ETV Bharat / bharat

ମହାରାଷ୍ଟ୍ରକୁ 7,500 କୋଟିର ପ୍ରକଳ୍ପ ଭେଟି, ଶିରିଡି ସାଇ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Oct 27, 2023, 7:40 AM IST

ଦିନିକିଆ ମହାରାଷ୍ଟ୍ର ଗସ୍ତ କରି ଶିରିଡି ସାଇ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ 7500 ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି । ଅଧିକ ପଢ଼ନ୍ତୁ

pm modi Addressing a programme in Shirdi
PM Modi visit to Maharastra
ଶିରିଡି ସାଇ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ଦେଶକୁ ଗରିବୀରୁ ମୁକ୍ତି ମିଳୁ । ଗରିବ ପରିବାରକୁ ଆଗକୁ ବଢିବାକୁ ଅବସର ମିଳୁ ଏହା ହିଁ ସତ୍ୟ ସାମାଜିକ ନ୍ୟାୟ । ଆମ ସରକାର ସବ୍‌କା ସାଥ୍‌ ସବକା ବିକାଶର ମନ୍ତ୍ରକୁ ନେଇ ଆଗକୁ ଚାଲୁଛି । ଆମର ଡବଲ ଇଞ୍ଜିନ ସରକାରର ସର୍ବୋଚ୍ଚ ପ୍ରାଥମିକତା ଗରିବ କଲ୍ୟାଣ । ଆଜି ଦେଶରେ ଅର୍ଥ ବ୍ୟବସ୍ଥା ବଢ଼ୁଛି ଗରିବ କଲ୍ୟାଣ ପାଇଁ ସରକାରଙ୍କ ବଜେଟ ବି ବଢୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଦିନିକିଆ ମହାରାଷ୍ଟ୍ର ଗସ୍ତ କରି ରାଜ୍ୟବାସୀଙ୍କୁ 7,500କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବା ସହିତ ଶିରିଡିରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ,"ମହାରାଷ୍ଟ୍ରରେ 1 କୋଟି 10 ଲକ୍ଷ ଆୟୁଷ୍ମାନ କାର୍ଡ ଦିଆଯାଇଛି । ଏହାଦ୍ବାରା ପରିବାର ପିଛା 5 ଲକ୍ଷ ଟଙ୍କାର ସ୍ବାସ୍ଥ୍ୟସେବା ମାଗଣାରେ ମିଲିପାରିବ । ଏନେଇ 17 ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି । ମାଗଣା ରାସନ ପାଇଁ 4 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଗରିବଙ୍କ ପାଇଁ ଘର ତିଆରି କରିବାକୁ ମଧ୍ୟ 4 ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ପ୍ରତି ଘରେ ଜଳ ପହଞ୍ଚାଇବା ପାଇଁ ମଧ୍ୟ ଏବେ ଯାଏ 2 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ନିକଟରେ ବିଶ୍ବକର୍ମା ଯୋଜନା ଆରମ୍ଭ ହୋଇଥିଲା, ଏଥିରେ କ୍ଷୁଦ୍ର ବ୍ୟବସାୟୀଙ୍କୁ 13 ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି । 2014 ପୂର୍ବରୁ ଆପଣମାନେ ବଡ଼ ବଡ଼ ସଂଖ୍ୟା ଶୁଣିଥିଲେ ମାତ୍ର ସେ ସବୁ ଏତିକି ଲକ୍ଷ ଘୋଟାଲା, ଏତିକି ଲକ୍ଷ ଦୁର୍ନୀତିକୁ ନେଇ ଥିଲା । ଆଜି ଏହି ଟଙ୍କା ବିକାଶ ପାଇଁ ଖର୍ଚ୍ଚ ହେଉଛି ।ଦେଶକୁ ଗରିବୀରୁ ମୁକ୍ତି ମିଳୁ । ଗରିବ ପରିବାରକୁ ଆଗକୁ ବଢିବାକୁ ଅବସର ମିଳୁ ଏହା ହିଁ ସତ୍ୟ ସାମାଜିକ ନ୍ୟାୟ । ଆମ ସରକାର ସବକା ସାଥ ସବକା ବିକାଶର ମନ୍ତ୍ରକୁ ନେଇ ଆଗକୁ ଚାଲୁଛି ।ଆମର ଡବଲ ଇଞ୍ଜିନ ସରକାରର ସର୍ବୋଚ୍ଚ ପ୍ରାଥମିକତା ଗରିବ କଲ୍ୟାଣ ।"

