଦାନ କରିବା କାର୍ଯ୍ୟକ୍ରମର ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମ ଅଧୀନରେ, STEM କ୍ଷେତ୍ରରେ ରୁଚି ରଖୁଥିବା ଯୁବତୀମାନଙ୍କୁ ସାହାଯ୍ୟ ମିଳିବ । ଏହା ଅଧୀନରେ 150ଟି ସ୍ଥାନରେ ଲ୍ୟାବ ନିର୍ମାଣ କରାଯିବା ନେଇ ସୂଚନା ରହିଛି ।
ଏହା ମଧ୍ୟ ପଢନ୍ତୁ: ଗୁରୁବାୟୁର ମନ୍ଦିରରେ ପ୍ରଧାନମନ୍ତ୍ରୀ: ପାଦ ଛୁଇଁଲେ ନବ ଦମ୍ପତି, ଉପହାର ଦେଲେ ମୋଦି
ମୋଦି ବେଙ୍ଗାଲୁରୁର କେମ୍ପାଗୁଡା ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ଥାୱାର ଚାନ୍ଦ ଗେହଲଟ୍, ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଉପମୁଖ୍ୟମନ୍ତ୍ରୀ ଡି ଶିବାକୁମାର, ଏଲଓପି ଆର ଅଶୋକା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ଜଣାଇଥିଲେ । ବୋଇଂର ନୂତନ ବୈଶିକ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି କେନ୍ଦ୍ରର ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ବେଙ୍ଗାଲୁରୁ ଏଭଳି ଏକ ସହର ଯାହାକି ଆକାଂକ୍ଷାକୁ ନୂତନତା ଏବଂ ସଫଳତା ସହିତ ଯୋଡିଥାଏ। ଏହି ନୂତନ କ୍ୟାମ୍ପସ ବେଙ୍ଗାଲୁରୁର ପରିଚୟକୁ ଆହୁରି ସଶକ୍ତ କରିବ । ଆମେରିକା ପରେ ଏହା ଦ୍ବିତୀୟ ବୃହତ୍ତ କମ୍ପାନୀ ଅଟେ । ଯାହା ଦ୍ବାରା ସମସ୍ତେ ସୁବିଧା ପାଇବେ । ଏହି କ୍ୟାମ୍ପସ ସାହାଯ୍ୟରେ ଭାରତର ପ୍ରତିଭା ବିଶ୍ବର ବିଶ୍ବାସକୁ ଆହୁରି ମଜଭୁତ କରିଥାଏ । ଆଜିର ଏହି ଦିନ ସମସ୍ତଙ୍କ ପାଇଁ ଖୁସିର ବିଷୟ ଅଟେ। ଦିନେ ଭାରତ ଏହି ଟେକ୍ନୋଲୋଜି ଆପଣାଇ ଭବିଷ୍ୟତରେ ବିମାନ ମଧ୍ୟ ଡିଜାଇନ କରିବ । ସମସ୍ତ ଷ୍ଟେକ ହୋଲ୍ଡରଙ୍କୁ ମୁଁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