ETV Bharat / bharat

କର୍ଣ୍ଣାଟକରେ ମୋଦି, କହିଲେ ବିଜେପି ଶାସନରେ ପଛୁଆ ଘୋଷିତ ଜିଲ୍ଲାରେ ବିକାଶ ପହଞ୍ଚିଛି - ୟାଦଗିରିରେ ପ୍ରଧାନମନ୍ତ୍ରୀ ମୋଦି

କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ମୋଦି । ପ୍ରାୟ ଏକ ହଜାର କୋଟି ବ୍ୟୟବରାଦରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ କଲେ ଲୋକାର୍ପଣ । କହିଲେ ବିଜେପି ଶାସନରେ ପଛୁଆ ଘୋଷିତ ଜିଲ୍ଲାରେ ବିକାଶ ପହଞ୍ଚିଛି । ଅଧିକ ପଢନ୍ତୁ

କର୍ଣ୍ଣାଟକରେ ମୋଦି
କର୍ଣ୍ଣାଟକରେ ମୋଦି
author img

By

Published : Jan 19, 2023, 7:40 PM IST

ବିଜେପି ଶାସନରେ ପଛୁଆ ଘୋଷିତ ଜିଲ୍ଲାରେ ବିକାଶ ପହଞ୍ଚିଛି

ହାଇଦ୍ରାବାଦ: ଚଳିତବର୍ଷ ବଧାନସଭା ନିର୍ବାଚନ ହେବାକୁ ଯାଉଥିବା କର୍ଣ୍ଣାଟକରେ ପ୍ରାୟ ଏକ ହଜାର କୋଟି ବ୍ୟୟ ଅଟକଳରେ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ କିଛି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୟାଦଗିରି ଜିଲ୍ଲାରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଏକ ବିଶାଳ ସମାବେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି । ରାଜ୍ୟରେ ବିଜେପି ଶାସନରେ ପ୍ରଗତି ହୋଇଛି । ପୂର୍ବ ସରକାର ରାଜ୍ୟର ଯେଉଁ ସବୁ ଜିଲ୍ଲାଗୁଡିକୁ ପଛୁଆ ଘୋଷଣା କରିଥିଲା, ସେଠାରେ ବିଜେପି ଶାସନରେ ବିକାଶ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସମାବେଶକୁ ସମ୍ବୋଧିତ କରି ପ୍ରଦେଶରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି ସରକାର ଉପଲବ୍ଧିର ଚିତ୍ର ରଖିଥଲେ ମୋଦି । ପ୍ରଧାନମନ୍ତ୍ରୀ କହିଥିଲେ,‘‘ ରାଜ୍ୟରେ ପୂର୍ବ ସରକାରରେ ଯେଉଁ ସବୁ ଜିଲ୍ଲା ଆର୍ଥିକ ପଛୁଆ ବା ଅନଗ୍ରସର ଜିଲ୍ଲା ଭାବେ ଘୋଷଣା ହୋଇଥିଲା, ସେଠାରେ ଏବେ ବିକାଶ ପହଞ୍ଚିଛି । ଉତ୍ତର କର୍ଣ୍ଣାଟକରେ ଏକାଧିକ ବିକାଶମୂଳକ କାମ ଜାରି ରହିଛି । ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚିଛି । ସେମାନଙ୍କ ଜୀନବଶୈଳୀର ମାନରେ ସିଧାସଳଖ ପରିବର୍ତ୍ତନ ଆଣିଛି ।’’

ପ୍ରଧାନମନ୍ତ୍ରୀ ମୋଦି କୋଡାକାଲରେ ଜଳସେଚନ, ପାନୀୟ ଜଳ ଏବଂ ଜାତୀୟ ରାଜପଥ ବିକାଶ ପ୍ରକଳ୍ପ ସମ୍ପର୍କିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସେହିପରି ସେ ନାରାୟଣପୁର ଲେଫ୍ଟ କେନାଲ ସମ୍ପ୍ରସାରଣ, ନବୀକରଣ ଏବଂ ଆଧୁନିକୀକରଣ ପ୍ରକଳ୍ପର ଉଦଘାଟନ ମଧ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ନାରାୟଣପୁର ଲେଫ୍ଟ କେନାଲ ସମ୍ପ୍ରସାରଣ ଯୋଗୁଁ କାଲାବୁରାଗି, ୟାଦଗିରି ଏବଂ ବିଜୟପୁର ଜିଲ୍ଲାର ଲକ୍ଷ ଲକ୍ଷ କୃଷକ ସିଧାସଳଖ ଲାଭ ପାଇବାକୁ ଯାଉଛନ୍ତି । ସେହିପରି କର୍ଣ୍ଣାଟକରେ ସୁରଟ-ଚେନ୍ନାଇ ଅର୍ଥନୈତିକ କରିଡରର କାର୍ଯ୍ୟ ମଧ୍ୟ ଆଜି ଆରମ୍ଭ ହୋଇଛି । ଏହା ମଧ୍ୟ କାଲାବୁରାଗି ଏବଂ ୟାଦଗିରି ଜିଲ୍ଲାରେ ଶିଳ୍ପର ବିକାଶ କରିବା ଦିଗରେ ସହାୟକ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବାସବରାଜ ବମ୍ମାଇ ମଧ୍ୟ ଉପସ୍ଥିତ ଥିଲେ ।

ତେବେ ଚଳିତ ମାସରେ ଏହା ପ୍ରଧାନମନ୍ତ୍ରୀଙ୍କର ଦ୍ୱିତୀୟ କର୍ଣ୍ଣାଟକ ଗସ୍ତ । ପୂର୍ବରୁ ସେ ବେଲଗାଭି ଜିଲ୍ଲା ଗସ୍ତ କରି ଏକାଧିକ ପ୍ରକଳ୍ପର ଶୁଭାରମ୍ଭ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ନିର୍ବାଚନୀ ମୁହାଁ ଅନ୍ୟତମ ତଥା ଏକମାତ୍ର ବିଜେପି ଶାସିତ ଦକ୍ଷିଣ ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କର ଏହି ଉନ୍ନୟନମୂଳକ କାର୍ଯ୍ୟକ୍ରମ ନିର୍ବାଚନୀ ପ୍ରଚାରର ପରୋକ୍ଷ ଶୁଭାରମ୍ଭ ବୋଲି ମଧ୍ୟ କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.