ETV Bharat / bharat

Gita Press @100: ସନାତନ ସେବାରେ 100ବର୍ଷ, ସମାରୋହରେ ଯୋଗଦେଲେ ମୋଦି

ବିଶ୍ବର ସର୍ବବୃହତ ହିନ୍ଦୁ ପୁସ୍ତକ ପ୍ରକାଶନ ସଂସ୍ଥା ଗୀତା ପ୍ରେସକୁ ପୁରିଛି 100ବର୍ଷ । ଏନେଇ ଗୋରଖପୁରରେ ଏକ ବିଶେଷ ସମାରୋହର ଆୟୋଜନ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଏଥିରେ ଯୋଗଦେଇଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jul 7, 2023, 4:32 PM IST

ଲକ୍ଷ୍ନୌ: ହିନ୍ଦୁ ଧର୍ମ ପୁସ୍ତକ ପ୍ରକାଶନରେ ବିଶ୍ବର ସବୁଠାରୁ ବଡ଼ ସଂସ୍ଥା ହେଉଛି ଗୀତା ପ୍ରେସ । ଉତ୍ତରପ୍ରଦେଶ ଗୋରଖପୁର ସ୍ଥିତ ଏହି ପ୍ରେସ ସନାତନ ସେବାରେ ଦୀର୍ଘ 100 ବର୍ଷ ଏକ ବଳିଷ୍ଠ ଦାୟିତ୍ବ ତୁଲାଇ ଆସିଛି । ତେବେ ପ୍ରେସକୁ 100 ବର୍ଷ ପୁରିଥିବା ବେଳେ ଉତ୍ତରପ୍ରଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମାରୋହରେ ଯୋଗଦେଇଛନ୍ତି । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି ଚିତ୍ରମୟ ଶିବ ପୁରାଣ ଗ୍ରନ୍ଥର ରିଲିଜ କରିବାକୁ ଥିବା ବେଳେ ଲୀଲା ଚିତ୍ର ମନ୍ଦିର ମଧ୍ୟ ପରିଦର୍ଶନ କରିବେ ।

ଗୀତା ପ୍ରେସ ହିନ୍ଦୁ ଧର୍ମର ପୁରାଣ ଶାସ୍ତ୍ରଠୁ ଆରମ୍ଭ କରି ମହାଭାରତ, ଗୀତା ଭାଗବତ ଓ ରାମାୟଣର ପୁସ୍ତକ ବିକ୍ରି କରିବାରେ ଏକ ବଡ଼ ସଂସ୍ଥା । ଦେଶ ବିଦେଶରେ ଏହି ଧାର୍ମିକ ଗ୍ରନ୍ଥକୁ ଛାପି ବିତରଣ କରିଥାଏ ଏହି ସଂସ୍ଥା । ଏଠାରେ ଦୈନିକ 50 ହଜାର ପୁସ୍ତକ ଛପାଯାଇଥାଏ । ଗୀତା ପ୍ରେସକୁ ୨୦୨୧ ପାଇଁ ଶାନ୍ତି ପୁରସ୍କାର ପ୍ରଦାନ କରାଯିବା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଗୀତା ପ୍ରେସର ନାମ ଘୋଷଣା କରାଯାଇଥିଲା । ସାମାଜିକ, ଅର୍ଥନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୀତା ପ୍ରେସକୁ ପୁରସ୍କୃତ କରାଯିବ ।

ଏହା ବି ପଢନ୍ତୁ- ଗୀତା ପ୍ରେସକୁ ଗାନ୍ଧୀ ଶାନ୍ତି ପୁରସ୍କାର; ଅର୍ଥ ରାଶି ନେବାକୁ ମନାକଲା ଟ୍ରଷ୍ଟ, ପ୍ରଶ୍ନ ଉଠାଇଲା କଂଗ୍ରେସ

1995 ମସିହାଠାରୁ ବାର୍ଷିକ ଏହି ପୁରସ୍କାର କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ବେଳେ ବିଜେତାଙ୍କୁ 1 କୋଟି ପୁରସ୍କାର ରାଶି ଦିଆଯାଏ । ହେଲେ ଏହି ପୁରସ୍କାରକୁ ନେଇ ବିବାଦ ତେଜିବା ପରେ ପୁରସ୍କାର ଗ୍ରହଣ କରିବାକୁ ଗୀତା ପ୍ରେସ ମନା କରିଦେଇଥିଲା । ପୁରସ୍କାରରେ ମିଳିବାକୁ ଥିବା 1 କୋଟି ଟଙ୍କା ଗ୍ରହଣ କରିବାକୁ ପ୍ରେସ ଟ୍ରଷ୍ଟ ମନା କରିଥିଲା । ଟ୍ରଷ୍ଟିଙ୍କ କହିବାନୁସାରେ ଗୀତା ପ୍ରେସ କୌଣସି ପ୍ରକାର ଦାନ ଅର୍ଥ ଗ୍ରହଣ କରେ ନାହିଁ । ସେଥିପାଇଁ କୌଣସି ଅନୁଦାନ କିମ୍ବା ପୁରସ୍କାର ରାଶି ଗ୍ରହଣ କରାଯିବ ନାହିଁ । କିନ୍ତୁ ଆନନ୍ଦର ସହ ଏହି ସମ୍ମାନକୁ ଗ୍ରହଣ କରିବ ବୋଲି ସ୍ପଷ୍ଟ କରିଥିଲା ।

ଏହା ବି ପଢନ୍ତୁ- PM Modi in Raipur:'କଂଗ୍ରେସର ପଞ୍ଝା ଛତିଶଗଡବାସୀଙ୍କଠୁ ଅଧିକାର ଛଡାଇ ନେଇଛି'

ଗୀତା ପ୍ରେସ ସମାରୋହ ଶେଷ ପରେ ପ୍ରଧାନମନ୍ତ୍ରୀ ଗୋରଖପୁର- ଲକ୍ଷ୍ନୌ ବନ୍ଦେ ଭାରତ ଟ୍ରେନ ଓ ଯୋଧପୁର- ସାବରମତୀ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ । ସୂଚନା ଥାଉ କି ଏହା ପୂର୍ବରୁ ଛତିଶଗଡ ରାୟପୁର ସ୍ଥିତ ସାଇନ୍ସ କଲେଜ ଗ୍ରାଉଣ୍ଡରେ ଆୟୋଜିତ ଏକ ରାଲିରେ ଯୋଗଦେଇଥିଲେ ମୋଦି । ଏହି ରାଲିରେ କଂଗ୍ରେସ ଉପରେ ବର୍ଷିଥିଲେ ପ୍ରଧାନମନ୍ତ୍ରୀ । ଦୁର୍ନୀତି ହେଉଛି କଂଗ୍ରେସର ଆଦର୍ଶ । ଏହା ବିନା କଂଗ୍ରେସ ଶ୍ବାସରୁଦ୍ଧ ହୋଇଯାଉଛି ବୋଲି ମୋଦି କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.