ETV Bharat / bharat

PM Visit Gujarat: ଦାହୋଡରେ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ମୋଦି - ଦାହୋଡରେ ଏକାଧିକ ପ୍ରକଳ୍ପ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜୁରାଟ ଦାହୋଡରେ ଥିବା ଆଦିବାସୀ ମହା ସମ୍ମିଳନରେ ଯୋଗ ଦେଇ ୨୨,୦୦୦ କୋଟି ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିଭୂମି ପକାଇବା ସହିତ ଉଦଘାଟନ କରିଛନ୍ତି । ଏଥିରେ ୧୪୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ
author img

By

Published : Apr 20, 2022, 10:58 PM IST

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜୁରାଟ ଦାହୋଡରେ ଥିବା ଆଦିବାସୀ ମହା ସମ୍ମିଳନରେ ଯୋଗ ଦେଇ ୨୨,୦୦୦ କୋଟି ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିଭୂମି ପକାଇବା ସହିତ ଉଦଘାଟନ କରିଛନ୍ତି । ଏଥିରେ ୧୪୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି । ପ୍ରାୟ ୮୪୦ କୋଟି ଟଙ୍କା ମୂଲ୍ୟର ନର୍ମଦା ନଦୀ ଅବବାହିକାରେ ର୍ନିମିତ ଦାହୋଡ ଜିଲ୍ଲା ଦକ୍ଷିଣ କ୍ଷେତ୍ର ଆଞ୍ଚଳିକ ଜଳ ଯୋଗାଣ ଯୋଜନାର ଉଦଘାଟନ କରିଛନ୍ତି ।

  • आज दाहोद और पंचमहाल के विकास से जुड़ी 22 हज़ार करोड़ रुपए से अधिक की परियोजनाओं का लोकार्पण और शिलान्यास किया गया है।

    जिन परियोजनाओं का आज उद्घाटन हुआ है, उनमें एक पेयजल से जुड़ी योजना है और दूसरी दाहोद को स्मार्ट सिटी बनाने से जुड़ा प्रोजेक्ट है: PM @narendramodi

    — PMO India (@PMOIndia) April 20, 2022 " class="align-text-top noRightClick twitterSection" data=" ">

ଏହା ଦାହୋଡ ଜିଲ୍ଲା ଓ ଦେବଗଡ ବାରିଆ ସହରର ପ୍ରାୟ ୨୮୦ ଗାଁର ଜଳ ଯୋଗାଣ ଆବଶ୍ୟକତାକୁ ପୂରଣ କରିବ । ପ୍ରଧାନମନ୍ତ୍ରୀ ପ୍ରାୟ ୩୩୫ କୋଟି ଟଙ୍କା ମୂଲ୍ୟର ଦାହୋଡ ସ୍ମାର୍ଟ ସିଟିର ପାଞ୍ଚଟି ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର (ଆଇସିସିସି) ସୌଧ, ବୋହି ଯାଉଥିବା ଜଳ ପାଇଁ ଡ୍ରେନେଜ ବ୍ୟବସ୍ଥା, ସ୍ବରେଜ କାର୍ଯ୍ୟ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ଏବଂ ବର୍ଷା ଜଳ ଅମଳ ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ । ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୧୨୦ କୋଟି ଟଙ୍କା ମୂଲ୍ୟର ସୁବିଧା ପଞ୍ଚମହଲ ଏବଂ ଦାହୋଡ ଜିଲ୍ଲାର ୧୦,୦୦୦ ଆଦିବାସୀଙ୍କୁ ପ୍ରଦାନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ୬୬ କେଭି ଘୋଡିଅଳ ସବଷ୍ଟେସନ, ପଞ୍ଚାୟତ ଗୃହ, ଅଙ୍ଗନବାଡି କେନ୍ଦ୍ର ଆଦି ମଧ୍ୟ ଉଦଘାଟନ କରିଛନ୍ତି ।

  • दाहोद अब मेक इन इंडिया का भी बहुत बड़ा केंद्र बनने जा रहा है।

    गुलामी के कालखंड में यहां स्टीम लोकोमोटिव के लिए जो वर्कशॉप बनी थी, वो अब मेक इन इंडिया को गति देगी।

