ETV Bharat / bharat

ଦେଶର ପ୍ରଥମ ISO ସ୍ବୀକୃତିପ୍ରାପ୍ତ ଅତ୍ୟାଧୁନିକ ରେଳ ଷ୍ଟେସନ ଲୋକାର୍ପିତ

author img

By

Published : Nov 15, 2021, 6:21 PM IST

ମଧ୍ୟପ୍ରଦେଶରେ ଦେଶର ପ୍ରଥମ ISO ସ୍ବୀକୃତିପ୍ରାପ୍ତ ଅତ୍ୟାଧୁନିକ ରେଳ ଷ୍ଟେସନର ଲୋକର୍ପଣ କଲେ ପ୍ରଧାନମନ୍ତ୍ରୀ । ରହିଛି ବିମାନ ବନ୍ଦର ପରି ଅତ୍ୟାଧୁନିକ ବ୍ୟବସ୍ଥା । ଅଧିକ ପଢନ୍ତୁ

ଦେଶର ପ୍ରଥମ ISO ସ୍ବିକୃତିପ୍ରାପ୍ତ ରେଳ ଷ୍ଟେସନକୁୁ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

ଭୋପାଳ: ଭାରତୀୟ ରେଳ ସେବାରେ ଯୋଡିହେଲା ଆଉ ଏକ ସଫଳତା । ଆଜି ମଧ୍ୟ ପ୍ରଦେଶରେ ଦେଶର ପ୍ରଥମ ISO ସ୍ବୀକୃତିପ୍ରାପ୍ତ ଅତ୍ୟାଧୁନିକ ରେଳ ଷ୍ଟେସନ ରାଣୀ କମଲାପତି ଷ୍ଟେସନକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଷ୍ଟେସନ ଜର୍ମାନୀର ପ୍ରସିଦ୍ଧ ହେଡେଲବର୍ଗ ରେଳ ଷ୍ଟେସନର ଡିଜାଇନରେ ନିର୍ମିତ ହୋଇଛି । ଏହା ପୂର୍ବରୁ ଏହି ଷ୍ଟେସନ ହବିବଗଞ୍ଜ ଷ୍ଟେସନ ନାମରେ ନାମିତ ଥିବାବେଳେ ନଭେମ୍ବର 13ରେ କେନ୍ଦ୍ର ସରକାରଙ୍କ ଏକ ଗେଜେଟ୍ ବିଜ୍ଞପ୍ତି ଜରିଆରେ ଏହାର ନାମ ପରିବର୍ତ୍ତନ କରି ରାଣୀ କମଳାପତିରେ ପରିବର୍ତ୍ତନ କରିଥିଲେ । ତେବେ ସଂଗ୍ରାମୀ ବର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀରେ ଆୟୋଜିତ କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ଗସ୍ତ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାର ଲୋକାର୍ପଣ କରିଛନ୍ତି ।

କଣ ରହିଛି ଏହି ବିଶ୍ବସ୍ତରୀୟ ଷ୍ଟେସନର ସ୍ବତନ୍ତ୍ରତା-

ଏହି ଅତ୍ୟାଧୁନିକ ଷ୍ଟେସନରେ ପ୍ରାୟ 300 କାର, 800ରୁ ଅଧିକ ଦୁଇ ଚକିଆ ଯାନ, ରିକ୍ସା, ଟ୍ୟାକ୍ସି ଏବଂ ବସ୍ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି । ପାର୍କିଂ ସ୍ଥଳରେ ଡ୍ରପ୍ ଅଫ୍ ଜୋନ୍ ପାଇଁ ଏକ ଅଲଗା ଲାଇନ ପ୍ରସ୍ତୁତ କରାଯାଇଛି । ପଥଚାରୀଙ୍କ ସୁବିଧା ପାଇଁ ଏକ ପୃଥକ ଫୁଟପାଥର ବ୍ୟବସ୍ଥା କରାଯାଇଛି ।

ଦେଶର ପ୍ରଥମ ISO ସ୍ବୀକୃତିପ୍ରାପ୍ତ ଅତ୍ୟାଧୁନିକ ରେଳ ଷ୍ଟେସନକୁୁ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

ସେହିପରି ଷ୍ଟେସନ ମଧ୍ୟରେ ଏକ ଆଧୁନିକ ରେଷ୍ଟୁରାଣ୍ଟ ମଧ୍ୟ ଅଛି । ଯାତ୍ରୀମାନଙ୍କ ପାଇଁ ଖାଦ୍ୟ କୋର୍ଟ ଓ କାଫେଟେରିଆ ସୁବିଧା କରାଯାଇଛି । ଆଗାମୀ ଦିନରେ, କସମେଟିକ୍ ସେଣ୍ଟର୍ ସ୍ପା ଏବଂ ସେଲୁନର ସୁବିଧା ମଧ୍ୟ ଖୁବ୍ ଶୀଘ୍ର ଉପଲବ୍ଧ ହେବ । ସେହିପରି ଷ୍ଟେସନ ପରିସରରେ ହସ୍ପିଟାଲ ଓ ଶିଶୁମାନଙ୍କ ମନୋରଞ୍ଜନ ପାଇଁ ଟଏ ଟ୍ରେନର ବ୍ୟବସ୍ଥା କରାଯିବାର ଲକ୍ଷ୍ୟ ରଖାଯାଇଛି ।

