ETV Bharat / bharat

Krantaka Assembly Election: ମହୀଶୂରରେ ମୋଦିଙ୍କ ମେଗା ରୋଡ ଶୋ'

ମହୀଶୂରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମେଗା ରୋଡ ଶୋ'। ପୁଷ୍ପ ବୃଷ୍ଟି କରି ସ୍ବାଗତ କଲେ ହଜାରହଜାର ସମର୍ଥକ। ଅଧିକ ପଢନ୍ତୁ

author img

By

Published : Apr 30, 2023, 9:39 PM IST

Etv Bharat
Etv Bharat

ବେଙ୍ଗାଲୁରୁ: ଆସନ୍ତା ମେ 10 ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ଏଥିଲାଗି ଜୋରସୋର୍‌ର ଚାଲିଛି ନିର୍ବାଚନୀ ପ୍ରଚାର । ରାଜ୍ୟରେ ବିଜେପିର ଶୀର୍ଷ ନେତୃତ୍ବ ଡେରା ପକାଇଛନ୍ତି । କର୍ଣ୍ଣାଟକରେ ବିଜେପିର ବିଜୟ ବେଶ ଗୁରୁତ୍ବବହନ କରୁଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ସମସ୍ତ ପ୍ରକାର ପ୍ରଚେଷ୍ଟା କରାଯାଉଛି । ଏହାରି ମଧ୍ୟରେ ଶନିବାରଠୁ କର୍ଣ୍ଣାଟକ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହୀଶୂରରେ ମେଗା ରୋଡ୍‌ ଶୋ' କରିଛନ୍ତି । ଏହି ସମୟରେ ହଜାରହଜାର ସଂଖ୍ୟାରେ ଲୋକେ ଓ ବିଜେପି ସମର୍ଥକ ରାସ୍ତାପାର୍ଶ୍ବରେ ରହି ମୋଦିଙ୍କୁ ପୁଷ୍ପ ବୃଷ୍ଟି କରି ସ୍ବାଗତ କରିଥିବା ଦେଖିବାକୁ ମିଳିଛି ।

ମୋଦିଙ୍କ ରୋଡ୍‌ ଶୋ' ସମୟରେ ସମର୍ଥକମାନେ ତାଙ୍କ ଉପରକୁ ପୁଷ୍ପ ବୃଷ୍ଟି କରିଥିବା ଦେଖିବାକୁ ମିଳିଛି । ଏହି ରୋଡ୍‌ ଶୋ' ସମୟରେ ବିଜେପି ନେତା ଇଏସ ଈଶ୍ବରପ୍ପା ମଧ୍ୟ ଉପସ୍ଥିତ ରହିଥିଲେ । ନିକଟରେ ସେ ନିର୍ବାଚନୀ ରାଜନୀତିରୁ ଅବସର ନେଇଥିଲେ । ଗତକାଲି ମୋଦି ନାଇସ୍‌ ରୋଡରେ ମଧ୍ୟ ରୋଡ ଶୋ' କରିଥିଲେ । ସେପଟେ କ୍ରମାଗତ ଭାବେ କଂଗ୍ରେସକୁ ଟାର୍ଗେଟ କରିଆସୁଛନ୍ତି ମୋଦି । ଏହି ଦଳ ଦୁର୍ନୀତିକୁ ପ୍ରୋତ୍ସାହିତ କରେ ବୋଲି ମୋଦି କହିଥିଲେ । କର୍ଣ୍ଣାଟକବାସୀ ଭୋଟ ଦେଇ ଏହି ଦୁର୍ନୀତିର ଅନ୍ତ କରିବେ ବୋଲି କହିଥିଲେ ମୋଦି ।

ଏହା ବି ପଢନ୍ତୁ- ମୋଦିଙ୍କୁ ବରିଷ୍ଠ ନେତା ଈଶ୍ବରପ୍ପାଙ୍କ ଦୃଢୋକ୍ତି, କହିଲେ କର୍ଣ୍ଣାଟକରେ ଫୁଟିବ ପଦ୍ମ

ବେଲୁରରେ ଏକ ଜନସଭାକୁ ସମ୍ବୋଧିତ କରି ମୋଦି କହିଥିଲେ, "ଚଳିତ ଥର କର୍ଣ୍ଣାଟକବାସୀ ଭୋଟ ମାଧ୍ୟମରେ ଏହି ଅସ୍ଥିର ସରକାର ବିରୋଧରେ ନିଷ୍ପତ୍ତି ନେବେ। କଂଗ୍ରେସ ଓ ଜେଡି(ଏସ) ଏହି 2ଟି ଦଳ ଅସ୍ଥିର ସରକାରର ଉଦାହରଣ । ରାଜସ୍ଥାନ ଓ ଛତିଶଗଡ଼ରେ କଣ ଘଟୁଛି ତାହା ସାରା ଦେଶ ଦେଖୁଛି । ଏଠାରେ କୌଣସି ପ୍ରକାର ବିକାଶମୂଳକ କାର୍ଯ୍ୟ ହେଉନାହିଁ । କଂଗ୍ରେସ କେବଳ ନିଜ ସହିତ ନିଜେ ଲଢୁଛି । ଆଉ ଜେଡି (ଏସ) ଦିବା ସ୍ବପ୍ନ ଦେଖୁଛି । ଏହା କଂଗ୍ରେସର 'B ଟିମ'। ଲୋକଙ୍କଠାରୁ ଟଙ୍କା ଲୁଟ କରିବାକୁ ଚାହୁଁଛି।"

କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଲାଗି ମୋଦି ଲଗାତର ଭାବେ କର୍ଣ୍ଣାଟକ ଗସ୍ତ କରି ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଏହାସହ କର୍ଣ୍ଣାଟକରେ ନିକଟରେ ଅନେକ ବିକାଶମୂଳକ କାର୍ଯ୍ୟ ମଧ୍ୟ କରାଯାଇଛି । କର୍ଣ୍ଣାଟକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏକାଧିକ ଜନସଭା କରି ଭୋଟରଙ୍କୁ ଆକୃଷ୍ଟ କରୁଛନ୍ତି । ଏହାସହ ବିରୋଧୀ ଦଳ କଂଗ୍ରେସକୁ ଟାର୍ଗେଟ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ସୂଚନା ଥାଉ କି ଆସନ୍ତା ମେ' 10 ତାରିଖରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଲାଗି ଭୋଟ ପଡ଼ିବ ଓ 13 ତାରିଖରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.