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ମହାରାଷ୍ଟ୍ରରେ ନିଲୱନ୍ଦେ ଡ୍ୟାମର ଜଳ ପୂଜନ ହୋଇଛି । ଏହାକୁ 1970ରେ ସ୍ୱିକୃତୀ ମିଳିଥିଲା । ଭାବନ୍ତୁ ଏହି ଯୋଜନା 5 ଦଶକ ପୂର୍ବରୁ ହୋଇଥିଲା ମାତ୍ର ଯେବେ ଆମ ସରକାର ଆସିଲା ଏହା ଉପରେ ଦ୍ରୁତ ଗତିରେ କାମ ହୋଇଥିଲା । ମହାରାଷ୍ଟ୍ରର ବିକାଶ ଯେତେ ଦ୍ରୁତ ଗତିରେ ହୋଇଛି ସେହି ଗତିରେ ଭାରତ ବିକଶିତ ହେବ । ମହାରାଷ୍ଟ୍ର ତାର ସାମର୍ଥ୍ୟ ଏବଂ ସମ୍ଭାବନାର କେନ୍ଦ୍ର । ଚାଷୀଙ୍କୁ ନେଇ ରାଜନୀତି କରୁଥିବା ଲୋକ ଗୋଟିଏ ଗୋଟିଏ ବୁନ୍ଦ ପାଣି ପାଇଁ ହଇରାଣ ହେବାକୁ ପଡ଼ିଛି । ଦଶକରୁ ଅଟକି ଥିବା 26 ଜଳସେଚନ ଯୋଜନାକୁ କେନ୍ଦ୍ର ସରକାର ଆଗକୁ ନେଇଛନ୍ତି । ପାଣି ପରତ୍ମାଙ୍କ ପ୍ରସାଦ ଗୋଟିଏ ବୁନ୍ଦା ପାଣି ନଷ୍ଟ ହେବାକୁ ଦିଅନ୍ତୁ ନାହିଁ । ଚାଷୀଙ୍କ ସଶକ୍ତିକରଣ ପାଇଁ ଆମ ସରକରା ସର୍ବଦା କାର୍ଯ୍ୟ କରିଛନ୍ତି । ମହାରାଷ୍ଟ୍ରର ଜଣେ ବରିଷ୍ଠ ନେତା କେନ୍ଦ୍ର ସରକାରରେ କୃଷି ମନ୍ତ୍ରୀ ଥିଲେ । ସେ ଚାଷୀଙ୍କ ପାଇଁ କିଛି କରି ନାହାନ୍ତି । 7 ବର୍ଷର କ୍ୟାରିୟରରେ ସେ ଚାଷୀଙ୍କଠୁ ସାଢେ 3 ଲକ୍ଷ ଏମସିପିରେ ଶସ୍ୟ କିଣିଛନ୍ତି । ମାସ ମାସ ଧରି ଚାଷୀଙ୍କୁ ସେମାନଙ୍କ ପାଉଣା ମିଳୁନଥିଲା ।''

ଏହା ବି ପଢନ୍ତୁ...ଆଜି ଭାରତୀୟ ମୋବାଇଲ କଂଗ୍ରେସକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଶିରିଡି ସାଇ ମନ୍ଦିରରେ ମୋଦିଙ୍କ ପୂଜାର୍ଚ୍ଚନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ମହାରାଷ୍ଟ୍ରରେ ପହଞ୍ଚି ଶିରିଡି ସାଇ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ସାଇ ବାବାଙ୍କ ପୂଜାରେ ମନ୍ତ୍ରପାଠରେ କମ୍ପିଥିଲା ମନ୍ଦିର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଳତୀ କରିବା ସହିତ ଜଳଲାଗି କରିଥିଲେ । ଶିରିଡି ସାଇ ମନ୍ଦି ପ୍ରଙ୍ଗଣରେ ନୂଆ କରିଡର ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ । 2018ରେ ଏନେଇ ଶିଳାନ୍ୟାସ ହୋଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ ଅହମ୍ମଦନଗରର ଶିରିଡିରେ ନିଲୱନ୍ଦେ ଡ୍ୟାମ୍‌ର ଜଳପୂଜନ କରିଥିଲେ । ଡ୍ୟାମର 85 କିମି ବିଶିଷ୍ଟ କେନାଲ ନେଟୱାର୍କକୁ ଲୋକାର୍ପଣ କରିଥିଲେ । ଏହି ଡ୍ୟାମକୁ 182 ଗ୍ରାମ ଉପକୃତ ହେବେ । ପ୍ରଧାନମନ୍ତ୍ରୀଙ୍କ ସହିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ, ଉପମୁଖ୍ୟନ୍ତ୍ରୀ ଓ ରାଜ୍ୟପାଳ ଉପସ୍ଥିତ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.