କ‘ଣ ରହିଛି ଅତ୍ୟାଧୁନିକ ସୁବିଧା-

ଯାତ୍ରୀମାନେ ଏସ୍କାଲେଟର ଏବଂ ଲିଫ୍ଟ ମାଧ୍ୟମରେ ସହଜରେ ଷ୍ଟେସନରେ ପହଞ୍ଚି ପାରିବେ । ଷ୍ଟେସନରେ ମୋଟ ୫ଟି ପ୍ଲାଟଫର୍ମ ଥିବାବେଳେ ସବୁ ପ୍ଲାଟଫର୍ମକୁ ଏସ୍କାଲେଟର ସହ ସଂଯୋଗ କରାଯାଇଛି । ଏହି ଅତ୍ୟାଧୁନିକ ବ୍ୟବସ୍ଥା ଦ୍ବାରା ଏକାକାଳୀନ ପ୍ରାୟ ୧୫ଶହ ଯାତ୍ରୀ ବିନା କୌଣସି ସମସ୍ଯାରେ ଚଳପ୍ରଚଳ କରିପାରିବେ। ସେହିପରି ଯାତ୍ରୀଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ ପ୍ରତୀକ୍ଷାଳୟ ଓ VVIP ଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର lounge ବ୍ୟବସ୍ଥା କରାଯାଇଛି ।

ଷ୍ଟେସନରେ ଭିନ୍ନକ୍ଷମ ଯାତ୍ରୀଙ୍କ ପାଇଁ ସିଡ଼ି ବଦଳରେ ରେମ୍ପ ଭଳି ସୁବିଧା ଯୋଗାଇ ଦିଆଯିବା ସହ ହ୍ବିଲ ଚେୟାର ମଧ୍ୟ ବ୍ୟବସ୍ଥା କରାଯାଇଛି । ପ୍ଲାଟଫର୍ମ ଟିକେଟ୍ ଏବଂ ସଂରକ୍ଷିତ ଟିକେଟ୍ ପାଇଁ ଷ୍ଟେସନରେ ବାହାରେ ପୃଥକ କାଉଣ୍ଟର ବ୍ୟବସ୍ଥା ରହିଛି । ଫଳରେ ଅନାବଶ୍ୟକୀୟ ଭିଡ ମଧ୍ୟ ନିୟନ୍ତ୍ରଣ କରିହେବ । ତେବେ ଆଗାମି ଦିନରେ ନିକଟରେ ନିର୍ମାଣଧୀନ ମେଟ୍ରୋ ଷ୍ଟେସନ ସହ ଏହି ଷ୍ଟେସନକୁ ମଧ୍ୟ ସିଧାସଳଖ ସଂଯୋଗ କରାଯିବ ।

ଷ୍ଟେସନର ବିଲ୍ଡିଂରେ ୨୪ ଘଣ୍ଟିଆ ନିରବିଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଷ୍ଟେସନ ପରିସରରେ ହିଁ 660 କିଲୋୱାଟ ପର୍ଯ୍ୟନ୍ତ ବିଦ୍ୟୁତ୍ ଉତ୍ପାଦନ କ୍ଷମତାର ସୋଲାର ସିଷ୍ଟମ (ସୌରଶକ୍ତି ପ୍ଲାଣ୍ଟ) ମଧ୍ୟ ବିକଶିତ କରାଯାଇଛି । ଷ୍ଟେସନର ସମସ୍ତ ଯାନ୍ତ୍ରିକ ଉପକରଣ ବ୍ୟବହାର ପାଇଁ ମୋଟ 950 ମେଗାୱାଟ ବିଜୁଳି ଆବଶ୍ୟକତା ରହୁଥିବାବେଳେ ଏହାର ଏକ ବଡ ଅଂଶ କେବଳ ସୌର ଶକ୍ତି ଦ୍ବାରା ଭରଣ କରିବାକୁ ଲକ୍ଷ ରଖାଯାଇଛି । ସେହିପରି ଆଲୋକୀକରଣ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଇଥିବା ବେଳେ କେବଳ ପଞ୍ଚ ତାରକା ଗ୍ରେଡର ଏଲଇଡି ଲାଇଟ ବ୍ୟବହାର କରାଯାଇଛି । ଯାହା ଶକ୍ତି ସଂଞ୍ଚୟ ଦିଗରେ ମଧ୍ୟ ସହାୟକ ହେବ ବୋଲି କୁହାଯାଉଛି ।

କେବେ ହୋଇଥିଲା ଆଧୁନିକୀକରଣର ପରିକଳ୍ପନା -

1979 ରେ ନିର୍ମିତ ଏହି ଷ୍ଟେସନକୁ ଆଧୁନିକୀକରଣ କରିବା ପାଇଁ 2016 ମସିହା ଜୁଲାଇ 14 ତାରିଖରେ ରେଳ ମନ୍ତ୍ରଣାଳୟ ପ୍ରୟାସ ଆରମ୍ଭ କରିଥିଲା । ପବ୍ଲିକ୍-ପ୍ରାଇଭେଟ ପାର୍ଟନରସିପ୍ (ppp) ମୋଡରେ ଏହି ଆଧୁନିକୀକରଣ କାର୍ଯ୍ୟ କରିବାକୁ ପ୍ରକ୍ରିୟା ଆରମ୍ଭ ହେବା ସହ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା । ପରେ ଏହାର ଆଧୁନିକୀକରଣ କାର୍ଯ୍ୟ ଆରମ୍ଭ ହୋଇ ଚଳିତବର୍ଷ ପ୍ରାୟତଃ ଶେଷ ହୋଇଥିବା ବେଳେ ଅବଶିଷ୍ଟ କିଛି କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି । 2021 ମସିହା ସୁଦ୍ଧା ଏହାର ସମ୍ପୂର୍ଣ୍ଣ ପ୍ରସ୍ତାବିତ ଆଧୁନିକୀକରଣ କାର୍ଯ୍ୟ ଶେଷ ହେବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଛି ରେଳବାଇ ।

ଆଜି ଏହାର ଲୋକାର୍ପଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.