    अब दाहोद में 20 हज़ार करोड़ रुपए का कारखाना लगने वाला है: PM @narendramodi

ସେହିପରି ପ୍ରଧାନମନ୍ତ୍ରୀ ଦାହୋଡରେ ଥିବା ଉତ୍ପାଦନ ୟୁନିଟରେ ୯୦୦୦ ଏଚପି ଇଲେକ୍ଟ୍ରିକ ଲୋକୋମୋଟିଭ ଉତ୍ପାଦନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପର ମୂଲ୍ୟ ପାଖାପାଖି ୨୦,୦୦୦ କୋଟି ଟଙ୍କା ରହିଛି । ବାଷ୍ପ ଚାଳିତ ଲୋକୋମୋଟିଭ ଗୁଡିକର ପର୍ଯ୍ୟାୟକ୍ରମେ ମରାମତି ପାଇଁ ୧୯୨୬ ମସିହାରେ ସ୍ଥାପିତ ହୋଇଥିବା ଦାହୋଡ କାରଖାନାର ଭିତ୍ତିଭୂମି ଉନ୍ନତି ସହିତ ଦୈଦ୍ୟୁତିକ ଲୋକୋମୋଟିଭ ଉତ୍ପାଦନ ୟୁନିଟକୁ ଉନ୍ନିତ କରାଯିବ । ଏହା ୧୦୦୦୦ ରୁ ଅଧିକ ଲୋକଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ରୋଜଗାର ଯୋଗାଇବ । ପ୍ରଧାନମନ୍ତ୍ରୀ ପ୍ରାୟ ୫୫୦ କୋଟି ଟଙ୍କା ମୂଲ୍ୟର ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିରେ ପ୍ରାୟ ୩୦୦ କୋଟି ଟଙ୍କା ମୂଲ୍ୟର ଜଳ ଯୋଗାଣ ସମ୍ବନ୍ଧୀୟ ପ୍ରକଳ୍ପ ଅନ୍ତର୍ଭୁକ୍ତ, ପ୍ରାୟ ୧୭୫ କୋଟି ଟଙ୍କା ମୂଲ୍ୟର ଦାହୋଡ ସ୍ମାର୍ଟ ସିଟି ପ୍ରକଳ୍ପ, ଦୁଧିମତି ନଦୀ ପ୍ରକଳ୍ପ, ଘୋଡିଆରେ ଗେଟକା ସବଷ୍ଟେସନ ସହିତ ଜଡିତ କାର୍ଯ୍ୟ ଆଦି ରହିଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଓ ଗୁଜୁରାଟ ସରକାରଙ୍କ ବହୁ ମନ୍ତ୍ରୀ ସାଂସଦ ବିଧାୟକ ଉପସ୍ଥିତ ଥିଲେ ।

  • इलेक्ट्रिक लोकोमोटिव की विदेशों में भी डिमांड बढ़ रही है।

    इस डिमांड को पूरा करने में दाहोद बड़ी भूमिका निभाएगा।

    भारत अब दुनिया के उन चुनिंदा देशों में है जो 9 हज़ार हॉर्स पावर के शक्तिशाली लोको बनाता है: PM @narendramodi

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ ସହ ତାଙ୍କର ଦୀର୍ଘ ଦିନର ସମ୍ପର୍କକୁ ମନେ ପକାଇଥିଲେ । ତାଙ୍କୁ ଦେଶ ସେବା କରିବାକୁ ସୁଯୋଗ ଓ ପ୍ରେରଣା ଦେଇଥିବାରୁ ସେମାନଙ୍କ ଆଶୀର୍ବାଦକୁ ଶ୍ରେୟ ଦେଇଛନ୍ତି ମୋଦି । ଆଜି ଉଦଘାଟିତ ହୋଇଥିବା ପ୍ରକଳ୍ପଗୁଡିକ ମଧ୍ୟରୁ ଗୋଟିଏ ହେଉଛି ପାନୀୟ ଜଳ ସହ ଜଡିତ ଏକ ଯୋଜନା ଏବଂ ଅନ୍ୟଟି ଦାହୋଡକୁ ସ୍ମାର୍ଟ ସିଟି କରିବା ସହ ଜଡିତ ଏକ ପ୍ରକଳ୍ପ ବୋଲି ସେ କହିଛନ୍ତି । ଏହା ଦ୍ବାରା ଏହି ଅଞ୍ଚଳର ମହିଳା ଝିଅମାନଙ୍କ ପାଇଁ ଜୀବନ ଯାତ୍ରା ସହଜ ହେବ ।

ଏହାବାଦ ପ୍ରଧାନମନ୍ତ୍ରୀ କହିଛନ୍ତି ଦାହୋଡ ଉତ୍ପାଦନ ୟୁନିଟରେ ୨୦୦୦୦ କୋଟି ଟଙ୍କା ମୂଲ୍ୟର ୯୦୦୦ ଏଚପି ଇଲେକ୍ଟ୍ରିକ ଲୋକୋମୋଟିଭ ତିଆରି ହେବାକୁ ଯାଉଥିବାରୁ ମେକ ଇନ ଇଣ୍ଡିଆ ଅଭିଯାନରେ ଦାହୋଡ ସହଯୋଗ କରିବ । ପୁରୁଣା ଦିନକୁ ମନେ ପକାଇ ମୋଦି କହିଛନ୍ତି ବହୁ ବର୍ଷ ପୂର୍ବେ ସେ ଯେତେବେଳେ ଦାହୋଡର ରେଳବାଇ ଅଞ୍ଚଳ ସେବକ କ୍ବାର୍ଟର୍ସ ପରିଦର୍ଶନ କରିଥିଲେ ସେ ସମୟରେ କିପରି ଏହି ଇଲାକା ଶୁଷ୍କ ଅଞ୍ଚଳ ଥିଲା । ସେତେବେଳେ ସେ ଏହି ଅଞ୍ଚଳର ରେଳବାଇକୁ ପୁନର୍ଜୀବିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏବେ ସେହି ସ୍ବପ୍ନ ସାକାର ହୋଇଥିବା କହିଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.